ରାହୁଲ ଗାନ୍ଧୀ ମନ୍ଦବୁଦ୍ଧି: ଭାଜପାର ଅଭିଯୋଗ…

ଭୋପାଳ,୧୦।୨ : ଭାଜପାର ମଧ୍ୟପ୍ରଦେଶ ରାଜ୍ୟ ସଭାପତି ବି.ଡି ଶର୍ମା ରାହୁଲ ଗାନ୍ଧୀଙ୍କୁ ମନ୍ଦବୁଦ୍ଧି ବୋଲି କହି ଅକ୍ଷେପ କରିଛନ୍ତି। ଜାତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଦେଇଥିବା ରାହୁଊଙ୍କ ବିବୃତ୍ତି ଉପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଗ୍ବାଲିଅରରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ସେ ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତି ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସମ୍ପର୍କରେ ଗଣମାଧ୍ୟମରେ ପଚରାଯାଇଥିବା ପ୍ରଶ୍ନ ଉପରେ ଶର୍ମା କହିଛନ୍ତି ରାହୁଲ ମନ୍ଦବୁଦ୍ଧି। ସେ ଭାରତର ୧୪୦ କୋଟି […] The post ରାହୁଲ ଗାନ୍ଧୀ ମନ୍ଦବୁଦ୍ଧି: ଭାଜପାର ଅଭିଯୋଗ… appeared first on Dharitri Odia News.

ରାହୁଲ ଗାନ୍ଧୀ ମନ୍ଦବୁଦ୍ଧି: ଭାଜପାର ଅଭିଯୋଗ…

ଭୋପାଳ,୧୦।୨ : ଭାଜପାର ମଧ୍ୟପ୍ରଦେଶ ରାଜ୍ୟ ସଭାପତି ବି.ଡି ଶର୍ମା ରାହୁଲ ଗାନ୍ଧୀଙ୍କୁ ମନ୍ଦବୁଦ୍ଧି ବୋଲି କହି ଅକ୍ଷେପ କରିଛନ୍ତି। ଜାତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଦେଇଥିବା ରାହୁଊଙ୍କ ବିବୃତ୍ତି ଉପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଗ୍ବାଲିଅରରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ସେ ଏଭଳି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜାତି ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସମ୍ପର୍କରେ ଗଣମାଧ୍ୟମରେ ପଚରାଯାଇଥିବା ପ୍ରଶ୍ନ ଉପରେ ଶର୍ମା କହିଛନ୍ତି ରାହୁଲ ମନ୍ଦବୁଦ୍ଧି। ସେ ଭାରତର ୧୪୦ କୋଟି ଲୋକଙ୍କୁ ମୂର୍ଖ ବୋଲି ଭାବୁଛନ୍ତି। ଯଦି ଏତେ ବଡ ଦଳର ଜାତୀୟ ନେତା ଏହି ପ୍ରକାର ଭାଷା କୁହନ୍ତି, ତେବେ ଏହାକୁ କେବଳ ମୂର୍ଖତା କୁହାଯାଇପାରେ।

ଏଥିରୁ ଜଣାପଡୁଛି ଯେଉଁମାନେ କଂଗ୍ରେସରୁ ପଳାଉଛନ୍ତି ସେମାନେ ବୋଧହୁଏ ରାହୁଲଙ୍କ କାରଣରୁ ଏପରି କରୁଛନ୍ତି। ସର୍ବଶେଷରେ, ମଧ୍ୟପ୍ରଦେଶର ଏକମାତ୍ର କଂଗ୍ରେସ ଏମପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲନାଥଙ୍କ ଭାଜପାରେ ଯୋଗ ଦେବା ବିଷୟରେ କଳ୍ପନା ଜଳ୍ପନ ସମ୍ପର୍କରେ ଶର୍ମା କହିଛନ୍ତି ଭାରତୀୟ ଜନତା ପାର୍ଟି ଏକ ସଂଗଠିତ ଦଳ, ଯାହା ବିଶ୍ୱରେ ସବୁଠାରୁ ଆଦର୍ଶ ବୋଲି ବିବେଚନା କରାଯାଉଛି। । ଏହା ଏକ ଫୋରମ ଯେଉଁଠାରେ ଲୋକମାନେ ଏକତ୍ର ହୋଇ ସମାଜ ପାଇଁ ଉନ୍ନତ କାର୍ଯ୍ୟ କରିପାରିବେ ।

 

 

 

The post ରାହୁଲ ଗାନ୍ଧୀ ମନ୍ଦବୁଦ୍ଧି: ଭାଜପାର ଅଭିଯୋଗ… appeared first on Dharitri Odia News.