ଅବସର ନେବେ D.Y. ଚନ୍ଦ୍ରଚୁଡ଼, CJIଙ୍କୁ ଅବସର ପରେ କ’ଣ ମିଳିବ ସୁବିଧା ?

ନୂଆଦିଲ୍ଲୀ ୧୦।୧୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବା CJI । ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ । ଏହା କେବଳ ଏକ ସମ୍ମାନଜନକ ପଦବୀ କହିବା ଭୁଲ୍‌ ହେବ । ପଦରେ ମିଳିଥାଏ ଅନେକ ଅଧିକାର ଏବଂ ବିଶେଷ ସୁବିଧା । ଯାହା ପ୍ରଧାନ ବିଚାରପତିଙ୍କ ଅବସର ପରେ ମଧ୍ୟ ତାଙ୍କୁ ମିଳିଥାଏ । CJI D.Y. ଚନ୍ଦ୍ରଚୁଡ ବର୍ତ୍ତମାନ ଏହି ପଦବୀରେ କାର୍ଯ୍ୟ କରୁଛନ୍ତି । ସେ ୧୦ ନଭେମ୍ବରରେ ନେବେ ଅବସର । ଶୁକ୍ରବାର ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ । କିନ୍ତୁ ଜାଣନ୍ତି କି ଅବସର ପରେ CJIଙ୍କୁ କ’ଣ କ’ଣ ମିଳିବ ସୁବିଧା ? ଭାରତୀୟ ନ୍ୟାୟପାଳିକାରେ ଧାର୍ଯ୍ୟ ନିୟମ ଅନୁଯାୟୀ ଅବସର ପରେ ତାଙ୍କୁ ଅନେକ ବିଶେଷ ସୁବିଧା ମିଳିବ । ଅବସର ପରେ ତାଙ୍କୁ କେବଳ ସମ୍ମାନ ଏବଂ ସର୍ବୋଚ୍ଚ ସୁବିଧା ମିଳିବ ତାନୁହେଁ, ବରଂ CJI ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ୍ ମଧ୍ୟ ରହିବ । ଯାହା ଅବସର ପରେ ଲାଗୁ ହେବ । CJI ଚନ୍ଦ୍ରଚୁଡଙ୍କୁ ଅନେକ ପ୍ରକାରର ସୁବିଧା ମିଳିଥାଏ ଏବଂ ଅବସର ପରେ ମଧ୍ୟ ତାଙ୍କୁ ଏହି ସୁବିଧା ମିଳିବ । ତାଙ୍କୁ ସରକାରୀ ବାସଭବନ ମିଳିବ । ଏଥିରେ ଅବସରପ୍ରାପ୍ତ CJI ନିଜ ପରିବାର ସହ ରହିପାରିବେ । CJIଙ୍କୁ ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀ ରହିବେ । ଏହାବ୍ୟତୀତ ପେନ୍‌ସନ୍‌ ଏବଂ ସ୍ୱତନ୍ତ୍ର ଭତ୍ତା ମଧ୍ୟ ଅବସର ପରେ CJIକୁ ଦିଆଯାଇଥାଏ । CJIଙ୍କୁ ପେନସନ୍ ଭାବରେ ୭୦ ହଜାର ଟଙ୍କା ମିଳିବ ଏବଂ ଅବସର ପରେ ତାଙ୍କୁ ସାର

ଅବସର ନେବେ D.Y. ଚନ୍ଦ୍ରଚୁଡ଼, CJIଙ୍କୁ ଅବସର ପରେ କ’ଣ ମିଳିବ ସୁବିଧା ?

ନୂଆଦିଲ୍ଲୀ ୧୦।୧୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବା CJI । ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ । ଏହା କେବଳ ଏକ ସମ୍ମାନଜନକ ପଦବୀ କହିବା ଭୁଲ୍‌ ହେବ । ପଦରେ ମିଳିଥାଏ ଅନେକ ଅଧିକାର ଏବଂ ବିଶେଷ ସୁବିଧା । ଯାହା ପ୍ରଧାନ ବିଚାରପତିଙ୍କ ଅବସର ପରେ ମଧ୍ୟ ତାଙ୍କୁ ମିଳିଥାଏ । CJI D.Y. ଚନ୍ଦ୍ରଚୁଡ ବର୍ତ୍ତମାନ ଏହି ପଦବୀରେ କାର୍ଯ୍ୟ କରୁଛନ୍ତି । ସେ ୧୦ ନଭେମ୍ବରରେ ନେବେ ଅବସର । ଶୁକ୍ରବାର ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ । 

