ଅପରେସନ ସିନ୍ଦୂର: ଆପତ୍ତିଜନକ ବୟାନ ପାଇଁ ବନ୍ଧା ହେଲେ ଛାତ୍ରୀ

ପୁଲିସ୍‌ ଅଧିକାରୀମାନେ ପ୍ରଥମେ ଶର୍ମିଷ୍ଠଙ୍କ ଠିକଣାରେ ନୋଟିସ କରିଥିଲେ। ହେଲେ ସେ କିମ୍ବା ତାଙ୍କ ପରିବାର ଏହାର କୌଣସି ଜବାବ ଦେଇ ନଥିଲେ। ଏହାପରେ ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରଥିଲେ।

ଅପରେସନ ସିନ୍ଦୂର: ଆପତ୍ତିଜନକ ବୟାନ ପାଇଁ ବନ୍ଧା ହେଲେ ଛାତ୍ରୀ

ଭାରତୀୟ ସେନାର ଅପରେସନ ସିନ୍ଦୂର ଉପରେ ହୋଇଥିବା ଗୋଟିଏ ପୋଷ୍ଟର ଜବାବ ଦେବା ବେଳେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବା ଜଣେ ଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଅରୁଚିକର ବୟାନ ପାଇଁ ପୁଣେର ଆଇନ ବିଭାଗର ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯାଇଛି। କୋଲକାତା ପୁଲିସ୍‌ ତାଙ୍କୁ ଶୁକ୍ରବାର ରାତିରେ ଗୁରୁଗ୍ରାମରୁ ଗିରଫ କରିଛି।

ଯଦିଓ ଶର୍ମିଷ୍ଠା ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ନିଜର ‌ଅତ୍ୟନ୍ତ ଆପତ୍ତିଜନକ ବୟାନ ଯୁକ୍ତ ଭିଡିଓକୁ ଡିଲିଟ କରି ଦେଇଛନ୍ତି, ହେଲେ ସେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମରୁ ଲୋକଙ୍କୁ ଟାର୍ଗେଟ କରି ଏପରି ଭିଡିଓ ପୋଷ୍ଟ କରିଥିଲେ।

ଶର୍ମିଷ୍ଠାଙ୍କ ଭିଡିଓ ବେଶ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଦେଖାଯିବା ସହ କୋଲକାତାର ଗୋଟିଏ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରି ଶର୍ମିଷ୍ଠାଙ୍କୁ ଗିରଫ କରିଛି।

କୋଲାକାତା ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଶର୍ମିଷ୍ଠା ପାନୋଲି ନାମକ ଜଣେ ଯୁବତୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଭିଡିଓରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଥିଲେ। ତେଣୁ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଛି।”

ପୁଲିସ୍‌ ଅଧିକାରୀମାନେ ପ୍ରଥମେ ଶର୍ମିଷ୍ଠଙ୍କ ଠିକଣାରେ ନୋଟିସ କରିଥିଲେ। ହେଲେ ସେ କିମ୍ବା ତାଙ୍କ ପରିବାର ଏହାର କୌଣସି ଜବାବ ଦେଇ ନଥିଲେ। ଏହାପରେ ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରଥିଲେ। ଏହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ ଶର୍ମିଷ୍ଠା ନିଜର ଭଡିଓ ଡିଲିଟ କରିବା ସହ ଏକ୍ସରେ କ୍ଷମା ମଧ୍ୟ ମାଗିଥିଲେ। ତଥାପି ତାଙ୍କୁ ପୁଲିସ୍‌ ଗିରଫ କରିଛି।