ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମଦ ଜବତ

କେନ୍ଦୁଝର:୧୦/୪ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ହୀରାପଶି ଗାଁରେ ଦେଶୀ ମଦ ପ୍ରସ୍ତୁତ ଚାଲିଥିବେଳେ ଅବକାରୀ ବିଭାଗର ଅଚାନକ ଚଢାଉ । ଅବକାରୀ ବିଭାଗ ଏହି ଚଢାଉ କରି ୪ ମଦ ମାଫିଆଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ଚକ୍‌ମା ଦେଇ ଖସିଯାଇଛନ୍ତି । ମୋଟ  ୧,୩୩୭ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୧୩,୮୫୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଏଥି ସହ ଜଣଙ୍କ ଘରୁ ୧୩ ପେଟି ବିଅର ବୋତଲ ଜବତ କରିଛି  ଅବକାରୀ ବିଭାଗ। ମାଜିଷ୍ଟ୍ରେଟ ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁଙ୍କ ଉପସ୍ଥିତିରେ ୩ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହାୟତାରେ ଅବକାରୀ ବିଭାଗ ଏହି ଚଢ଼ାଉ କରିଛି। ଫେରାର ମଦ ମାଫିଆଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ । 