ଅନ୍ତର୍ଜାତୀୟ ମହିଳା ଦିବସ: ଜାଣନ୍ତୁ କେଉଁ ଦେଶରେ ରହିଛନ୍ତି ସବୁଠାରୁ ଅଧିକ ମହିଳା ବିଲେନିୟର୍ସ
ନୂଆଦିଲ୍ଲୀ: ଶୁକ୍ରବାର ସାରା ବିଶରେ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଅନେକ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାଙ୍କୁ ସମ୍ମାନିତ ମଧ୍ୟ କରାଯାଉଛି। ତେବେ ଏହି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା କେଉଁ ଦେଶରେ ରହିଛନ୍ତି ସବୁଠାରୁ ଅଧିକ ମହିଳା ବିଲେନିୟନର।ନିକଟରେ ବୈଶ୍ବିକ ଆର୍ଥିକ ସଂସ୍ଥା ସିଟି ଇଣ୍ଡେକ୍ସ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ ରହିଛି କେଉଁ ଦେଶରେ ସବୁଠୁ ଅଧିକ ମହିଳା ବିଲେନିୟର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକାରେ ୯୭ ଜଣ ମହିଳା ବିଲେନିୟର୍ସ, ଚାଇନାରେ ୪୨ ଜଣ, ଜର୍ମାନୀରେ ୨୨, ଇଟାଲୀରେ ୧୯ ଏବଂ ଭାରତରେ ୧୫ ଜଣ ମହିଳା ବିଲେନିୟର୍ସ ରହିଛନ୍ତି।ତେବେ ତାଲିକା ଅନୁଯାୟୀ ଭାରତରେ ଅଛନ୍ତି ୧୫ ମହିଳା ବିଲେନିୟର୍ସ। ଏହି ବିଲେନିୟର୍ସଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଭାରତୀୟ ଧନୀ ମହିଳାଙ୍କ ତାଲିକାର ପ୍ରଥମରେ ରହିଛନ୍ତି ତାଙ୍କର ମୋଟ ସମ୍ପତ୍ତି ରହିଛି ୩୦ ବିଲିୟନ ଡଲାରର। ୭୩ ବର୍ଷୀୟ ସାବିତ୍ରୀ ଜିନ୍ଦଲ ଓ.ପି ଜିନ୍ଦଲ ଗ୍ରୁପ୍ର ଅଧ୍ୟକ୍ଷ ଅଛନ୍ତି। ଓପି ଜିନ୍ଦଲ ଗ୍ରୁପ୍ ସାବିତ୍ରୀଙ୍କ ସ୍ବାମୀ ଓମ ପ୍ରକାଶ ଜିନ୍ଦଲ ୧୯୫୨ ସ୍ଥାପନ କରିଥିଲେ। ତାଙ୍କ ପରେ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସାଇରସ ମିସ୍ତ୍ରୀଙ୍କ ପତ୍ନୀ, ରୋହିକା ସାଇରସ ମିସ୍ତ୍ରୀ। ତାଙ୍କର ମୋଟ ସମ୍ପତ୍ତି ରହିଛି ୯.୬ ବିଲିୟନ ଡଲାର।ବିଶ୍ବର ସବୁଠୁ ଧନୀ ମହିଳ
ନୂଆଦିଲ୍ଲୀ: ଶୁକ୍ରବାର ସାରା ବିଶରେ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଅନେକ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାଙ୍କୁ ସମ୍ମାନିତ ମଧ୍ୟ କରାଯାଉଛି। ତେବେ ଏହି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା କେଉଁ ଦେଶରେ ରହିଛନ୍ତି ସବୁଠାରୁ ଅଧିକ ମହିଳା ବିଲେନିୟନର।
ନିକଟରେ ବୈଶ୍ବିକ ଆର୍ଥିକ ସଂସ୍ଥା ସିଟି ଇଣ୍ଡେକ୍ସ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ ରହିଛି କେଉଁ ଦେଶରେ ସବୁଠୁ ଅଧିକ ମହିଳା ବିଲେନିୟର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକାରେ ୯୭ ଜଣ ମହିଳା ବିଲେନିୟର୍ସ, ଚାଇନାରେ ୪୨ ଜଣ, ଜର୍ମାନୀରେ ୨୨, ଇଟାଲୀରେ ୧୯ ଏବଂ ଭାରତରେ ୧୫ ଜଣ ମହିଳା ବିଲେନିୟର୍ସ ରହିଛନ୍ତି।
ତେବେ ତାଲିକା ଅନୁଯାୟୀ ଭାରତରେ ଅଛନ୍ତି ୧୫ ମହିଳା ବିଲେନିୟର୍ସ। ଏହି ବିଲେନିୟର୍ସଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଭାରତୀୟ ଧନୀ ମହିଳାଙ୍କ ତାଲିକାର ପ୍ରଥମରେ ରହିଛନ୍ତି ତାଙ୍କର ମୋଟ ସମ୍ପତ୍ତି ରହିଛି ୩୦ ବିଲିୟନ ଡଲାରର। ୭୩ ବର୍ଷୀୟ ସାବିତ୍ରୀ ଜିନ୍ଦଲ ଓ.ପି ଜିନ୍ଦଲ ଗ୍ରୁପ୍ର ଅଧ୍ୟକ୍ଷ ଅଛନ୍ତି। ଓପି ଜିନ୍ଦଲ ଗ୍ରୁପ୍ ସାବିତ୍ରୀଙ୍କ ସ୍ବାମୀ ଓମ ପ୍ରକାଶ ଜିନ୍ଦଲ ୧୯୫୨ ସ୍ଥାପନ କରିଥିଲେ। ତାଙ୍କ ପରେ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସାଇରସ ମିସ୍ତ୍ରୀଙ୍କ ପତ୍ନୀ, ରୋହିକା ସାଇରସ ମିସ୍ତ୍ରୀ। ତାଙ୍କର ମୋଟ ସମ୍ପତ୍ତି ରହିଛି ୯.୬ ବିଲିୟନ ଡଲାର।
ବିଶ୍ବର ସବୁଠୁ ଧନୀ ମହିଳା
ତେବେ ୭୦ ବର୍ଷୀୟ ଫ୍ରେଞ୍ଚ ମହିଳା ଫ୍ରାଙ୍କକୋଇଜ ବେଟେନକୋର୍ଟ ମେୟର୍ସ ବର୍ତ୍ତମାନ ବିଶ୍ବର ସବୁଠୁ ଧନୀ ମହିଳା ଭାବରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୯୯ ଡଲାର ରହିଛି। ପ୍ରାଙ୍କକୋଇଜ ବେଟେନକୋର୍ଟ ମେୟର୍ସ ହେଉଛନ୍ତି L’Orealର ପ୍ରତିଷ୍ଠାତାଙ୍କ ଅଣନାତୁଣୀ। ସେ ୧୯୯୭ରୁ L’Oreal ବୋର୍ଡ ସହ ଅଛନ୍ତି। ତେବେ ୨୦୧୭ରେ ସେ L’Orealର ଉତ୍ତରାଧିକାରୀ ହୋଇଥିଲେ।