ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା
ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ ଜୀବନ ହାରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ ଶେଷ ରୀତିନୀତି ତାଙ୍କ ହୋମ ଟାଉନରେ ଅନୁଷ୍ଠିତ ହେବ। ଟିକ ଟକ ଷ୍ଟାରଙ୍କ ମୃତ୍ୟୁ ଖବର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତୁର୍କୀ ଗଣମାଧ୍ୟମ ଅନୁଯାୟୀ କୁବ୍ରାଙ୍କ ମୃତଦେହ ଇସ୍ତାନବୁଲର ସୁଲତାନବେଲି ଜିଲାରୁ ମିଳିଥିଲା। ମୃତଦେହ […] The post ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା appeared first on Dharitri Odia News.
ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ ଜୀବନ ହାରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ ଶେଷ ରୀତିନୀତି ତାଙ୍କ ହୋମ ଟାଉନରେ ଅନୁଷ୍ଠିତ ହେବ। ଟିକ ଟକ ଷ୍ଟାରଙ୍କ ମୃତ୍ୟୁ ଖବର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ତୁର୍କୀ ଗଣମାଧ୍ୟମ ଅନୁଯାୟୀ କୁବ୍ରାଙ୍କ ମୃତଦେହ ଇସ୍ତାନବୁଲର ସୁଲତାନବେଲି ଜିଲାରୁ ମିଳିଥିଲା। ମୃତଦେହ ନିକଟରେ ପୋଲିସ ଏକ ସୁଇସାଇଟ ନୋଟ ମଧ୍ୟ ଜବତ କରିଛି। ଅଧିକାରୀମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତରେ ନିୟୋଜିତ ଅଛନ୍ତି।
ଭାଇରାଲ ଭିଡିଓ ‘ଓ୍ବେଡିଂ ଓ୍ବିଦାଉଟ ଏ ଗ୍ରୁମ’ହେତୁ ୨୬ବର୍ଷୀୟ କୁବ୍ରା ଆଇକୁଟ ସୋସିଆଲ ମିଡିଆରେ ବହୁ ପରିଚିତ ହୋଇଥିଲେ। ଏହି ଭିଡିଓରେ କୁବ୍ରା ନିଜେ ନିଜକୁ ବିବାହ କରିଥିଲେ। ସେ କହିଛନ୍ତି ଯେ ସେ ଉପଯୁକ୍ତ ବର ପାଇ ନାହାଁନ୍ତି। ଏହି କାରଣରୁ ତାଙ୍କୁ ନିଜେ ବିବାହ କରିବାକୁ ପଡିଲା। ଏବେ ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ତାଙ୍କର ଶେଷ ଟିକଟକ ଭିଡିଓରେ କୁବ୍ରା ତାଙ୍କ ଆପାର୍ଟମେଣ୍ଟ ସଫା କରୁଛନ୍ତି।
ତୁର୍କୀ ଟୁଡେ ଅନୁଯାୟୀ, ଟିକ ଟକ ଷ୍ଟାର ସୁଇସାଇଟ ନୋଟରେ ଲେଖିଛନ୍ତି ଯେ ମୁଁ ଜଣେ ଭଲ ମଣିଷ ପରି ଜୀବନଯାପନରୁ କିଛି ପାଇ ନାହିଁ। ଜୀବନରେ ସ୍ବାର୍ଥପର ହୁଅ, କେବଳ ଏହା ତୁମକୁ ଖୁସି କରିବ। ମୁଁ ଅନେକ ଦିନ ଧରି ସଂଘର୍ଷ କରୁଛି। କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ। ମୁଁ ନିଜକୁ ଭଲ ପାଏ, ତେଣୁ ମୁଁ ଯାଉଛି ମୁଁ ମୋର ନିଜ ଇଚ୍ଛାରେ ଜମ୍ପ ନେଇଛି। ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ । ମୁଁ ମୋ ଜୀବନରେ ସମସ୍ତଙ୍କ ପାଇଁ ଭଲ ଥିଲି । କିନ୍ତୁ ମୁଁ ନିଜ ପାଇଁ ଭଲ ହୋଇପାରିଲି ନାହିଁ । ଫିଷ୍ଟିକ ର ଭଲ ଯତ୍ନ ନିଅ। ମୋତେ କ୍ଷମା କର।
The post ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା appeared first on Dharitri Odia News.