ଅଭାବକୁ ପୂରା କରିବ ଖରିଫ୍ ପିଆଜ
ନୂଆପଡ଼ା,୨୨।୧୨(ମକାରୁ ବେମାଲ): ପିଆଜ ଅଭାବକୁ ପୂରା କରିବ ଖରିଫ ପିଆଜ। ଜିଲାର ଉପାନ୍ତ ଅଞ୍ଚଳରେ ଏବେ ଅମଳ ହେଉଛି ଖରିଫ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଚାହିଦା ଥିବା ବେଳେ ଅଭାବକୁ ପୁରା କରିବା ସହ ଭଲ ଦୁଇ ପଇସା ପାଇବ ବୋଲି ଆଶା ବାନ୍ଧିଛି ଚାଷୀ। ଚାଷୀଙ୍କ କ୍ଷେତରେ ଚାଷ ହୋଇଛି ପିଆଜ। ଏ ଚାଷ ପାରମ୍ପରିକ ଚାଷ ନୁହେଁ ଏହି ହେଉଛି ଖରିଫ ଋତୁରେ ଉତ୍ପାଦିତ ହୋଇଥିବା ଅମଳ। ନୂଆପଡ଼ା ଜିଲା କୋମନା ବ୍ଲକ […] The post ଅଭାବକୁ ପୂରା କରିବ ଖରିଫ୍ ପିଆଜ appeared first on Dharitri Odia News.
ନୂଆପଡ଼ା,୨୨।୧୨(ମକାରୁ ବେମାଲ): ପିଆଜ ଅଭାବକୁ ପୂରା କରିବ ଖରିଫ ପିଆଜ। ଜିଲାର ଉପାନ୍ତ ଅଞ୍ଚଳରେ ଏବେ ଅମଳ ହେଉଛି ଖରିଫ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଚାହିଦା ଥିବା ବେଳେ ଅଭାବକୁ ପୁରା କରିବା ସହ ଭଲ ଦୁଇ ପଇସା ପାଇବ ବୋଲି ଆଶା ବାନ୍ଧିଛି ଚାଷୀ। ଚାଷୀଙ୍କ କ୍ଷେତରେ ଚାଷ ହୋଇଛି ପିଆଜ। ଏ ଚାଷ ପାରମ୍ପରିକ ଚାଷ ନୁହେଁ ଏହି ହେଉଛି ଖରିଫ ଋତୁରେ ଉତ୍ପାଦିତ ହୋଇଥିବା ଅମଳ। ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ ଲର୍କି ଗାଁର ଚାଷୀ ଶିବ ବିଶ୍ବାଳ। ଖରାଟିଆ ପିଆଜ କରି କ୍ଷତି ସହୁଥିବା ବେଳେ ବର୍ତ୍ତମାନ ଖରିଫ ଚାଷ କରି ଭଲ ଉତ୍ପାଦନ କରିଛନ୍ତି। ବିଶ୍ୱ ପନିପରିବା ଗବେଷଣା କେନ୍ଦ୍ର ଏବଂ ଉଦ୍ୟାନ ବିଭାଗ ସହାୟତାରେ ତାଲିମ ନେଇ ବର୍ତ୍ତମାନ ୧୦ ଡେସିମିଲ ଜମିରେ ପରୀକ୍ଷା ମୂଳକ ଭାବେ ଚାଷ କରିଛନ୍ତି ଶିବ। ଆଗରୁ ରବି ଋତୁରେ ପିଆଜ ଚାଷ କରି ଅଭାବୀ ବିକ୍ରିର କ୍ଷତି ସହୁଥିବା ଚାଷୀ ବର୍ତ୍ତମାନ ବଜାରରେ ଚାହିଦା ଥିବାରୁ ଭଲ ଦୁଇ ପଇସା ପାଇବ ବୋଲି ଆଶା କରିଛନ୍ତି। ତାହା ସହିତ ପାରମ୍ପରିକ ଚାଷ ଛାଡ଼ି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାକୁ ମନ ବଳାଇଛନ୍ତି। ଅନ୍ୟପଟେ ବୋଡ଼େନ ଅଞ୍ଚଳର ଜଣେ ଚାଷୀ ମଧ୍ୟ ଏହି ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ବିଶ୍ୱ ପନିପରିବା ଗବେଷଣା କେନ୍ଦ୍ର ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଦିଆଯାଇଛି ପିଆଜ ବିହନ। ବର୍ତ୍ତମାନ ଚାଷୀଙ୍କ କ୍ଷେତରେ ଅମଳ ହେବା ଆରମ୍ଭ ହୋଇଛି ପିଆଜ। ଜିଲାର ୫୫ଜଣ ଚାଷୀଙ୍କୁ ପରୀକ୍ଷା ମୂଳକ ଭାବେ ଦିଆଯାଇଥିବା ବେଳେ ଆଗକୁ ପିଆଜ ଅଭାବକୁ ଦୂର କରିବା ପାଇଁ ସମସ୍ତ ଚାଷୀଙ୍କୁ ପିଆଜ ଚାଷ କରିବାକୁ କହିଛନ୍ତି ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ନୂଆପଡା ହରେକୃଷ୍ଣ ହସଦା। ବିଭିନ୍ନ କିସମର ପିଆଜ ଚାଇନା କିଙ୍ଗ, ନନ୍ଦୀ, ଭିମା ସୁପର, ଭୀମା ରାଜ, ଭିମା ଡାର୍କ ରେଡ ଭଳି କିସମ ଚାଷ କରିଛି ଚାଷୀ। ଅନ୍ୟପଟେ ବିଶ୍ୱ ପନିପରିବା ଗବେଷଣା କେନ୍ଦ୍ର ହାଇଦ୍ରାବାଦରୁ ଆସିଥିବା ଅଧିକାରୀ କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ସୂଜୟ ଓଜେ। ନୂଆପଡ଼ା ଭଳି ଜିଲାରେ ଏହି ଚାଷ କରି ଆମେ ସଫଳ ହୋଇଛୁ ଆଗକୁ ମଧ୍ୟ ଜିଲାବ୍ୟାପୀ ଚାଷୀଙ୍କୁ ପିଆଜ ଚାଷ କରିବାକୁ ଉତ୍ସାହିତ କରିବୁ ବୋଲି କହିଛନ୍ତି।
The post ଅଭାବକୁ ପୂରା କରିବ ଖରିଫ୍ ପିଆଜ appeared first on Dharitri Odia News.