ଅନ୍ଲାଇନରେ ଜଗିଂ ଶୁଜ୍ କିଣୁଥିଲେ, ହୋଇଯାନ୍ତୁ ସାବଧାନ…
ବର୍ତ୍ତମାନ ଅନ୍ଲାଇନରେ କମ୍ ଦାମ୍ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍ ମିଳିଯାଉଛି। ଯଦି ଆପଣ ବି ଅନ୍ଲାଇନରେ ଜଗିଂ ଶୁଜ୍ ମଗାଉଛନ୍ତି ତେବେ କେତେକ ଦିଗ ପ୍ରତି ଦୃଷ୍ଟିଦେବାକୁ ଆଦୌ ଭୁଲନ୍ତୁ ନାହିଁ… ନିଜ ପାଦକୁ କେଉଁ ସାଇଜ୍ର ଶୁଜ୍ ଫିଟ୍ ହେଉଛି ମାପିବା ପରେ ଅର୍ଡର କରନ୍ତୁ। କାରଣ ପାଦକୁ ଫିଟ୍ ନ ହେଉଥିବା ଶୁଜ୍ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ଅନ୍ଲାଇନରେ ନିଜେ ଟ୍ରାଏକରି କିଣିବା ସମ୍ଭବ ନୁହେଁ, ତେଣୁ […] The post ଅନ୍ଲାଇନରେ ଜଗିଂ ଶୁଜ୍ କିଣୁଥିଲେ, ହୋଇଯାନ୍ତୁ ସାବଧାନ… appeared first on Dharitri Odia News.
ବର୍ତ୍ତମାନ ଅନ୍ଲାଇନରେ କମ୍ ଦାମ୍ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍ ମିଳିଯାଉଛି। ଯଦି ଆପଣ ବି ଅନ୍ଲାଇନରେ ଜଗିଂ ଶୁଜ୍ ମଗାଉଛନ୍ତି ତେବେ କେତେକ ଦିଗ ପ୍ରତି ଦୃଷ୍ଟିଦେବାକୁ ଆଦୌ ଭୁଲନ୍ତୁ ନାହିଁ…
ନିଜ ପାଦକୁ କେଉଁ ସାଇଜ୍ର ଶୁଜ୍ ଫିଟ୍ ହେଉଛି ମାପିବା ପରେ ଅର୍ଡର କରନ୍ତୁ। କାରଣ ପାଦକୁ ଫିଟ୍ ନ ହେଉଥିବା ଶୁଜ୍ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ଅନ୍ଲାଇନରେ ନିଜେ ଟ୍ରାଏକରି କିଣିବା ସମ୍ଭବ ନୁହେଁ, ତେଣୁ ଅର୍ଡରରେ ଚେକ୍ କରିବା ପରେ ରିଟର୍ନ ଅପ୍ସନ ଅଛି ନା ନାହିଁ ଭଲ ଭାବେ ଚେକ୍ କରିନିଅନ୍ତୁ।
ଜଗିଂ ପାଇଁ ସ୍ମାର୍ଟ ସ୍ପୋଟର୍ସ ଶୁଜ୍ ସବୁଠୁ ଭଲ ଅପ୍ସନ। ଏପରି ଜୋତା ମଗାଉଥିଲେ ପ୍ରଥମେ ଘର ଭିତରେ ପିନ୍ଧି ଅଳ୍ପ ଚାଲନ୍ତୁ। କାରଣ ଜଗିଂ ବା ରନିଂ ଶୁଜ୍ରେ ପାଦ ଆଗକୁ ବଢ଼ାଇବା ଏବଂ ଚାଲିବା ବେଳେ ସନ୍ତୁଳନ ରକ୍ଷା କରିବାରେ ଯେପରି କମ୍ଫର୍ଟେବଲ୍ ଲାଗିବା ଦରକାର। ଏହାକୁ ନ୍ୟୁଟ୍ରାଲ୍ ବୋଲି କୁହାଯାଇଥାଏ। ସେହିପରି ଜୋତାର ସପୋର୍ଟ ବା ପାଦର ଆଗ ପଛ, ଉପର ତଳ କୌଣସି ଅଂଶ ଯେପରି ଚାପିହୋଇ ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଶୁଜ୍ ପିନ୍ଧିଲେ ଠିକ୍ ଲାଗୁନାହିଁ ତେବେ ଏକ୍ସଚେଞ୍ଜକରି ପର୍ଫେକ୍ଟ ସାଇଜ୍ ଅର୍ଡର କରନ୍ତୁ।
ପାର୍କ ହେଉ କିମ୍ବା ଅନ୍ୟ ଯେଉଁଠାରେ ଜଗିଂ କିମ୍ବା ରନିଂ କରୁଛନ୍ତି ସେଠାରେ ରାସ୍ତା ଖାଲ, ଢିପ ଥିଲେ ଶୁଜ୍ ଯେପରି ସନ୍ତୁଳନ ରକ୍ଷା କରିପାରିବ ସେଥିପାଇଁ ହିଲ୍ ଥିବା ଶୁଜ୍ ଅର୍ଡର କରନ୍ତୁ ନାହିଁ।
ଯେକୌଣସି ସାଇଟ୍ରୁ ଶୁଜ୍ ଅର୍ଡର ନ କରି ଜଣାଶୁଣା ଶପିଂ ସାଇଟ୍ରୁ ମଗାନ୍ତୁ। ଅନ୍ୟ ବ୍ୟବହାରକାରୀଙ୍କ ରିଭ୍ୟୁ ରେଟିଂ ଦେଖିଲେ ମଧ୍ୟ ଉପକୃତ ହୋଇପାରିବେ।
The post ଅନ୍ଲାଇନରେ ଜଗିଂ ଶୁଜ୍ କିଣୁଥିଲେ, ହୋଇଯାନ୍ତୁ ସାବଧାନ… appeared first on Dharitri Odia News.