ବାଂଲାଦେଶରେ ସଂରକ୍ଷଣ ହିଂସା, ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି, ଆଡଭାଇଜାରି ଜାରି କଲା ଭାରତ
ଢାକା,୧୯/୭: ବାଂଲାଦେଶରେ ସଂରକ୍ଷଣ ବିରୋଧରେ ବିକ୍ଷୋଭ ଜାରି । ଗୁରୁବାର ଏହା ଉଗ୍ରରୂପ ଧାରଣ କରିଛି । ହାସିନା ସରକାରଙ୍କ ମନମୁଖି କାର୍ଯ୍ୟକୁ ନେଇ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀମାନେ ଦେଶର ଏକ ପ୍ରମୁଖ ସରକାରୀ ଟିଭି ଚ୍ୟାନେଲ୍ ‘ବିଟିଭି’ର କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ କଠୋର ନୀତି ଆପଣାଇଥିଲା । ଏହାପରେ ଉଭୟ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ଆଜି ୨୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି । ହିଂସାକୁ ଦମନ କରିବାକୁ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଶେଷରେ ସେନା ମୁତୟନ କରିଛନ୍ତି । ବିଭିନ୍ନ ସ୍ଥାନରେ ସୈନ୍ୟମାନେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି । ରିପୋର୍ଟ ମୁତାବକ, ବିକ୍ଷୋଭକାରୀମାନେ ବିଟିଭି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେବାରୁ ଅନେକ ଲୋକ ଫସି ରହିଥିଲେ । ୬୦ରୁ ଅଧିକ ଗାଡ଼ି ପୋଡ଼ିଯାଇଛି । ଗୁରୁବାର ପ୍ରଧାନମନ୍ତ୍ରୀ ବିଟିଭିକୁ ସାକ୍ଷାତକାର ଦେଇଥିଲେ । ଏହାପରେ ଆନ୍ଦୋଳନକାରୀ ଚ୍ୟାନେଲ୍ ଉପରେ ରାଗ ଶୁଝାଇଥିଲେ । ପୋଲିସ ସହ ମୁହାଁମୁହିଁ ଯୋଗୁ ପ୍ରାୟ ୨୫ଶହ ଲୋକ ଆହତ ହୋଇଛନ୍ତି । ଆନ୍ଦୋଳନ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୨ଜଣ ପ୍ରାଣ ହରାଇଲେଣି । ଢାକା ସମେତ ବାଂଲାଦେଶର ବିଭିନ୍ନ ସହରର ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟ
ଢାକା,୧୯/୭: ବାଂଲାଦେଶରେ ସଂରକ୍ଷଣ ବିରୋଧରେ ବିକ୍ଷୋଭ ଜାରି । ଗୁରୁବାର ଏହା ଉଗ୍ରରୂପ ଧାରଣ କରିଛି । ହାସିନା ସରକାରଙ୍କ ମନମୁଖି କାର୍ଯ୍ୟକୁ ନେଇ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀମାନେ ଦେଶର ଏକ ପ୍ରମୁଖ ସରକାରୀ ଟିଭି ଚ୍ୟାନେଲ୍ ‘ବିଟିଭି’ର କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ କଠୋର ନୀତି ଆପଣାଇଥିଲା । ଏହାପରେ ଉଭୟ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ଆଜି ୨୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି ।
ହିଂସାକୁ ଦମନ କରିବାକୁ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଶେଷରେ ସେନା ମୁତୟନ କରିଛନ୍ତି । ବିଭିନ୍ନ ସ୍ଥାନରେ ସୈନ୍ୟମାନେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି । ରିପୋର୍ଟ ମୁତାବକ, ବିକ୍ଷୋଭକାରୀମାନେ ବିଟିଭି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେବାରୁ ଅନେକ ଲୋକ ଫସି ରହିଥିଲେ । ୬୦ରୁ ଅଧିକ ଗାଡ଼ି ପୋଡ଼ିଯାଇଛି । ଗୁରୁବାର ପ୍ରଧାନମନ୍ତ୍ରୀ ବିଟିଭିକୁ ସାକ୍ଷାତକାର ଦେଇଥିଲେ । ଏହାପରେ ଆନ୍ଦୋଳନକାରୀ ଚ୍ୟାନେଲ୍ ଉପରେ ରାଗ ଶୁଝାଇଥିଲେ । ପୋଲିସ ସହ ମୁହାଁମୁହିଁ ଯୋଗୁ ପ୍ରାୟ ୨୫ଶହ ଲୋକ ଆହତ ହୋଇଛନ୍ତି । ଆନ୍ଦୋଳନ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୨ଜଣ ପ୍ରାଣ ହରାଇଲେଣି । ଢାକା ସମେତ ବାଂଲାଦେଶର ବିଭିନ୍ନ ସହରର ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।
ସେପଟେ ଭାରତ ସରକାର ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ନିମନ୍ତେ ଆଡଭାଇଜରି ଜାରି କରିଛନ୍ତି । ଜରୁରି କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ୧୯୭୧ର ସ୍ୱାଧୀନତା ଯୁଦ୍ଧ ଲଢ଼ିଥିବା ସୈନିକଙ୍କ ସନ୍ତାନଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦେବାକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । ସୁପ୍ରିମକୋର୍ଟ ସରକାରୀ ଚାକିରିରେ ସଂରକ୍ଷଣ ଉପରେ ରୋକ ଲଗାଇଥିଲେ ହେଁ ପ୍ରଧାନମନ୍ତ୍ରୀ ହାସିନା ଏହି ରାୟକୁ ଲାଗୁ କରୁନାହାନ୍ତି । ବାଂଲାଦେଶରେ ପାକିସ୍ତାନ ବିରୋଧରେ ୧୯୭୧ର ଯୁଦ୍ଧ ଲଢ଼ିଥିବା ଲୋକଙ୍କୁ ହିରୋ କୁହାଯାଏ । ଦେଶରେ ୩୦% ଚାକିରି ଏହି ଯୁଦ୍ଧ ହିରୋଙ୍କ ସନ୍ତାନଙ୍କ ନିମନ୍ତେ ସଂରକ୍ଷଣ ରହିଛି । ଏହାକୁ ନେଇ ଆନ୍ଦୋଳନ କରାଯାଉଛି ।