ଅବିବାହିତଙ୍କ ଗାଁ, ଏଠାରେ ଝିଅ ଦେବାକୁ ହୁଅନ୍ତି ନାହିଁ

ନୂଆଦିଲ୍ଲୀ ୨୩/୦୬: ପାଣି ସମସ୍ୟା ଯୋଗୁ ଏକ ଗାଁ ଏବେ ଅବିବାହିତଙ୍କ ଗାଁ ପାଲଟିଛି । ଏଠାକୁ ଯଦି କେହି ବିବାହ ପ୍ରସ୍ତାବ ନେଇ ଆସୁଛି, ପାଣି ସମସ୍ୟା ଦେଖି ଫେରିଯାଉଛି । ଲୋକେ କହୁଛନ୍ତି, ଏଠାରେ ସେମାନଙ୍କ ଝିଅ ପାଣି ବିନା ମରିଯିବେ । ଲହୁରିୟା ଦହ ଗାଁର ବାସିନ୍ଦା ରାମଦଈ ଏ କଥା ଗଣମାଧ୍ୟମକୁ କହିଛନ୍ତି । ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ମୁଖ୍ୟାଳୟରୁ ୭୦ କିମି ଦୂର ଲହୁରିୟା ଦହ ଗାଁ ଅବିବାହିତଙ୍କ ଗାଁ ଭାବେ ବେଶ ଜଣାଶୁଣା । ଗାଁରେ ଜଳ ସଙ୍କଟ ଉତ୍କଟ ରୂପ ନେଇଛି । ଖରାଦିନେ ଟ୍ୟାଙ୍କରରେ ଗାଁକୁ ପାଣି ଯୋଗାଯାଉଛି । ପାହାଡ଼ରେ ଅବସ୍ଥିତ ଏହି ଗାଁରେ ସବୁ କୂଅ ଶୁଖିଲା ପଡ଼ିଛି । ହର ଘର୍‌ ଜଳ ମିଶନ ପାଇପ୍‌ଲାଇନ୍‌ରେ ପାଣି ଆସୁନି । ୩-୪ ଦିନରେ ଥରେ ଖୁବ୍‌ କମ୍‌ ସମୟ ପାଇଁ ପାଣି ଆସୁଛି । ଟ୍ୟାଙ୍କର ପାଣି ବି ଦିନେ ଦୁଇଦିନ ଅନ୍ତରରେ ଆସୁଛି । ପାଣି ସମସ୍ୟା ଯୋଗୁ ଗାଁରେ ଅବିବାହିତ ପୁଅଙ୍କ ସଂଖ୍ୟା ବଢ଼ିଚାଲିଛି । ଗାଁ ଲୋକେ ଜଙ୍ଗଲରୁ ଶୁଖିଲା କାଠ ଆଣି ଅର୍ଥ ଉପାର୍ଜନ କରୁଛନ୍ତି । କେବଳ ପାଣି ନୁହେଁ, ଖାଦ୍ୟାନ୍ନ ପାଇଁ ମଧ୍ୟ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି । ରୋଜଗାରକୁ ନେଇ କୌଣସି ଉପଯୁକ୍ତ ସାଧନ ଏଠାରେ ନାହିଁ । ସେଥିପାଇଁ ପୁଅଙ୍କ ବିବାହ ହୋଇପାରୁନି । ପ୍ରଶାସନିକ ଅଧିକାରୀ ଗାଁକୁ ଆସି ଆଶ୍ୱାସନ ଦେଇ ଚାଲିଯାଉଛନ୍ତି । ସମାଧାନ ପରିବର୍ତ୍ତେ ସମସ୍ୟା ବଢ଼ିଚାଲିଛି ବୋଲି ଗାଁ ଲୋକେ କହିଛନ୍ତି ।

ଅବିବାହିତଙ୍କ ଗାଁ, ଏଠାରେ ଝିଅ ଦେବାକୁ ହୁଅନ୍ତି ନାହିଁ

ନୂଆଦିଲ୍ଲୀ ୨୩/୦୬: ପାଣି ସମସ୍ୟା ଯୋଗୁ ଏକ ଗାଁ ଏବେ ଅବିବାହିତଙ୍କ ଗାଁ ପାଲଟିଛି । ଏଠାକୁ ଯଦି କେହି ବିବାହ ପ୍ରସ୍ତାବ ନେଇ ଆସୁଛି, ପାଣି ସମସ୍ୟା ଦେଖି ଫେରିଯାଉଛି । ଲୋକେ କହୁଛନ୍ତି, ଏଠାରେ ସେମାନଙ୍କ ଝିଅ ପାଣି ବିନା ମରିଯିବେ । ଲହୁରିୟା ଦହ ଗାଁର ବାସିନ୍ଦା ରାମଦଈ ଏ କଥା ଗଣମାଧ୍ୟମକୁ କହିଛନ୍ତି । ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ମୁଖ୍ୟାଳୟରୁ ୭୦ କିମି ଦୂର ଲହୁରିୟା ଦହ ଗାଁ ଅବିବାହିତଙ୍କ ଗାଁ ଭାବେ ବେଶ ଜଣାଶୁଣା । ଗାଁରେ ଜଳ ସଙ୍କଟ ଉତ୍କଟ ରୂପ ନେଇଛି । ଖରାଦିନେ ଟ୍ୟାଙ୍କରରେ ଗାଁକୁ ପାଣି ଯୋଗାଯାଉଛି । 

ପାହାଡ଼ରେ ଅବସ୍ଥିତ ଏହି ଗାଁରେ ସବୁ କୂଅ ଶୁଖିଲା ପଡ଼ିଛି । ହର ଘର୍‌ ଜଳ ମିଶନ ପାଇପ୍‌ଲାଇନ୍‌ରେ ପାଣି ଆସୁନି । ୩-୪ ଦିନରେ ଥରେ ଖୁବ୍‌ କମ୍‌ ସମୟ ପାଇଁ ପାଣି ଆସୁଛି । ଟ୍ୟାଙ୍କର ପାଣି ବି ଦିନେ ଦୁଇଦିନ ଅନ୍ତରରେ ଆସୁଛି । ପାଣି ସମସ୍ୟା ଯୋଗୁ ଗାଁରେ ଅବିବାହିତ ପୁଅଙ୍କ ସଂଖ୍ୟା ବଢ଼ିଚାଲିଛି । ଗାଁ ଲୋକେ ଜଙ୍ଗଲରୁ ଶୁଖିଲା କାଠ ଆଣି ଅର୍ଥ ଉପାର୍ଜନ କରୁଛନ୍ତି । କେବଳ ପାଣି ନୁହେଁ, ଖାଦ୍ୟାନ୍ନ ପାଇଁ ମଧ୍ୟ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି । ରୋଜଗାରକୁ ନେଇ କୌଣସି ଉପଯୁକ୍ତ ସାଧନ ଏଠାରେ ନାହିଁ । ସେଥିପାଇଁ ପୁଅଙ୍କ ବିବାହ ହୋଇପାରୁନି । ପ୍ରଶାସନିକ ଅଧିକାରୀ ଗାଁକୁ ଆସି ଆଶ୍ୱାସନ ଦେଇ ଚାଲିଯାଉଛନ୍ତି । ସମାଧାନ ପରିବର୍ତ୍ତେ ସମସ୍ୟା ବଢ଼ିଚାଲିଛି ବୋଲି ଗାଁ ଲୋକେ କହିଛନ୍ତି ।