ଅନ୍‌ଲାଇନ ଟ୍ରୋଲ୍‌: ଦକ୍ଷିଣ କୋରିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ସିଓଲ, ୨୦।୨: ଦକ୍ଷିଣ କୋରିଆର ଅଭିନେତ୍ରୀ କିମ୍‌ ସେ-ରନ୍‌(୨୪)ଙ୍କ ମୃତ୍ୟୁକୁ ନେଇ କୋରିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଛି। ରବିବାର ରାତିରେ ସିଓଲସ୍ଥିତ ବାସଭବନରୁ ତାଙ୍କର ମୃତଦେହ ମିଳିଥିଲା। ତେବେ କିମ୍‌ ଆତ୍ମହତ୍ୟା କରିଛନ୍ତି ବୋଲି ମଙ୍ଗଳବାର ସିଓଲର ସେଓଙ୍ଗ୍‌ଡୋଙ୍ଗ୍‌ ପୋଲିସ ସୂଚନା ଦେଇଛି। ଏହାପୂର୍ବରୁ କିମ୍‌ଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କ ବାପା ବିଭିନ୍ନ ୟୁଟ୍ୟୁବର୍‌ଙ୍କୁ ସମାଲୋଚନା କରିଥିଲେ। କିମ୍‌ ଆତ୍ମହତ୍ୟା କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ନେଇ ହୋଇଥିବା ଅନ୍‌ଲାଇନ ଟ୍ରୋଲକୁ ଦାୟୀ କରିଥିଲେ। ଖାସ୍‌କରି […] The post ଅନ୍‌ଲାଇନ ଟ୍ରୋଲ୍‌: ଦକ୍ଷିଣ କୋରିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା appeared first on Dharitri Odia News.

ଅନ୍‌ଲାଇନ ଟ୍ରୋଲ୍‌: ଦକ୍ଷିଣ କୋରିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ସିଓଲ, ୨୦।୨: ଦକ୍ଷିଣ କୋରିଆର ଅଭିନେତ୍ରୀ କିମ୍‌ ସେ-ରନ୍‌(୨୪)ଙ୍କ ମୃତ୍ୟୁକୁ ନେଇ କୋରିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଛି। ରବିବାର ରାତିରେ ସିଓଲସ୍ଥିତ ବାସଭବନରୁ ତାଙ୍କର ମୃତଦେହ ମିଳିଥିଲା। ତେବେ କିମ୍‌ ଆତ୍ମହତ୍ୟା କରିଛନ୍ତି ବୋଲି ମଙ୍ଗଳବାର ସିଓଲର ସେଓଙ୍ଗ୍‌ଡୋଙ୍ଗ୍‌ ପୋଲିସ ସୂଚନା ଦେଇଛି। ଏହାପୂର୍ବରୁ କିମ୍‌ଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କ ବାପା ବିଭିନ୍ନ ୟୁଟ୍ୟୁବର୍‌ଙ୍କୁ ସମାଲୋଚନା କରିଥିଲେ। କିମ୍‌ ଆତ୍ମହତ୍ୟା କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ନେଇ ହୋଇଥିବା ଅନ୍‌ଲାଇନ ଟ୍ରୋଲକୁ ଦାୟୀ କରିଥିଲେ। ଖାସ୍‌କରି ୟୁଟ୍ୟୁବରେ ବିଭିନ୍ନ ଭିଡିଓ ମାଧ୍ୟମରେ କିମ୍‌ଙ୍କୁ ନେଇ ଅନେକ ମିଥ୍ୟା ଦାବି କରାଯାଉଥିଲା, ଯାହାଫଳରେ ସେ ମାନସିକ ଅଶାନ୍ତି ମଧ୍ୟରେ ରହୁଥିଲେ ଏବଂ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି ତାଙ୍କ ବାପା କହିଛନ୍ତି। କିମ୍‌ ଆର୍ଥିକ ସଙ୍କଟରେ ଅଛନ୍ତି ଏବଂ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ସିଓଲର ଏକ କାଫେରେ କାମ କରୁଥିବା ନେଇ ବିଭିନ୍ନ ୟୁଟ୍ୟୁବର ଦାବି କରିଥିଲେ। ତେବେ ୨୦୨୨ ମେ’ରେ କିମ୍‌ ନିଶାଗ୍ରସ୍ତ ଥିବା ସମୟରେ କାର୍‌ ଚଳାଇ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିଲେ। ଏଥିପାଇଁ କିମ୍‌ କ୍ଷମା ମାଗିଥିଲେ ଓ କୋର୍ଟ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଇଥିଲେ। ତେବେ ଏହି ଘଟଣାକୁ କେନ୍ଦ୍ର କରି ତାଙ୍କୁ ବହୁଳ ମାତ୍ରାରେ ଅନ୍‌ଲାଇଲ ଟ୍ରୋଲ୍‌ର ସାମ୍‌ନା କରିବାକୁ ପଡ଼ିଥିଲା। ଫଳରେ କିମ୍‌ଙ୍କୁ ଅନେକ ପ୍ରୋଜେକ୍ଟ ହରାଇବାକୁ ପଡ଼ିଥିଲା। ସେହିପରି ଉକ୍ତ ଘଟଣା ପରେ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟ ତାଙ୍କ ବିରୋଧରେ ଲଗାତର ନକାରାତ୍ମକ କଭରେଜ୍‌ କରୁଥିଲେ। କିମ୍‌ଙ୍କର ଅନେକ ଫଟୋ, ବିଭିନ୍ନ ପାର୍ଟିରେ ତାଙ୍କର ଯୋଗଦାନ ଏବଂ କାମ ମିଳୁ ନ ଥିବା କହି ସେ କରୁଥିବା ପୋଷ୍ଟଗୁଡ଼ିକରେ ସୁନିୟୋଜିତ ଭାବେ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ୍‌ କରାଯାଉଥିଲା। କିମ୍‌ଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ କରାଯାଇଥିବା ବିଷାକ୍ତ ଟିପ୍ପଣୀଗୁଡ଼ିକୁ ଆଲୋଚନା କରି ମଙ୍ଗଳବାର ବିଭିନ୍ନ ଆଗଧାଡ଼ିର କୋରୀୟ ଖବରକାଗଜ ପକ୍ଷରୁ ସମ୍ପାଦକୀୟ ପ୍ରକାଶ ପାଇଛି।

The post ଅନ୍‌ଲାଇନ ଟ୍ରୋଲ୍‌: ଦକ୍ଷିଣ କୋରିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା appeared first on Dharitri Odia News.