ଅପରେଶନ ସିନ୍ଦୂର ପରେ ପ୍ରଥମ ଥର କ୍ରିକେଟ ଖେଳିବେ ଭାରତ-ପାକିସ୍ତାନ? ICC ଘୋଷଣା କଲା ତାରିଖ

ନୂଆଦିଲ୍ଲୀ,୧୬।୬: ମହିଳା କ୍ରିକେଟ ODI ବିଶ୍ୱକପ ୨୦୨୫ ଭାରତ ଏବଂ ଶ୍ରୀଲଙ୍କାରେ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ମଧ୍ୟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ, ଯାହାର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶିତ ହୋଇଛି। ପ୍ରସିଦ୍ଧ ଭାରତ ବନାମ ପାକିସ୍ତାନ ମ୍ୟାଚ କେବେ ଖେଳାଯିବ ଜାଣନ୍ତୁ? ପ୍ରତ୍ୟେକ ମ୍ୟାଚର ସ୍ଥାନ ଏବଂ ସମୟର ବିବରଣୀ। ମହିଳା ODI ବିଶ୍ୱକପ ୨୦୨୫ର ପ୍ରଥମ ମ୍ୟାଚ ୩୦ ସେପ୍ଟେମ୍ବର ମଙ୍ଗଳବାର ବେଙ୍ଗାଲୁରୁର ଏମ […] The post ଅପରେଶନ ସିନ୍ଦୂର ପରେ ପ୍ରଥମ ଥର କ୍ରିକେଟ ଖେଳିବେ ଭାରତ-ପାକିସ୍ତାନ? ICC ଘୋଷଣା କଲା ତାରିଖ appeared first on Dharitri Odia News.

ଅପରେଶନ ସିନ୍ଦୂର ପରେ ପ୍ରଥମ ଥର କ୍ରିକେଟ ଖେଳିବେ ଭାରତ-ପାକିସ୍ତାନ? ICC ଘୋଷଣା କଲା ତାରିଖ

ନୂଆଦିଲ୍ଲୀ,୧୬।୬: ମହିଳା କ୍ରିକେଟ ODI ବିଶ୍ୱକପ ୨୦୨୫ ଭାରତ ଏବଂ ଶ୍ରୀଲଙ୍କାରେ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ମଧ୍ୟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ, ଯାହାର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶିତ ହୋଇଛି। ପ୍ରସିଦ୍ଧ ଭାରତ ବନାମ ପାକିସ୍ତାନ ମ୍ୟାଚ କେବେ ଖେଳାଯିବ ଜାଣନ୍ତୁ? ପ୍ରତ୍ୟେକ ମ୍ୟାଚର ସ୍ଥାନ ଏବଂ ସମୟର ବିବରଣୀ।
ମହିଳା ODI ବିଶ୍ୱକପ ୨୦୨୫ର ପ୍ରଥମ ମ୍ୟାଚ ୩୦ ସେପ୍ଟେମ୍ବର ମଙ୍ଗଳବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏଥିରେ, ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ପରସ୍ପରକୁ ମୁହାଁମୁହିଁ ହେବେ। ଏକ ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଇଭେଣ୍ଟରେ, ପାକିସ୍ତାନ କ୍ରିକେଟ ଦଳ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏହାର ଶେଷ ମ୍ୟାଚ ଖେଳିବ।
ଆୟୋଜକ ଭାରତ ସହିତ, ବିଶ୍ୱକପରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ସାମିଲ ଅଛନ୍ତି। ଫର୍ମାଟ ବିଷୟରେ କହିବାକୁ ଗଲେ, ରାଉଣ୍ଡ-ରବିନ ପରେ, ନକଆଉଟ ପର୍ଯ୍ୟାୟରେ ୨ଟି ସେମିଫାଇନାଲ ହେବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମହିଳା ବିଶ୍ୱକପ ମ୍ୟାଚ ଅକ୍ଟୋବର ୫ରେ ଖେଳାଯିବ। ମ୍ୟାଚ ଶ୍ରୀଲଙ୍କାକଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ବିଶ୍ୱକପରେ ଭାରତୀୟ ଦଳର କାର୍ଯ୍ୟସୂଚୀ
୩୦ ସେପ୍ଟେମ୍ବର: ଭାରତ ବନାମ ଶ୍ରୀଲଙ୍କା – ବେଙ୍ଗାଲୁରୁ – ଅପରାହ୍ନ ୩ଟା
୫ ଅକ୍ଟୋବର: ଭାରତ ବନାମ ପାକିସ୍ତାନ – କଲମ୍ବୋ – ଅପରାହ୍ନ ୩ଟା
୯ ଅକ୍ଟୋବର: ଭାରତ ବନାମ ଦକ୍ଷିଣ ଆଫ୍ରିକା – ଭାଇଜାଗ – ଅପରାହ୍ନ ୩ଟା
୧୨ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ – ଭାଇଜାଗ – ଅପରାହ୍ନ ୩ଟା
୧୯ ଅକ୍ଟୋବର: ଭାରତ ବନାମ ଇଂଲଣ୍ଡ – ଇନ୍ଦୋର – ଅପରାହ୍ନ ୩ଟା
୨୩ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ – ଗୁଆହାଟି – ଅପରାହ୍ନ ୩ଟା
୨୬ ଅକ୍ଟୋବର: ଭାରତ ବନାମ ବାଂଲାଦେଶ – ବେଙ୍ଗାଲୁରୁ – ଅପରାହ୍ନ ୩ଟା।
ଯଦି ପାକିସ୍ତାନ ମହିଳା କ୍ରିକେଟ ଦଳ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଯାଏ, ତେବେ ଅକ୍ଟୋବର ୨୯ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ କଲମ୍ବୋରେ ଖେଳାଯିବ, ଏବଂ ଯଦି ଏହା ଜିତି ଫାଇନାଲରେ ପହଞ୍ଚିଥାଏ, ତେବେ ଟାଇଟଲ ମୁକାବିଲା ମଧ୍ୟ ସେଠାରେ ଅନୁଷ୍ଠିତ ହେବ। ଯଦି ପାକିସ୍ତାନ ସେମିଫାଇନାଲରେ ପହଞ୍ଚି ନଥାଏ, ତେବେ ପ୍ରଥମ ସେମିଫାଇନାଲ ଗୁଆହାଟୀରେ ଏବଂ ଫାଇନାଲ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ।

The post ଅପରେଶନ ସିନ୍ଦୂର ପରେ ପ୍ରଥମ ଥର କ୍ରିକେଟ ଖେଳିବେ ଭାରତ-ପାକିସ୍ତାନ? ICC ଘୋଷଣା କଲା ତାରିଖ appeared first on Dharitri Odia News.