ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ ଗରା, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଖବର ପାଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥିଲେ। ହେଲେ ସରପଞ୍ଚ ଘଟଣା ସ୍ଥଳକୁ […] The post ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା appeared first on Dharitri Odia News.

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ ଗରା, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଖବର ପାଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥିଲେ। ହେଲେ ସରପଞ୍ଚ ଘଟଣା ସ୍ଥଳକୁ ଆସିବା ଦାବି କରି ରାସ୍ତା ଅବରୋଧ ଜାରି ରଖିଥିଲେ। ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ନାଏକ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ୩ ଦିନ ମଧ୍ୟରେ ନୂତନ ପାଇପ୍‌ ପକାଇ ବୋରୱେଲରୁ ଜଳ ଯୋଗାଣ କରାଯିବ ବୋଲି କହିବା ପରେ ମହିଳାଙ୍କ ରାସ୍ତା ଅବରୋଧ ହଟିଥିଲା।

ସୂଚନା ଯୋଗ୍ୟ, ପାଟଣା ବ୍ଲକ ଟାଙ୍ଗରପଡା ହାଟ ଛକକୁ ବସୁଧା ଯୋଜନାରୁ ଜଳ ଯୋଗାଣ ହୋଇଥିଲେ ହେଁ ଉକ୍ତ ଛକନିକଟ ସାହିକୁ ପାଣି ଆସୁ ନ ଥିବାରୁ ମହିଳମାନେ ଉତ୍ତ୍ୟକ୍ତ ହୋଇ ରାସ୍ତା ରୋକୋ କରିଥିଲେ।

ପିଇବା ପାଣି ପାଇଁ ରାସ୍ତାରୋକୋ

The post ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା appeared first on Dharitri Odia News.