ଅବକାରୀ ଚଢ଼ାଉ, ୩ ଗିରଫ

ମୋରଡ଼ା,୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନିଜଣଙ୍କୁ ଗିରଫ କରିଛି। ଅବକାରୀ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ସୂଚନା ମୁତାବକ ମୋରଡ଼ା ବ୍ଲକ ଅଧୀନ କାନ୍ଦଣା,ଭୁରୁଙ୍ଗାଶୋଳ,ମରୁଡିହି ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ଯଥାକ୍ରମେ ୨୫,୨୪, ୨୫ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହିତ କାମିନୀକାନ୍ତ ଧଳ,ବ୍ରହ୍ମାନନ୍ଦ ଧଳ ଓ଼ ଫୁଦନ ଚନ୍ଦ୍ର ଟୁଡୁଙ୍କୁ ଗିରଫ କରାଯାଇଛି। ଏନେଇ ମୋରଡ଼ା ଅବକାରୀ ଥାନାରେ ପିଆର-୬୧,୬୨ ଏବଂ […] The post ଅବକାରୀ ଚଢ଼ାଉ, ୩ ଗିରଫ appeared first on Dharitri Odia News.

ଅବକାରୀ ଚଢ଼ାଉ, ୩ ଗିରଫ

ମୋରଡ଼ା,୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନିଜଣଙ୍କୁ ଗିରଫ କରିଛି। ଅବକାରୀ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ସୂଚନା ମୁତାବକ ମୋରଡ଼ା ବ୍ଲକ ଅଧୀନ କାନ୍ଦଣା,ଭୁରୁଙ୍ଗାଶୋଳ,ମରୁଡିହି ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ଯଥାକ୍ରମେ ୨୫,୨୪, ୨୫ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହିତ କାମିନୀକାନ୍ତ ଧଳ,ବ୍ରହ୍ମାନନ୍ଦ ଧଳ ଓ଼ ଫୁଦନ ଚନ୍ଦ୍ର ଟୁଡୁଙ୍କୁ ଗିରଫ କରାଯାଇଛି। ଏନେଇ ମୋରଡ଼ା ଅବକାରୀ ଥାନାରେ ପିଆର-୬୧,୬୨ ଏବଂ ୬୩/୨୪-୨୫ରେ ତିନୋଟି ମାମଲା ରୁଜୁ ହୋଇଛି।

The post ଅବକାରୀ ଚଢ଼ାଉ, ୩ ଗିରଫ appeared first on Dharitri Odia News.