ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ,୧୦ା୧୦: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି। ଚଳିତ ସିଜିନ୍ ତାଙ୍କର ଶେଷ ସିଜିନ୍ ହେବ। ଦୁଇବର୍ଷ ତଳେ ସ୍ୱିଜରଲ୍ୟାଣ୍ଡର ରୋଜର ଫେଡେରର ଅବସର ନେଇଥିଲେ। ରୋଜର ୨୦ ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ। ନାଡାଲ କହିଛନ୍ତି ଯେ, ଚଳିତ ବର୍ଷ ହେବାକୁ ଥିବା ଡେଭିସ କପ୍ ଫାଇନାଲ୍ରେ ଖେଳିବେ। ଏହି ଟୁର୍ନାମେଣ୍ଟରେ ସେ ନିଜ ଦେଶ ପାଇଁ […] The post ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍ appeared first on Dharitri Odia News.

ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ,୧୦ା୧୦: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି। ଚଳିତ ସିଜିନ୍ ତାଙ୍କର ଶେଷ ସିଜିନ୍ ହେବ। ଦୁଇବର୍ଷ ତଳେ ସ୍ୱିଜରଲ୍ୟାଣ୍ଡର ରୋଜର ଫେଡେରର ଅବସର ନେଇଥିଲେ। ରୋଜର ୨୦ ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ।

ନାଡାଲ କହିଛନ୍ତି ଯେ, ଚଳିତ ବର୍ଷ ହେବାକୁ ଥିବା ଡେଭିସ କପ୍ ଫାଇନାଲ୍ରେ ଖେଳିବେ। ଏହି ଟୁର୍ନାମେଣ୍ଟରେ ସେ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବେ। ଏଥର ଡେଭିସ କପ୍ ଫାଇନାଲ ସ୍ପେନର ମେଲାଗାରେ ହେବାକୁ ଯାଉଛି।

ସୋସିଆଲ ମିଡିଆ ମାଧ୍ୟମରେ ନାଡାଲ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ତାଙ୍କର ସାମ୍ପ୍ରତିକ ସଂଘର୍ଷ ଏବଂ ଖେଳ ପାଇଁ ତାଙ୍କର ଶରୀର ଉପରେ କିପରି ପକାଇଥିଲା ବିଷୟରେ କହିଥିଲେ।

ନାଡାଲ କହିଛନ୍ତି, ‘ମୁଁ ଅତ୍ୟଧିକ ଉତ୍ସାହିତ ଯେ ମୋର ଶେଷ ଟୁର୍ନାମେଣ୍ଟ ଡେଭିସ୍ କପ୍ ଫାଇନାଲ୍ ହେବ, ଯେଉଁଥିରେ ମୁଁ ଦେଶର ପ୍ରତିନିଧିତ୍ୱ କରିବି। ମୋର ବିଶ୍ୱାସ ଯେ ଜଣେ ପେସାଦାର ଟେନିସ୍ ଖେଳାଳି ଭାବରେ ମୋର ପ୍ରଥମ ବିଜୟର ଆନନ୍ଦ ପରେ ମୁଁ ବର୍ତ୍ତମାନ ପୂର୍ଣ୍ଣ ସର୍କଲର ଶେଷ ପର୍ଯ୍ୟାୟକୁ ଆସିଛି। 2004 ରେ ଡେଭିସ୍ କପ୍ ଫାଇନାଲ୍ ହୋଇଥିଲା। ମୁଁ ନିଜକୁ ସୁପର ସୁପର ଭାଗ୍ୟବାନ ମନେ କରେ ଯାହା ମୁଁ ବହୁତ ଅନୁଭବ କରିଛି।

The post ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍ appeared first on Dharitri Odia News.