କିନ୍ତୁ ଜାଣନ୍ତି କି ଅବସର ପରେ CJIଙ୍କୁ କ’ଣ କ’ଣ ମିଳିବ ସୁବିଧା ? ଭାରତୀୟ ନ୍ୟାୟପାଳିକାରେ ଧାର୍ଯ୍ୟ ନିୟମ ଅନୁଯାୟୀ ଅବସର ପରେ ତାଙ୍କୁ ଅନେକ ବିଶେଷ ସୁବିଧା ମିଳିବ । ଅବସର ପରେ ତାଙ୍କୁ କେବଳ ସମ୍ମାନ ଏବଂ ସର୍ବୋଚ୍ଚ ସୁବିଧା ମିଳିବ ତାନୁହେଁ, ବରଂ CJI ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ୍ ମଧ୍ୟ ରହିବ । ଯାହା ଅବସର ପରେ ଲାଗୁ ହେବ । 

CJI ଚନ୍ଦ୍ରଚୁଡଙ୍କୁ ଅନେକ ପ୍ରକାରର ସୁବିଧା ମିଳିଥାଏ ଏବଂ ଅବସର ପରେ ମଧ୍ୟ ତାଙ୍କୁ ଏହି ସୁବିଧା ମିଳିବ । ତାଙ୍କୁ ସରକାରୀ ବାସଭବନ ମିଳିବ । ଏଥିରେ ଅବସରପ୍ରାପ୍ତ CJI ନିଜ ପରିବାର ସହ ରହିପାରିବେ । CJIଙ୍କୁ ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀ ରହିବେ । ଏହାବ୍ୟତୀତ ପେନ୍‌ସନ୍‌ ଏବଂ ସ୍ୱତନ୍ତ୍ର ଭତ୍ତା ମଧ୍ୟ ଅବସର ପରେ CJIକୁ ଦିଆଯାଇଥାଏ । 

CJIଙ୍କୁ ପେନସନ୍ ଭାବରେ ୭୦ ହଜାର ଟଙ୍କା ମିଳିବ ଏବଂ ଅବସର ପରେ ତାଙ୍କୁ ସାରାଜୀବନ ଚାକର ଏବଂ ଡ୍ରାଇଭର ଦିଆଯିବ । ଏହାବ୍ୟତୀତ ତାଙ୍କୁ କିଛି ଅନ୍ୟାନ୍ୟ ଭତ୍ତା ମିଳିଥାଏ । ଯେପରକି ଡାକ୍ତରୀ ଭତ୍ତା, ଏହା ସାହାଯ୍ୟରେ ତାଙ୍କୁ ଯୋଗାଇ ଦିଆଯିବ ସ୍ୱାସ୍ଥ୍ୟ ସେବା । ଅବସର ପରେ ମଧ୍ୟ ଅନ୍ୟାନ୍ୟ ଆଇନଗତ ମାମଲାରେ ସୁପ୍ରିମକୋର୍ଟଙ୍କୁ ସହାୟତା ଏବଂ ପରାମର୍ଶ ଦେବାର ଅଧିକାର CJIଙ୍କ ପାଖରେ ରହିଥାଏ । 

ଅବସର ପରେ CJIଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଇନଗତ ପରାମର୍ଶ ଏବଂ ଅନ୍ୟାନ୍ୟ ସୁବିଧା ମିଳିଥାଏ ।  କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ CJIଙ୍କୁ ପରାମର୍ଶ ଦେବାର ଅଧିକାର ରହିଥାଏ । ଅନେକ ସମୟରେ ଉଚ୍ଚ ନ୍ୟାୟାଳୟ କିମ୍ବା ଅନ୍ୟାନ୍ୟ ନ୍ୟାୟିକ ପ୍ରସଙ୍ଗରେ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିବାକୁ ସେମାନଙ୍କୁ ଡକାଯାଇଥାଏ । ଯଦିଓ ଅବସର ପରେ ସେମାନେ ସାଧାରଣ ନାଗରିକଙ୍କ ସହ ସମାନ । କିନ୍ତୁ ସେମାନଙ୍କର ଅଭିଜ୍ଞତା କୋର୍ଟର କାମରେ ସହାୟ ହୋଇଥାଏ ।  

ତେବେ ଆସନ୍ତୁ ଜାଣିବା CJIଙ୍କ ଅବସରର କଣ ରହିଛି ନିୟମ ? ଭାରତରେ ପ୍ରଧାନ ବିଚାରପତିଙ୍କ ଅବସର ପାଇଁ ଏକ ସ୍ପଷ୍ଟ ଏବଂ ନିର୍ଦ୍ଦିଷ୍ଟ ନିୟମ ରହିଛି । ଭାରତୀୟ ସମ୍ବିଧାନର ଧାରା ୧୨୪ ଅନୁଯାୟୀ, CJIଙ୍କ କାର୍ଯ୍ୟକାଳ ୭୦ ବର୍ଷ ରହିଛି । ଅବସର ସମୟରେ CJI ପେନସନ୍‌ ଓ ଅନ୍ୟାନ୍ୟ ସୁବିଧା ପାଇଥାନ୍ତି ।  ଏହି ସୁବିଧା ପାଇଁ ତାଙ୍କୁ ଅଲଗା ଭାବେ ଆବେଦନ କରିବାର ଆବଶ୍ୟକତା ନାହିଁ ।