ଅବପାତରେ ପରିଣତ ହେଲା ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର,୨୧।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି। ଏହାର ପ୍ରଭାବରେ ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବନା ରହିଛି। […] The post ଅବପାତରେ ପରିଣତ ହେଲା ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳ ଛେଚିବ appeared first on Dharitri Odia News.

ଅବପାତରେ ପରିଣତ ହେଲା ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର,୨୧।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି। ଏହାର ପ୍ରଭାବରେ ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବନା ରହିଛି। ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ଲାଗି ରହିବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, ଫୁଲବାଣୀ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ନବରଙ୍ଗପୁର, କୋରାପୁଟ, ବୌଦ୍ଧ ଆଦି ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୪୦ ମିମି ବର୍ଷା ହୋଇଥିବାବେଳେ ପାରାଦୀପରେ ୨୭.୮, ଜଗତ୍ସିଂହପୁରରେ ୧୮.୧ ମିଲିମିଟର ରେକର୍ଡ କରାଯାଇଛି।

The post ଅବପାତରେ ପରିଣତ ହେଲା ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳ ଛେଚିବ appeared first on Dharitri Odia News.