ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…
ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ ଅନ୍ୟ ପରିବାରକୁ ଟେକିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ଶନିବାର ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଶିଶୁପୁତ୍ରକୁ ଉଦ୍ଧାର କରିଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ସୂଚନାନୁଯାୟୀ, ସୋହେଲା ଥାନା ଖଇରପାଲି ଗ୍ରାମର ଗଣେଶ ଭୋସାଗରଙ୍କ ୬ ସନ୍ତାନ। ତେବେ ସବାସାନ ସନ୍ତାନଟି ଏକ ଶିଶୁପୁତ୍ର। […] The post ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ… appeared first on Dharitri Odia News.
ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ ଅନ୍ୟ ପରିବାରକୁ ଟେକିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ଶନିବାର ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଶିଶୁପୁତ୍ରକୁ ଉଦ୍ଧାର କରିଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।
ସୂଚନାନୁଯାୟୀ, ସୋହେଲା ଥାନା ଖଇରପାଲି ଗ୍ରାମର ଗଣେଶ ଭୋସାଗରଙ୍କ ୬ ସନ୍ତାନ। ତେବେ ସବାସାନ ସନ୍ତାନଟି ଏକ ଶିଶୁପୁତ୍ର। ଅନ୍ୟପଟେ ଏହି ଥାନା ଅନ୍ତର୍ଗତ ଦୁଆନପାଲି ଗ୍ରାମର ଟିକେଶ୍ୱର ମେହେରଙ୍କ ପୁତ୍ର ସନ୍ତାନ ନାହାନ୍ତି। କିଛିଦିନ ତଳେ ଗଣେଶ ତାଙ୍କ ସାନପୁଅକୁ ଟିକେଶ୍ୱରଙ୍କୁ ଦେଇଥିଲେ। ଟିକେଶ୍ୱର ମଧ୍ୟ ତାଙ୍କୁ ପୁଅ ଭାବେ ଗ୍ରହଣ କରିଥିଲେ। ତେବେ ଶିଶୁପୁତ୍ରକୁ ଯେଭଳି ଭାବେ ଗ୍ରହଣ କରିଛନ୍ତି, ତାହା ଆଇନ ସମ୍ମତ ନୁହେଁ ବୋଲି ଖବର ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ତପନ କୁମାର ପାତ୍ର ଦୁଆନପାଲି ଗ୍ରାମର ଟିକେଶ୍ୱରଙ୍କ ଘରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଏହା ସହିତ ଉଭୟ ପରିବାର ଲୋକଙ୍କୁ ଡାକି ସେ ନେଇ ପଚରାଉଚରା କରିଥିଲେ।
ତେବେ ଶିଶୁପୁତ୍ରର ବାପା ଗଣେଶ କହିଛନ୍ତି, ତାଙ୍କ ୫ପୁଅ ଏବଂ ଜଣେ ଝିଅ। ଅପରପକ୍ଷେ ତାଙ୍କ ପରିଚିତ ଟିକେଶ୍ୱରଙ୍କ ପୁତ୍ର ସନ୍ତାନ ନାହାନ୍ତି। ଅଭାବ ଯୋଗୁ ନିଜ ପରିବାରରେ ସବୁ ଛୁଆଙ୍କ ଯତ୍ନ ଠିକ୍ ଭାବେ ନେଇ ପାରିବେ ନାହିଁ ବୋଲି ଭାବିଥିଲେ। ଫଳରେ ଉଭୟପକ୍ଷଙ୍କ ସହମତି କ୍ରମେ ସେ ଶିଶୁପୁତ୍ରକୁ ଟିକେଶ୍ୱରଙ୍କୁ ଦେଇଥିଲେ ବୋଲି ସେ କହିଛନ୍ତି। ସେହିପରି ତଦନ୍ତ ଚାଲିଛି ଏବଂ କେଉଁ ଉଦ୍ଦେଶ୍ୟରେ ଶିଶୁପୁତ୍ର ଅନ୍ୟ ପରିବାରକୁ ଦେଇଥିଲେ, ତଦନ୍ତ ପରେ ତାହା ଜଣାପଡ଼ିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ପାତ୍ର କହିଛନ୍ତି।
The post ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ… appeared first on Dharitri Odia News.