ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ…

ଚେନ୍ନାଇ, ୨୯।୧୨: ତାମିଲନାଡ଼ୁର ତିରୁଭନ୍ନାମଲାଇ ଗିରିବଲମସ୍ଥିତ ଏକ ଘରୋଇ ହୋଟେଲରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣକ ମୃତଦେହ ଜବତ କରିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି। ମୋକ୍ଷପ୍ରାପ୍ତି ପାଇଁ ପ୍ରୟାସ କରି ଉକ୍ତ ୪ ଜଣ ବିଷ ଖାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୪ ମୃତକ ହେଉଛନ୍ତି ମହାକାଲ ବ୍ୟାସ(୪୦), କେ. ରୁକ୍ମିଣୀ ପ୍ରିୟା (୪୫), କେ. ଜଳନ୍ଧରୀ(୧୭) ଏବଂ ମୁକୁନ୍ଦ ଆକାଶ କୁମାର (୧୨)। ସେମାନେ ସମସ୍ତେ […] The post ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ… appeared first on Dharitri Odia News.

ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ…

ଚେନ୍ନାଇ, ୨୯।୧୨: ତାମିଲନାଡ଼ୁର ତିରୁଭନ୍ନାମଲାଇ ଗିରିବଲମସ୍ଥିତ ଏକ ଘରୋଇ ହୋଟେଲରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣକ ମୃତଦେହ ଜବତ କରିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି। ମୋକ୍ଷପ୍ରାପ୍ତି ପାଇଁ ପ୍ରୟାସ କରି ଉକ୍ତ ୪ ଜଣ ବିଷ ଖାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୪ ମୃତକ ହେଉଛନ୍ତି ମହାକାଲ ବ୍ୟାସ(୪୦), କେ. ରୁକ୍ମିଣୀ ପ୍ରିୟା (୪୫), କେ. ଜଳନ୍ଧରୀ(୧୭) ଏବଂ ମୁକୁନ୍ଦ ଆକାଶ କୁମାର (୧୨)। ସେମାନେ ସମସ୍ତେ ଚେନ୍ନାଇର ବାସିନ୍ଦା ହୋଇଥିବା ପୋଲିସ ସୂଚନା ଦେଇଛି। କିଛି ବର୍ଷ ପୂର୍ବେ ଛାଡ଼ପତ୍ର ନେଇଥିବା ରୁକ୍ମିଣୀ ଝିଅ ଜଳନ୍ଧରୀ ଓ ପୁଅ ମୁକୁନ୍ଦଙ୍କ ସହ କିଛି ମାସ ତଳେ ମହାକାଲ ବ୍ୟାସ ନାମକ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ଭେଟିଥିଲେ। ଆଧ୍ୟାତ୍ମିକତାରେ ରୁଚି ଥିବା ହେତୁ ଉଭୟ ମହାକାଲ ଓ ରୁକ୍ମିଣୀ ଖୁବ୍‌ଶୀଘ୍ର ପରସ୍ପରର ନିକଟତର ହୋଇଥିଲେ। ଫଳରେ ଉଭୟେ ଏକସଙ୍ଗେ ଯାତ୍ରା କରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସେମାନେ ତିରୁଭନ୍ନାମଲାଇରେ ଅନୁଷ୍ଠିତ ହୋଇଥିବା କାର୍ତ୍ତିଗଇ ଦ୍ୱୀପ ମହୋତ୍ସବରେ ଯୋଗଦେଇଥିଲେ। ଏହି ଉତ୍ସବ ପରେ ସେମାନେ ସମସ୍ତେ ଚେନ୍ନାଇ ଫେରି ଆସିଥିଲେ। ତେବେ ଶୁକ୍ରବାର ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସେମାନେ ତିରୁଭନ୍ନାମଲାଇ ଆସି ରହିବା ପାଇଁ ଏକ ହୋଟେଲ ବୁକିଂ କରିଥିଲେ। ରାତିରେ ହୋଟେଲ କର୍ମଚାରୀ ସେମାନେ ରହୁଥିବା ରୁମ୍‌ରେ ଆସି ସମ୍ପର୍କ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସନ୍ଦେହ ବଢ଼ିବାରୁ ହୋଟେଲ ପକ୍ଷରୁ ପୋଲିସକୁ ଡକାଯାଇଥିଲା ା ପୋଲିସ ଉକ୍ତ ରୁମ୍‌ ମଧ୍ୟରୁ ୪ ମୃତଦେହକୁ ଜବତ କରିଥିଲା। ଘଟଣାସ୍ଥଳରୁ ପୋଲିସ ଏକ ଚିଠି ଜବତ କରିଛି, ଯେଉଁଥିରେ ଆଧ୍ୟାତ୍ମିକ ମୁକ୍ତି ପାଇବାର ସନ୍ଧାନରେ ସେମାନେ ତାଙ୍କ ଜୀବନକୁ ଶେଷ କରୁଥିବା ଦର୍ଶାଇଛନ୍ତି। ମୋକ୍ଷ ପ୍ରାପ୍ତି ନିମନ୍ତେ ଭଗବାନ ଅନ୍ନାମଲାଇୟାର ଓ ଦେବୀ ମହାଲକ୍ଷ୍ମୀ ତାଙ୍କୁ ତିରୁଭନ୍ନାମଲାଇ ଆସିବା ପାଇଁ ଡକାଇଥିଲେ ବୋଲି ଏହି ଚିଠିରେ ମହାକାଲ ଓ ରୁକ୍ମିଣୀ ଦର୍ଶାଇଥିଲେ। ସେମାନଙ୍କ ଫୋନ୍‌ରୁ ପୋଲିସ କିଛି ଭିଡିଓ ରେକର୍ଡିଂ ଜବତ କରିଛି, ଯେଉଁଥିରେ ଆତ୍ମହତ୍ୟା କରିବା ପାଇଁ ସେମାନେ ପ୍ରସ୍ତୁତି କରୁଥିବା ନଜରକୁ ଆସିଛି।

The post ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ… appeared first on Dharitri Odia News.