ଅନ୍ୟର ଜମି ଦେଖାଇ ସାଢ଼େ ୫ଲକ୍ଷ ଟଙ୍କା ନେଇଗଲେ
ଡେରାବିଶ,୩୦।୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍ ଅଞ୍ଚଳରେ ଜମି ବ୍ୟବସାୟୀଙ୍କ ରାଜ୍ ଚାଲିଛି। ଜମି ଯୋଗାଇ ଦେବା ଆଳରେ କେତେଜଣ ବ୍ୟକ୍ତି ଅନ୍ୟର ଜମିକୁ ଦେଖାଇ ନିରୀହ ଗରିବ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଡେରାବିଶ ଥାନା ଖମେଳ ପଞ୍ଚାୟତ ଅନ୍ତର୍ଗତ ବଡ଼ଫୋଗଳ ଗ୍ରାମର ବିଚିତ୍ର ଶତପଥୀଙ୍କ ପରିବାର ଭୂମିହୀନ। ବାସଉପଯୋଗୀ ଜମି ଖଣ୍ଡିଏ କିଣିବା ପାଇଁ ବିଚିତ୍ରଙ୍କ ସ୍ତ୍ରୀ ବାସନ୍ତୀ ତାଙ୍କ ବାପଘର ଚଷାଖଣ୍ଡ […] The post ଅନ୍ୟର ଜମି ଦେଖାଇ ସାଢ଼େ ୫ଲକ୍ଷ ଟଙ୍କା ନେଇଗଲେ appeared first on Dharitri Odia News.
ଡେରାବିଶ,୩୦।୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍ ଅଞ୍ଚଳରେ ଜମି ବ୍ୟବସାୟୀଙ୍କ ରାଜ୍ ଚାଲିଛି। ଜମି ଯୋଗାଇ ଦେବା ଆଳରେ କେତେଜଣ ବ୍ୟକ୍ତି ଅନ୍ୟର ଜମିକୁ ଦେଖାଇ ନିରୀହ ଗରିବ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଡେରାବିଶ ଥାନା ଖମେଳ ପଞ୍ଚାୟତ ଅନ୍ତର୍ଗତ ବଡ଼ଫୋଗଳ ଗ୍ରାମର ବିଚିତ୍ର ଶତପଥୀଙ୍କ ପରିବାର ଭୂମିହୀନ। ବାସଉପଯୋଗୀ ଜମି ଖଣ୍ଡିଏ କିଣିବା ପାଇଁ ବିଚିତ୍ରଙ୍କ ସ୍ତ୍ରୀ ବାସନ୍ତୀ ତାଙ୍କ ବାପଘର ଚଷାଖଣ୍ଡ ଗ୍ରାମର ଅଜୟ ସିଂହଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଅଜୟ ବାସନ୍ତୀଙ୍କୁ ୩ ଗୁଣ୍ଠ ବିକ୍ରି କରିବେ ବୋଲି ପ୍ରତିଶ୍ରୁତି ଦେଇ ଜମି ଦେଖାଇଥିଲେ। ଜମି ବାସନ୍ତୀଙ୍କ ପସନ୍ଦ ହେବାରୁ ଅଜୟ ବାସନ୍ତୀଙ୍କଠାରୁ ୩ ଗୁଣ୍ଠ ଜମି ବିକ୍ରି ବାବଦରେ ୫ଲକ୍ଷ ୫୦ ହଜାର ଟଙ୍କା ଆଗୁଆ ନେଇଥିଲେ। ତେବେ ଟଙ୍କା ନେବା ପରେ ଅଜୟ ଆଉ ବାସନ୍ତୀଙ୍କୁ ଧରାଛୁଆଁ ଦେଇ ନ ଥିଲେ କି ଜମି ରେଜେଷ୍ଟ୍ରି କରି ନ ଥିଲେ। ପରେ ବାସନ୍ତୀଙ୍କୁ ଅଜୟ ଯେଉଁ ଜମି ଦେଖାଇଥିଲେ ତାହା ଅଜୟଙ୍କ ନୁହେଁ ବୋଲି ବାସନ୍ତୀ ଜାଣିପାରି ତାଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ। ହେଲେ ସେ ଟଙ୍କା ଫେରାଇ ନ ଥିଲେ। ତାଙ୍କ ପାଖକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ବାସନ୍ତୀ ଡେରାବିଶ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଡେରାବିଶ ଥାନାରେ ଏ ନେଇ ଏକ ମାମଲା(ନଂ.୨୧/୨୦୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ପରେ ଅଜୟଙ୍କ ଭାଇ ବିଜୟ ସିଂ, ବାପା ଦୁର୍ଗା ପ୍ରସାଦ ସିଂ ପରିବାରର ସଦସ୍ୟ ମାମୁନି ସିଂ ଓ ମଇନା ସିଂ ରାଗରେ ବାସନ୍ତୀ ଓ ତାଙ୍କ ସ୍ବାମୀ ବିଚିତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ବାସନ୍ତୀ ପୁଣି ଥରେ ଡେରାବିଶ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ପୋଲିସ ଅନ୍ୟ ଏକ ମାମଲା(ନଂ.୭୧/୨୪) ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ପୋଲିସ ତରଫରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାସନ୍ତୀଙ୍କ ପରିବାର ବାଧ୍ୟ ହୋଇ ନ୍ୟାୟାଳୟର ଆଶ୍ରୟ ନେଇଥିବା ସୂଚନା ମିଳିଛି।
The post ଅନ୍ୟର ଜମି ଦେଖାଇ ସାଢ଼େ ୫ଲକ୍ଷ ଟଙ୍କା ନେଇଗଲେ appeared first on Dharitri Odia News.