ଅବସର ଘୋଷଣା କରିବାର କିଛି ଘଣ୍ଟା ପରେ ପୁଣି ନେଟ୍ସରେ ବୋଲିଂ କଲେ
ନ୍ୟୁଜିଲ୍ୟାଣ୍ଡ ପାଇଁ ୬୪ଟି ଟେଷ୍ଟ ଖେଳିଥିବା ୱାଗନର ୨୬୦ଟି ୱିକେଟ ନେଇଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବାର କିଛି ଘଣ୍ଟା ପରେ ପୁଣି ଦଳର ନେଟ୍ସରେ ବୋଲିଂ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ନେଲ ୱାଗନର। କ୍ୱିୱି ଟିମ ଏବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ଏହି ପ୍ରସ୍ତୁତିରେ ଅବସର ଘୋଷଣା ସତ୍ତ୍ୱେ ୱାଗନର ଭାଗ ନେଇ ବ୍ୟାଟରମାନଙ୍କୁ ବୋଲିଂ କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ପାଇଁ ୬୪ଟି ଟେଷ୍ଟ ଖେଳିଥିବା ୱାଗନର ୨୬୦ଟି ୱିକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ୱିକେଟ ଦଖଲ କରିଥିବା କ୍ରିକେଟରଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛନ୍ତି।
ୱାଗନର ଆଜି ଅବସର ଘୋଷଣା କରିଥିଲେ ହେଁ ସେ ପ୍ରଥମ ଟେଷ୍ଟର ସ୍କ୍ୱାଡରେ ରହିବେ। ଏହାପରେ ତାଙ୍କୁ ରିଲିଜ କରାଯିବ। ଗୁରୁବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଅଭିଯାନ ଆରମ୍ଭ କରି ନ୍ୟୁଜିଲ୍ୟାଣ୍ଡ। ଏଥିପାଇଁ ୱାଗନର କ୍ୱିୱି ଟିମର ବ୍ୟାଟରମାନଙ୍କୁ ନେଟ୍ସରେ ବୋଲିଂ କରୁଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
Neil Wagner hit the nets after retiring from international cricket this morning