ଅବସର ପୂର୍ବରୁ ଏହି କେସ୍ର ଶୁଣାଣି ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ଡି.ଓ୍ବାଇ ଚନ୍ଦ୍ରଚୁଡ
ନୂଆଦିଲୀ,୧୧।୧୧: ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି। ଅବସର ପୂର୍ବରୁ ନଭେମ୍ବର ୬ରେ ସେ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ଫାଇଲ ବିଚାର କରି ସେ ଭାବପ୍ରବଣ ହୋଇପଡ଼ିଥିଲେ। ସେ କହିଥିଲେ, ବୁଲଡୋଜର ନ୍ୟାୟ ଗ୍ରହଣ କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘର ହେଉଛି ସବୁଠାରୁ ବଡ ସୁରକ୍ଷା। ବେଆଇନ ଏନକାଉଣ୍ଟର କିମ୍ବା ବେଆଇନ ଭାବେ ନିର୍ମିତ ସଂରଚନା ବିରୋଧରେ ସରକାର […] The post ଅବସର ପୂର୍ବରୁ ଏହି କେସ୍ର ଶୁଣାଣି ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ଡି.ଓ୍ବାଇ ଚନ୍ଦ୍ରଚୁଡ appeared first on Dharitri Odia News.
ନୂଆଦିଲୀ,୧୧।୧୧: ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି। ଅବସର ପୂର୍ବରୁ ନଭେମ୍ବର ୬ରେ ସେ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ଫାଇଲ ବିଚାର କରି ସେ ଭାବପ୍ରବଣ ହୋଇପଡ଼ିଥିଲେ। ସେ କହିଥିଲେ, ବୁଲଡୋଜର ନ୍ୟାୟ ଗ୍ରହଣ କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘର ହେଉଛି ସବୁଠାରୁ ବଡ ସୁରକ୍ଷା। ବେଆଇନ ଏନକାଉଣ୍ଟର କିମ୍ବା ବେଆଇନ ଭାବେ ନିର୍ମିତ ସଂରଚନା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।
ଜଷ୍ଟିସ ଡିଏ ଚନ୍ଦ୍ରଚୁଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ବେଞ୍ଚ ଜଣେ ସାମ୍ବାଦିକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା। ଏହି ଆବେଦନରେ ଦର୍ଶାଯାଇଥିଲା ଯେ, ୨୦୧୯ରେ ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀମାନେ ତାଙ୍କ ପୈତୃକ ଘରକୁ ବିନା କୌଣସି ସୂଚନାରେ ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିଯାଇଥିବାରୁ ସେ ଏକ ଆର୍ଟିକିଲ ଲେଖିଥିଲେ ଯେଉଁଥିରେ ରାସ୍ତା ନିର୍ମାଣ ସମୟରେ କର୍ତ୍ତୃପକ୍ଷଙ୍କ ଭୁଲ ପଦ୍ଧତି ଉପରେ ପ୍ରଶ୍ନ ଉଠିଥିଲା।
ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଉତ୍ତରପ୍ରଦେଶ ସରକାରୀ କର୍ମଚାରୀଙ୍କୁ ଆବେଦନକାରୀଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ସରକାରଙ୍କ ଏଭଳି ଏକପାଖିଆ କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ। ଅଦାଲତ ଏହା ମଧ୍ୟ କହିଛନ୍ତି,ଆଇନ ସର୍ବସାଧାରଣ ସମ୍ପତ୍ତି ଉପରେ ବେଆଇନ ଦଖଲ କିମ୍ବା ଏନକାଉଣ୍ଟର କରିବାକୁ ଅନୁମତି ଦିଏ ନାହିଁ, କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘର ହେଉଛି ସବୁଠାରୁ ବଡ ସୁରକ୍ଷା।
କୋର୍ଟ ଏହା ମଧ୍ୟ କହିଛନ୍ତି, ନାଗରିକଙ୍କ ସ୍ବରକୁ ସେମାନଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଧମକ ଦେଇ ଦମନ କରାଯାଇପାରିବ ନାହିଁ ଏବଂ ବୁଲଡୋଜର ନ୍ୟାୟ ଆଇନ ଶାସନରେ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ବୁଲଡୋଜର ମାଧ୍ୟମରେ ନ୍ୟାୟ ବିତରଣ କୌଣସି ସଭ୍ୟ ନ୍ୟାୟ ବ୍ୟବସ୍ଥାର ଅଂଶ ହୋଇପାରିବ ନାହିଁ। ଆଇନର ନିୟମ ଅନୁଯାୟୀ ବୁଲଡୋଜର ନ୍ୟାୟ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଯଦି ଏହାକୁ ଅନୁମତି ଦିଆଯାଏ ତେବେ ଧାରା ୩୦୦ଏ ଅନୁଯାୟୀ ସମ୍ପତ୍ତି ଅଧିକାରର ସାମ୍ବିଧାନିକ ସ୍ବୀକୃତି ସମାପ୍ତ ହେବ।
ସମ୍ବିଧାନର ଧାରା ୩୦୦ଏ କହିଛି, ଆଇନର ଅଧିକାର ବିନା କୌଣସି ବ୍ୟକ୍ତି ତାଙ୍କ ସମ୍ପତ୍ତିରୁ ବଞ୍ଚିତ ହେବେ ନାହିଁ। ୨୦୧୯ରେ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଏକ ଘର ଭାଙ୍ଗିବା ସହ ସୁପ୍ରିମକୋର୍ଟ ନଭେମ୍ବର ୬ରେ ଏହି ରାୟ ପ୍ରଦାନ କରିଥିଲେ।
The post ଅବସର ପୂର୍ବରୁ ଏହି କେସ୍ର ଶୁଣାଣି ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ଡି.ଓ୍ବାଇ ଚନ୍ଦ୍ରଚୁଡ appeared first on Dharitri Odia News.