ମରାଠା ସଂରକ୍ଷଣ ଲାଗୁ କରିବା ନେଇ ଚାପ ପକାଇବାକୁ ମୁମ୍ବାଇ ଯିବି: ଜରାଙ୍ଗେ

ମୁମ୍ବାଇ,୧୫।୨: ମରାଠା ସଂରକ୍ଷଣ ଲାଗୁ କରିବା ଦାବି ନେଇ ଲଗାତର ଭାବେ ଅନଶନରେ ବସିଛନ୍ତି ସଂରକ୍ଷଣ କର୍ମକର୍ତ୍ତା ମନୋଜ ଜରାଙ୍ଗେ। ତେବେ ‘କୁନ୍‌ବୀ ମରାଠାଙ୍କ ରକ୍ତ ସମ୍ପର୍କୀୟ’ଙ୍କ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ଡ୍ରାଫ୍ଟ ବିଜ୍ଞପ୍ତିକୁ ଆଇନରେ ପରିଣତ କରିବା ଲାଗି ଫେବୃଆରୀ ୧୮ ନଚେତ ୧୯ରେ ସେ ବମ୍ବେ ଯିବେ ବୋଲି ଗୁରୁବାର ସେ କହିଛନ୍ତି । ଦିନକ ପୂର୍ବରୁ ମହାରାଷ୍ଟ୍ର ସରକାର କହିଥିଲେ ଯେ, ମରାଠା ସମ୍ପ୍ରଦାୟର ସଂରକ୍ଷଣ ତଥା ଅନ୍ୟାନ୍ୟ ଦାବି ଉପରେ ଆଲୋଚନା […] The post ମରାଠା ସଂରକ୍ଷଣ ଲାଗୁ କରିବା ନେଇ ଚାପ ପକାଇବାକୁ ମୁମ୍ବାଇ ଯିବି: ଜରାଙ୍ଗେ appeared first on Dharitri Odia News.

ମରାଠା ସଂରକ୍ଷଣ ଲାଗୁ କରିବା ନେଇ ଚାପ ପକାଇବାକୁ ମୁମ୍ବାଇ ଯିବି: ଜରାଙ୍ଗେ

ମୁମ୍ବାଇ,୧୫।୨: ମରାଠା ସଂରକ୍ଷଣ ଲାଗୁ କରିବା ଦାବି ନେଇ ଲଗାତର ଭାବେ ଅନଶନରେ ବସିଛନ୍ତି ସଂରକ୍ଷଣ କର୍ମକର୍ତ୍ତା ମନୋଜ ଜରାଙ୍ଗେ। ତେବେ ‘କୁନ୍‌ବୀ ମରାଠାଙ୍କ ରକ୍ତ ସମ୍ପର୍କୀୟ’ଙ୍କ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ଡ୍ରାଫ୍ଟ ବିଜ୍ଞପ୍ତିକୁ ଆଇନରେ ପରିଣତ କରିବା ଲାଗି ଫେବୃଆରୀ ୧୮ ନଚେତ ୧୯ରେ ସେ ବମ୍ବେ ଯିବେ ବୋଲି ଗୁରୁବାର ସେ କହିଛନ୍ତି ।

ଦିନକ ପୂର୍ବରୁ ମହାରାଷ୍ଟ୍ର ସରକାର କହିଥିଲେ ଯେ, ମରାଠା ସମ୍ପ୍ରଦାୟର ସଂରକ୍ଷଣ ତଥା ଅନ୍ୟାନ୍ୟ ଦାବି ଉପରେ ଆଲୋଚନା କରିବା ଲାଗି ଫେବୃଆରୀ ୨୦ରେ ରାଜ୍ୟ ସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜିତ ହେବ। ଏହାପରେ ଜରାଙ୍ଗେଙ୍କ ମନ୍ତବ୍ୟ ଆସିଛି। ସେ ନିଜର ଦାବି ସହ ୧୮ କିମ୍ବା ୧୯ ଫେବୃଆରୀରେ ମୁମ୍ବାଇ ଯିବେ।

The post ମରାଠା ସଂରକ୍ଷଣ ଲାଗୁ କରିବା ନେଇ ଚାପ ପକାଇବାକୁ ମୁମ୍ବାଇ ଯିବି: ଜରାଙ୍ଗେ appeared first on Dharitri Odia News.