ଶାହରୁଖଙ୍କ ଘରକୁ ଆସିଲେ ଗଜାନନ, ମନ୍ନତରୁ ସେୟାର କଲେ ଫଟୋ

ମୁମ୍ଵାଇ ୦୮।୦୯: ସାରା ଦେଶରେ ଏବେ ଧୁମଧାମରେ ଗଣେଶ ଚତୁର୍ଥି ପାଳନ କରାଯାଉଛି। ସାଧାରଣ ଲୋକଙ୍କ ସହ ବଲିଉଡର ସେଲିବ୍ରେଟିମାନଙ୍କ ମଧ୍ୟରେ ଗଣେଶ ପୂଜାକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । ଅନେକ ତାରକା ନିଜ ଘରେ 'ଗଜାନନ'ଙ୍କୁ ସ୍ୱାଗତ କରିଛନ୍ତି । ବଲିଉଡର କିଙ୍ଗ ଅର୍ଥାତ୍ ଶାହାରୁଖ ଖାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଶାହାରୁଖ ତାଙ୍କ ଘର ମନ୍ନତରେ 'ଗଣପତି'ଙ୍କୁ ମଧ୍ୟ ସ୍ୱାଗତ କରିଛନ୍ତି। ସେ ଏହାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। View this post on InstagramA post shared by Shah Rukh Khan (@iamsrk)'ଗଣପତି'ଙ୍କ ମୂର୍ତ୍ତିର ଫଟୋ ସେୟାର କରୁଥିବାବେଳେ ଶାହାରୁଖ ଖାନ ଗଣେଷ ଚତୁର୍ଥିର ଅଭିନନ୍ଦନ ଜଣାଇଛନ୍ତି। 'ଗଣପତି ବାପ୍ପା'ର ଫଟୋ ସେୟାର କରିବାବେଳେ ସେ ଲେଖିଥିଲେ,' ଘରକୁ ଆପଣଙ୍କୁ ସ୍ଵାଗର 'ଗଣପତି ବାପ୍ପା' । ଭଗବାନ ଗଣେଶ ଆମକୁ ଅନେକ ସୁଖ, ସ୍ୱାସ୍ଥ୍ୟ ସମୃଦ୍ଦି ଏବଂ ଜ୍ଞାନ ଦିଅନ୍ତୁ ।'ଗଣପତି ବାପ୍ପା'ର ଆଗମନରେ ଶାହାରୁଖ ଖାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ପୋଷ୍ଟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟଜର୍ସମାନେ ମଧ୍ୟ ଏହା ଉପରେ ବହୁତ କମେଣ୍ଟ କରୁଛନ୍ତି । ଶାହାରୁଖଙ୍କ ପୋଷ୍ଟକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, “ଗଣପତି ବାପ୍ପା ମୋରିଆ।” ଶାହାରୁଖ ଖାନ ଗଣପତିଙ୍କୁ ତାଙ୍କ ଘରେ ପ୍ରତିବର୍ଷ ଧୁମ୍‌ଧାମରେ ସ୍ୱାଗତ କରନ୍ତି । ଏହ

ଶାହରୁଖଙ୍କ ଘରକୁ ଆସିଲେ ଗଜାନନ, ମନ୍ନତରୁ ସେୟାର କଲେ ଫଟୋ

ମୁମ୍ଵାଇ ୦୮।୦୯: ସାରା ଦେଶରେ ଏବେ ଧୁମଧାମରେ ଗଣେଶ ଚତୁର୍ଥି ପାଳନ କରାଯାଉଛି। ସାଧାରଣ ଲୋକଙ୍କ ସହ ବଲିଉଡର ସେଲିବ୍ରେଟିମାନଙ୍କ ମଧ୍ୟରେ ଗଣେଶ ପୂଜାକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । ଅନେକ ତାରକା ନିଜ ଘରେ 'ଗଜାନନ'ଙ୍କୁ ସ୍ୱାଗତ କରିଛନ୍ତି । ବଲିଉଡର କିଙ୍ଗ ଅର୍ଥାତ୍ ଶାହାରୁଖ ଖାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଶାହାରୁଖ ତାଙ୍କ ଘର ମନ୍ନତରେ 'ଗଣପତି'ଙ୍କୁ ମଧ୍ୟ ସ୍ୱାଗତ କରିଛନ୍ତି। ସେ ଏହାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। 



'ଗଣପତି'ଙ୍କ ମୂର୍ତ୍ତିର ଫଟୋ ସେୟାର କରୁଥିବାବେଳେ ଶାହାରୁଖ ଖାନ ଗଣେଷ ଚତୁର୍ଥିର ଅଭିନନ୍ଦନ ଜଣାଇଛନ୍ତି। 'ଗଣପତି ବାପ୍ପା'ର ଫଟୋ ସେୟାର କରିବାବେଳେ ସେ ଲେଖିଥିଲେ,' ଘରକୁ ଆପଣଙ୍କୁ ସ୍ଵାଗର 'ଗଣପତି ବାପ୍ପା' । ଭଗବାନ ଗଣେଶ ଆମକୁ ଅନେକ ସୁଖ, ସ୍ୱାସ୍ଥ୍ୟ ସମୃଦ୍ଦି ଏବଂ ଜ୍ଞାନ ଦିଅନ୍ତୁ ।

'ଗଣପତି ବାପ୍ପା'ର ଆଗମନରେ ଶାହାରୁଖ ଖାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ପୋଷ୍ଟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟଜର୍ସମାନେ ମଧ୍ୟ ଏହା ଉପରେ ବହୁତ କମେଣ୍ଟ କରୁଛନ୍ତି । ଶାହାରୁଖଙ୍କ ପୋଷ୍ଟକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, “ଗଣପତି ବାପ୍ପା ମୋରିଆ।” ଶାହାରୁଖ ଖାନ ଗଣପତିଙ୍କୁ ତାଙ୍କ ଘରେ ପ୍ରତିବର୍ଷ ଧୁମ୍‌ଧାମରେ ସ୍ୱାଗତ କରନ୍ତି । 

ଏହି ତାରକାମାନେ 'ଗଜାନନ'ଙ୍କୁ କରିଥିଲେ ସ୍ୱାଗତ

ଶାହାରୁଖଙ୍କ ପୂର୍ବରୁ ଅନେକ ବଲିଉଡ ତାରକା ନିଜ ଘରେ 'ଗଣପତି ବାପ୍ପା'କୁ ସ୍ୱାଗତ କରିବାର ଫଟୋ ସେୟାର କରିଛନ୍ତି। ଅନନ୍ୟା ପାଣ୍ଡେ ତାଙ୍କ ପରିବାର ସହିତ ଘରେ 'ଗଣପତି ବାପ୍ପା'କୁ ସ୍ୱାଗତ କରିଥିଲେ। ସେ ଇନଷ୍ଟା ଉପରେ ଏହାର ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ କ୍ୟାପସନରେ ଲେଖିଥିଲେ, "ୱେଲକମ ହୋମ ବାପ୍ପା" । କାର୍ତ୍ତିକ ଆର୍ଯ୍ୟମ ଗଣେଶ ଚତୁର୍ଥିରେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ପୁଷ୍ପା ତାରକା ଅଲୁ ଅର୍ଜୁନ, ସାରା ଅଲି ଖାନ, ଶିଳ୍ପା ଶେଟ୍ଟୀ, ସୋନୁ ସୁଦଙ୍କ ସମେତ ଅନେକ ବଲିଉଡ ତାରକା ବାପ୍ପାଙ୍କୁ ନିଜ ଘରେ ସ୍ୱାଗତ କରିଛନ୍ତି।