ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ : ପ୍ରମିଳା ମଲ୍ଲିକ
ନନ୍ଦିଘୋଷ ବ୍ୟୁରୋ: ନିଶାମୁକ୍ତ ଓଡ଼ିଶା ଘଟଣାର ନାରା ଦେଇ ସରକାରକୁ ଆସିଥିଲା ବିଜେପି। ହେଲେ ଚିକିଟିରେ ଘଟିଲା ମଦମୃତ୍ଯୁ। ବିଷାକ୍ତ... The post ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ : ପ୍ରମିଳା ମଲ୍ଲିକ appeared first on .
ନନ୍ଦିଘୋଷ ବ୍ୟୁରୋ: ନିଶାମୁକ୍ତ ଓଡ଼ିଶା ଘଟଣାର ନାରା ଦେଇ ସରକାରକୁ ଆସିଥିଲା ବିଜେପି। ହେଲେ ଚିକିଟିରେ ଘଟିଲା ମଦମୃତ୍ଯୁ। ବିଷାକ୍ତ ମଦମୃତ୍ଯୁ ଘଟଣାରେ ଆଜି ଆଉ ଜଣେ ପ୍ରାଣ ହରାଇଛନ୍ତି। ଏହି ଅଘଟଣାରେ ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା। ସେ କହିଛନ୍ତି- ନୀତି ନୈତିକତା କଥା କହି ବିଜେପି ସରକାରକୁ ଆସିଛି। ମଦ ବନ୍ଦ କଥା କହି ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। ଚିକିଟି ମଦମୃତ୍ଯୁ ଘଟଣାରେ ଆଜି ଆଉ ଜଣଙ୍କ ଜୀବନ ଯାଇଛି। ଅନ୍ଯ ଅସୁସ୍ଥମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ସରକାର ଚିନ୍ତିତ ନୁହନ୍ତି। ବିଜେଡି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା। ଆଜିର ଘଟଣା ପରେ ନୀତି ଓ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା।
The post ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ : ପ୍ରମିଳା ମଲ୍ଲିକ appeared first on .