Warlike Situation:କେବଳ ଗୋଟିଏ ମନ୍ଦିର ପାଇଁ ଗଡିଲାଣି ୪୨ ମୁଣ୍ଡ, ତଥାପି ଥମୁନି ବିବାଦ
ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ଉତ୍ତେଜନାର ମୂଳ କାରଣ ହେଉଛି ପ୍ରେଆ ବିହାରରେ ଥିବା ଶିଖରେଶ୍ୱର ମନ୍ଦିର । ଏହି ଐତିହାସିକ ହିନ୍ଦୁ ମନ୍ଦିର ଦୁଇ ଦେଶର ସୀମାରେ ଅବସ୍ଥିତ । ଏହି ମନ୍ଦିର ପାଇଁ ୧୦୦ ବର୍ଷରୁ ଅଧିକ ବର୍ଷ ହେଲାଣି ସୀମା ବିବାଦ ଲାଗିରହିଛି । ବେଳେ ବେଳେ ଏହା ସଂଘର୍ଷରେ ପରିଣତ ହୋଇଥାଏ ।ଆଜି ପୁଣି ଥରେ ସଂଘର୍ଷ ହୋଇଛି । ଦୁଇ ଦେଶ ହୋଇଛନ୍ତି ମୁହାଁମୁହିଁ ।