ମାତ୍ର ୨୯ ବର୍ଷ ବୟସରେ ଅବସର ନେଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା
ନୂଆଦିଲ୍ଲୀ,୨୪।୧୦: ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କର ୧୬ ବର୍ଷ ଲମ୍ବା କ୍ୟାରିୟରର ଅନ୍ତ ଘଟିଛି। ହରିୟାଣାର ଏକ ଛୋଟିଆ ସହରରୁ ଆସିଥିବା ରାଣୀ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ରାଣୀଙ୍କ ବାପା ଜଣେ ସାଧାରଣ ଶ୍ରମିକ ଭାବେ ଠେଲା ଟାଣିବା କାମ କରୁଥିଲେ। ରାଣୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତ ଚତୁର୍ଥ ସ୍ଥାନରେ […] The post ମାତ୍ର ୨୯ ବର୍ଷ ବୟସରେ ଅବସର ନେଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା appeared first on Dharitri Odia News.
ନୂଆଦିଲ୍ଲୀ,୨୪।୧୦: ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କର ୧୬ ବର୍ଷ ଲମ୍ବା କ୍ୟାରିୟରର ଅନ୍ତ ଘଟିଛି। ହରିୟାଣାର ଏକ ଛୋଟିଆ ସହରରୁ ଆସିଥିବା ରାଣୀ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ରାଣୀଙ୍କ ବାପା ଜଣେ ସାଧାରଣ ଶ୍ରମିକ ଭାବେ ଠେଲା ଟାଣିବା କାମ କରୁଥିଲେ। ରାଣୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।
ଏକ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମକୁ ରାଣୀ କହିଛନ୍ତି, “ଏହା ଏକ ଚମତ୍କାର ଯାତ୍ରା ଥିଲା। ମୁଁ କେବେ ଭାବି ନଥିଲି ଯେ ମୁଁ ଏତେ ଦିନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିବି। ମୁଁ ପିଲାଦିନରୁ ବହୁତ ଦାରିଦ୍ର୍ୟ ଦେଖିଛି କିନ୍ତୁ ମୋର ଧ୍ୟାନ ସର୍ବଦା କିଛି କରିବା, ଦେଶର ପ୍ରତିନିଧିତ୍ୱ କରିବାକୁ ଥିଲା। ”
୨୦୦୮ ରେ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ୧୪ ବର୍ଷ ବୟସରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ଜଣେ କ୍ଲିନିକାଲ୍ ଫରୱାର୍ଡ, ରାଣୀ ରାମପାଲ ଭାରତ ପାଇଁ ୨୫୪ ମ୍ୟାଚ୍ ରେ ୨୦୫ ଗୋଲ୍ ସ୍କୋର କରିଛନ୍ତି। ତାଙ୍କୁ ୨୦୨୦ ରେ ମେଜର ଧ୍ୟାନଚାନ୍ଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସେହି ବର୍ଷ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ନିକଟରେ ସେ ସବ୍-ଜୁନିଅର ମହିଳା ଖେଳାଳିଙ୍କ ପାଇଁ ଜାତୀୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ।
The post ମାତ୍ର ୨୯ ବର୍ଷ ବୟସରେ ଅବସର ନେଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା appeared first on Dharitri Odia News.