୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଜନ ଶର୍ମା, ଭାଜପା ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା ଏବଂ ନିର୍ଦ୍ଦେଶକ ପାୟଲ ଆଚାର୍ଯ୍ୟଙ୍କ ସହ ଏମ୍‌ଏସ୍‌ଏମ୍‌ଇର […] The post ୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ appeared first on Dharitri Odia News.

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଜନ ଶର୍ମା, ଭାଜପା ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା ଏବଂ ନିର୍ଦ୍ଦେଶକ ପାୟଲ ଆଚାର୍ଯ୍ୟଙ୍କ ସହ ଏମ୍‌ଏସ୍‌ଏମ୍‌ଇର ନିର୍ଦ୍ଦେଶକ ପି. କେ .ମିଶ୍ର ଯୋଗଦେଇଥିଲେ। ଏହି ମଲ୍ଟି ସେକ୍ଟର ବିଟୁବି ଏବଂ ବିଟୁସି ପ୍ରଦର୍ଶନୀରେ ୨୫ଟି ରାଜ୍ୟ ଏବଂ ୧୩ଟି ଦେଶରୁ ବ୍ୟବସାୟୀ ଓ ପ୍ରଦର୍ଶନକାରୀ ଯୋଗ ଦେଇଛନ୍ତି। ରିଏଲ ଇଷ୍ଟେଟ, ଷ୍ଟାର୍ଟ ଅପ୍‌ କମ୍ପାନୀ, ଉତ୍ପାଦକ, ବିକାଶକାରୀ, ବ୍ୟାଙ୍କ, ନିର୍ମାଣ ସାମଗ୍ରୀ, ହାର୍ଡୱେର୍‌, ଆସବାବପତ୍ର, ଆଭ୍ୟନ୍ତରୀଣ, ଶିକ୍ଷା, ଘର ସାଜସଜ୍ଜା ଉତ୍ପାଦମାନ ପାଇପାରିବେ। ଥାଇ ଫୁଲ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟସ୍‌, ପାକିସ୍ତାନୀ ଡ୍ରେସ୍‌, ରାଜସ୍ଥାନୀ ମାର୍ବଲ, ଇରାନୀ ପର୍ସିଆନ କାର୍ପେଟ, ତୁର୍କୀ ମିଠା, କଶ୍ମୀରୀ ଫର୍ନିଚର, ଇରାନୀ ଗହଣା, ମାଲେସିଆର ପାଉଣ୍ଟେନ୍‌ ଏବଂ ବାଂଲାଦେଶୀ ହ୍ୟାଣ୍ଡଲୁମ ସହ ଭାରତୀୟ ହସ୍ତତନ୍ତ ଭଳି ଉତ୍ପାଦମାନ ଏହି ମେଳାରେ ଅଛି । ଫୁଡ୍‌ ଜୋନ୍‌ରେ ଗ୍ରାହକ ସୁସ୍ବାଦୁ ଖାଦ୍ୟ ମଜା ପାଇପାରିବେ। ୫୦ହଜାରରୁ ଅଧିକ ପରିଦର୍ଶକ ଏହି ୧୧ ଦିନିଆ ଇଭେଣ୍ଟର ଭରପୂର ଲାଭ ଉଠାଇବା ସହ ଅନେକ କ୍ଷେତ୍ରରୁ ଗୁଣାତ୍ମକ ଉତ୍ପାଦମାନ ଏହି ପ୍ରଦର୍ଶନୀରେ ସୁଲଭ ମୂଲ୍ୟରେ ପାଇପାରିବ ବୋଲି କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା କହିଛନ୍ତି।

The post ୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ appeared first on Dharitri Odia News.