ଅବୁଝମାଡ଼ ଜଙ୍ଗଲରେ ବଡ ସଫଳତା ପରେ ଖୁସିଲେ ନାଚିଲେ ଯବାନ, ଅଦିନରେ ଖେଳିଲେ ହୋଲି
ଛତିଶଗଡ ୨୩/୦୫: ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୨୭ ମାଓବାଦୀ ସହ ଟପ୍ କମାଣ୍ଡର ନିପାତ ପରେ ଡିଆରଜି ଯବାନ ଖେଳିଲେ ହୋଲି । ମ୍ୟୁଜିକର ତାଳେତାଳେ ଏକାଠି ନାଚିଲେ । ଏକାଠି ହୋଇ ଡିଆରଜି ଯବାନ ନାଚିବା ସହ ପରସ୍ପରକୁ ଅବିର ବୋଳିଥିଲେ । ଏପରିକି ସ୍ଥାନୀୟ ଅଞ୍ଚଳରେ ଯୁବତୀ ଓ ଲୋକେ ଯବାନମାନଙ୍କୁ ଅବିର ମାରିବା ସହ ବାଣଫୁଟାଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି । କେହି କେହି ଯବାନଙ୍କୁ ଉପରକୁ ଫୁଲ ପକାଇ ସେମାନଙ୍କୁ ସ୍ବାଗତ ସହ ଉତ୍ସାହିତ କରିଥିଲେ। ଗତ ୨୧ ତାରିଖରେ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରସେନରେ ନିପାତ ହୋଇଥିଲେ ମାଓବାଦୀ । ଏମିତିକି ଏନକାଉଣ୍ଟରରେ ମାଓ ସଂଗଠନର ହେଡ୍ କୁହାଯାଉଥିବା ଶୀର୍ଷ ନେତା ବସବରାଜୁ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ନିହତ ହୋଇଥିଲେ । ମୃତ ନକ୍ସଲଙ୍କଠାରୁ ଜବତ ହୋଇଥିଲା ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ପୂର୍ବରୁ ଭାରତକୁ ୨୦୨୬ ସୁଦ୍ଧା ମାଓ ମୁକ୍ତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଥିଲେ। ମହାରାଷ୍ଟ୍ର, ତେଲଙ୍ଗାନା ଓ ଛତିଶଗଡର ଜଙ୍ଗଲରେ ୧୦ ହଜାର ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଯବାନଙ୍କ ଏନକାଉଣ୍ଟରରେ ଭୀତତ୍ରସ୍ତ ମାଓବାଦୀ ମାନେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ୩ ରାଜ୍ୟରେ ୧୦ ହଜାର ଯବାନ ଘେରି ରହିଛନ୍ତି। ଅପରେସନରେ ସାମିଲ୍ ଯବାନଙ୍କୁ ଆକାଶମାର୍ଗରୁ ହେଲିକପଟରରେ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି। ୩ ରାଜ୍ୟର ସୀମାବର୍ତ୍ତି ଜ
ଛତିଶଗଡ ୨୩/୦୫: ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୨୭ ମାଓବାଦୀ ସହ ଟପ୍ କମାଣ୍ଡର ନିପାତ ପରେ ଡିଆରଜି ଯବାନ ଖେଳିଲେ ହୋଲି । ମ୍ୟୁଜିକର ତାଳେତାଳେ ଏକାଠି ନାଚିଲେ । ଏକାଠି ହୋଇ ଡିଆରଜି ଯବାନ ନାଚିବା ସହ ପରସ୍ପରକୁ ଅବିର ବୋଳିଥିଲେ । ଏପରିକି ସ୍ଥାନୀୟ ଅଞ୍ଚଳରେ ଯୁବତୀ ଓ ଲୋକେ ଯବାନମାନଙ୍କୁ ଅବିର ମାରିବା ସହ ବାଣଫୁଟାଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି । କେହି କେହି ଯବାନଙ୍କୁ ଉପରକୁ ଫୁଲ ପକାଇ ସେମାନଙ୍କୁ ସ୍ବାଗତ ସହ ଉତ୍ସାହିତ କରିଥିଲେ।
ଗତ ୨୧ ତାରିଖରେ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରସେନରେ ନିପାତ ହୋଇଥିଲେ ମାଓବାଦୀ । ଏମିତିକି ଏନକାଉଣ୍ଟରରେ ମାଓ ସଂଗଠନର ହେଡ୍ କୁହାଯାଉଥିବା ଶୀର୍ଷ ନେତା ବସବରାଜୁ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ନିହତ ହୋଇଥିଲେ । ମୃତ ନକ୍ସଲଙ୍କଠାରୁ ଜବତ ହୋଇଥିଲା ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ପୂର୍ବରୁ ଭାରତକୁ ୨୦୨୬ ସୁଦ୍ଧା ମାଓ ମୁକ୍ତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଥିଲେ।
ମହାରାଷ୍ଟ୍ର, ତେଲଙ୍ଗାନା ଓ ଛତିଶଗଡର ଜଙ୍ଗଲରେ ୧୦ ହଜାର ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଯବାନଙ୍କ ଏନକାଉଣ୍ଟରରେ ଭୀତତ୍ରସ୍ତ ମାଓବାଦୀ ମାନେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ୩ ରାଜ୍ୟରେ ୧୦ ହଜାର ଯବାନ ଘେରି ରହିଛନ୍ତି। ଅପରେସନରେ ସାମିଲ୍ ଯବାନଙ୍କୁ ଆକାଶମାର୍ଗରୁ ହେଲିକପଟରରେ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି। ୩ ରାଜ୍ୟର ସୀମାବର୍ତ୍ତି ଜଙ୍ଗଲ ଭିତରେ ଚାଲିଛି ମାଓ ବିରୋଧୀ ଅଭିଯାନ୍ ‘କଗାର୍’।