ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ସିବିଆଇ ରାଡାରରେ ୨୫ଜଣ, ଖୋଲିବ ମୃତ୍ୟୁ ରହସ୍ୟ
କୋଲକାତା ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ହୋଇଥିବା ଲିଫାପାରେ ରିପୋର୍ଟ ଦାଖଲ କରିଛନ୍ତି। ତଦନ୍ତ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି। ଯାଞ୍ଚବେଳେ ସନ୍ଦେହ ଆଧାରରେ ଯେଉଁମାନେ ପଚରାଉଚରା କରାଯାଇଛି ସେମାନଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି। ଅନୁସନ୍ଦାନକାରୀ ସଂସ୍ଥା ୨୫ଜଣଙ୍କୁ ପଚରାଉଚରା କରୁଛି। ସେମାନେ ହେଲେ, ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ। ସନ୍ଦୀପ ଘୋଷଙ୍କୁ […] The post ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ସିବିଆଇ ରାଡାରରେ ୨୫ଜଣ, ଖୋଲିବ ମୃତ୍ୟୁ ରହସ୍ୟ appeared first on Dharitri Odia News.
କୋଲକାତା ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ହୋଇଥିବା ଲିଫାପାରେ ରିପୋର୍ଟ ଦାଖଲ କରିଛନ୍ତି। ତଦନ୍ତ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି। ଯାଞ୍ଚବେଳେ ସନ୍ଦେହ ଆଧାରରେ ଯେଉଁମାନେ ପଚରାଉଚରା କରାଯାଇଛି ସେମାନଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି। ଅନୁସନ୍ଦାନକାରୀ ସଂସ୍ଥା ୨୫ଜଣଙ୍କୁ ପଚରାଉଚରା କରୁଛି।
ସେମାନେ ହେଲେ, ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ। ସନ୍ଦୀପ ଘୋଷଙ୍କୁ ସିବିଆଇ ଦ୍ୱାରା ୬ ଥର ପଚରାଉଚରା କରାଯାଇଛି। ଯାହାଙ୍କୁ ଏପର୍ଯ୍ୟନ୍ତ କ୍ଲିନଚିଟ୍ ମିଳିପାରି ନାହିଁ। ସେହପରି ହସ୍ପିଟାଲରେ ପ୍ରଥମେ ଯିଏ ମୃତଦେହକୁ ଦେଖିଥିଲେ ତାଙ୍କୁ ଜେରା କରାଯାଉଛି। ତାଲିକାରେ ପୀଡିତାଙ୍କ ବାପାମାଆ, ହସ୍ପିଟାଲ ଅଧୀକ୍ଷକ(ଯିଏ ପରିବାରଙ୍କୁ ପ୍ରଥମେ କଲ କରି ଡାକ୍ତରଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲେ), ମହିଳା ଡାକ୍ତରଙ୍କ ସହ ଯେଉଁମାନେ ରାତ୍ରୀ ଭୋଜନ କରିଥିଲେ, ଫୁଡ୍ ଡେଲିଭରି ବୟ, ASI ଅରୁପ ଦତ୍ତ (ପୀଡିତାଙ୍କୁ ହତ୍ୟା କରିବା ପରେ ଯାହାଙ୍କ ବ୍ୟାରେକରେ ଶୋଇଥିଲେ), ଅଭିଯୁକ୍ତ ସଞ୍ଜୟଙ୍କ ବନ୍ଧୁ ସୌରଭ(ଯିଏ ଘଟଣାଦିନ ରାତିରେ ମିଶି ମଦ୍ୟପାନ କରିଥିଲେ), ପୀଡିତାଙ୍କ ନିକଟତର ୪ ଜୁନିୟର ଡାକ୍ତର, ପୋଷ୍ଟମର୍ଟମ କରୁଥିବା ପାଞ୍ଚ ଜଣ ଡାକ୍ତର, ହସ୍ପିଟାଲ ଅଧିକାରୀ।
ଏହା ବ୍ୟତୀତ ଡାକ୍ତରଖାନାର ଗ୍ରାଉଣ୍ଡ କର୍ମଚାରୀ ଯେଉଁମାନେ ଘଟଣା ସମୟରେ ଡ୍ୟୁଟିରେ ଥିଲେ। ନବୀକରଣ କର୍ମଚାରୀ, ସେମିନାର ହଲ୍ରେ ଉପସ୍ଥିତ ଥିବା ଶ୍ରମିକମାନଙ୍କୁ ସିବିଆଇ ଟିମ ପଚରାଉଚରା କରିଛି।
The post ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ସିବିଆଇ ରାଡାରରେ ୨୫ଜଣ, ଖୋଲିବ ମୃତ୍ୟୁ ରହସ୍ୟ appeared first on Dharitri Odia News.