ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ ନେଇ ନିର୍ବାଚନ ଆୟୋଗ ଭାଜପା ଏବଂ କଂଗ୍ରେସକୁ ନୋଟିସ୍‌ ଜାରି କରିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ଉଭୟ ନେତାଙ୍କୁ ନୋଟିସ୍‌ ଜାରି କରିଛନ୍ତି। ନିର୍ବାଚନ ଆୟୋଗ ୨୯ ଏପ୍ରିଲ ସୁଦ୍ଧା ଭାଜପା ସଭାପତି ଜେପି ନଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କଠାରୁ ଉତ୍ତର […] The post ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ appeared first on Dharitri Odia News.

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ ନେଇ ନିର୍ବାଚନ ଆୟୋଗ ଭାଜପା ଏବଂ କଂଗ୍ରେସକୁ ନୋଟିସ୍‌ ଜାରି କରିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ଉଭୟ ନେତାଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ନିର୍ବାଚନ ଆୟୋଗ ୨୯ ଏପ୍ରିଲ ସୁଦ୍ଧା ଭାଜପା ସଭାପତି ଜେପି ନଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କଠାରୁ ଉତ୍ତର ଲୋଡ଼ିଛନ୍ତି। କହିରଖୁଛୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କଂଗ୍ରେସ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିବା ବେଳେ ରାହୁଲଙ୍କ ଉପରେ ଭାଜପା ଅଭିଯୋଗ କରିଛି।

ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି ତଥା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ନିର୍ବାଚନ ଆୟୋଗ ଜାଣିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତଥା ଷ୍ଟାର ପ୍ରଚାରକଙ୍କ ଆଚରଣ ପାଇଁ ପ୍ରାଥମିକ ତଥା ବୃଦ୍ଧି ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ। ଶୀର୍ଷ ପଦବୀରେ ଥିବା ନେତାଙ୍କ ନିର୍ବାଚନୀ ଭାଷଣର ପରିଣାମ ଅଧିକ ଗୁରୁତର ଅଟେ।

ସୂଚନାଯୋଗ୍ୟ, ରାଜସ୍ଥାନର ବାନ୍‌ସଓ୍ବାଡାଠାରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣ ସମ୍ପର୍କରେ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଭାଜପା ମୁଖ୍ୟ ଜେପି ନଡାଙ୍କୁ ଉତ୍ତର ମାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗକୁ ଭାଜପା ଏବଂ କଂଗ୍ରେସ ମୁଖିଆଙ୍କ ସହ ଶେୟାର କରିଥିବା ବେଳେ ଏପ୍ରିଲ ୧୨୯ ସୁଦ୍ଧା ଏହାର ଉତ୍ତର ମାଗିଛନ୍ତି ନିର୍ବାଚନ କମିଶନ।

The post ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ appeared first on Dharitri Odia News.