ଅଭିଯୋଗକୁ ଖଣ୍ଡନ କଲେ ସୁପ୍ରିୟା ସୁଲେ, କହିଲେ ଅଡିଓ କ୍ଲିପ ମୋର ନୁହେଁ
ମହାରାଷ୍ଟ୍ର ୨୦/୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ନିର୍ବାଚନରେ ବିଜୟ ନେଇ ସମସ୍ତ ରାଜନୈତିକ ଦଳ ନିଜର ସବୁ ବଳ ଲଗାଇଦେଇଛନ୍ତି । ସେପଟେ ମତଦାନର ଦିନକ ପୂର୍ବରୁ ପୁଣେର ପୂର୍ବତନ ଆଇପିଏସ୍ ଅଧିକାରୀ ରବୀନ୍ଦ୍ରନାଥ ପାଟିଲ ଶରଦ ପାୱାରଙ୍କ ଗୋଷ୍ଠୀ ନେତ୍ରୀ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। କ୍ରିପ୍ଟୋକରେନ୍ସି ଠକେଇରେ ଦୁଇ ନେତା ବିଟ୍କଏନ୍ର ଅପବ୍ୟବହାର କରିଥିବା ସେ କହିଛନ୍ତି।#WATCH | Bhandara: On allegations against him and Supriya Sule, Maharashtra Congress president & party's candidate from Sakoli, Nana Patole says "The IPS officer brought by BJP, Ravindra Patil is not even an IPS officer. BJP has become a party of lies. On the eve of elections,… pic.twitter.com/rDEtbHiQib— ANI (@ANI) November 20, 2024ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଂସଦ ସୁପ୍ରିୟା ସୁଲେ । କହିଛନ୍ତି ଏହି ଅଡିଓ କ୍ଲିପ୍ ମୋର ନୁହେଁ । ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସେ ଅଭିଯୋଗ କରିଛନ୍ତି। ସେ ଗୌରବ ମେହେଟ୍ଟା ଏବଂ ପୁଣେର ପୂର୍ବତନ ଆଇପିଏସ୍ ଅଧିକାରୀ ରବୀନ୍ଦ୍ରନାଥ ପାଟିଲଙ୍କ ବିରୋଧରେ ଭାରତୀୟ ନିର୍ବାଚନ ଆୟୋଗ
ମହାରାଷ୍ଟ୍ର ୨୦/୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ନିର୍ବାଚନରେ ବିଜୟ ନେଇ ସମସ୍ତ ରାଜନୈତିକ ଦଳ ନିଜର ସବୁ ବଳ ଲଗାଇଦେଇଛନ୍ତି । ସେପଟେ ମତଦାନର ଦିନକ ପୂର୍ବରୁ ପୁଣେର ପୂର୍ବତନ ଆଇପିଏସ୍ ଅଧିକାରୀ ରବୀନ୍ଦ୍ରନାଥ ପାଟିଲ ଶରଦ ପାୱାରଙ୍କ ଗୋଷ୍ଠୀ ନେତ୍ରୀ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। କ୍ରିପ୍ଟୋକରେନ୍ସି ଠକେଇରେ ଦୁଇ ନେତା ବିଟ୍କଏନ୍ର ଅପବ୍ୟବହାର କରିଥିବା ସେ କହିଛନ୍ତି।
#WATCH | Bhandara: On allegations against him and Supriya Sule, Maharashtra Congress president & party's candidate from Sakoli, Nana Patole says "The IPS officer brought by BJP, Ravindra Patil is not even an IPS officer. BJP has become a party of lies. On the eve of elections,… pic.twitter.com/rDEtbHiQib— ANI (@ANI) November 20, 2024
ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଂସଦ ସୁପ୍ରିୟା ସୁଲେ । କହିଛନ୍ତି ଏହି ଅଡିଓ କ୍ଲିପ୍ ମୋର ନୁହେଁ । ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସେ ଅଭିଯୋଗ କରିଛନ୍ତି। ସେ ଗୌରବ ମେହେଟ୍ଟା ଏବଂ ପୁଣେର ପୂର୍ବତନ ଆଇପିଏସ୍ ଅଧିକାରୀ ରବୀନ୍ଦ୍ରନାଥ ପାଟିଲଙ୍କ ବିରୋଧରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ସାଇବର ଠକେଇ ଅଭିଯୋଗ କରିଛନ୍ତି। ଗୌରବ ମେହେଟ୍ଟା ଏବଂ ରବୀନ୍ଦ୍ରନାଥ ପାଟିଲଙ୍କ ବିରୋଧରେ ତୁରନ୍ତ ସାଇବର ଠକେଇ ଅଭିଯୋଗ ରୁଜୁ କରାଯାଉ ବୋଲି ସୁଲେଙ୍କ ଓକିଲ ଚିଠିରେ କହିଛନ୍ତି। ସେ କହିଛନ୍ତି ଯେ ଦୁହେଁ ଏନସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ବିରୋଧରେ ମିଥ୍ୟା ସୂଚନା ପ୍ରଚାର କରୁଛନ୍ତି।
ଡିଜିଟାଲ ମାଧ୍ୟମରେ ବଦନାମ କରିବା ଉଦ୍ଦେଶ୍ୟରେ ଏସବୁ କରାଯାଇଛି ଏବଂ ଏହା ଏକ ଗମ୍ଭୀର ଅପରାଧ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ କେବଳ ମିଥ୍ୟା ନୁହେଁ ବରଂ ସୁପ୍ରିୟା ସୁଲେଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ଏ ନେଇ ଏତଲା ରୁଜୁ କରାଯାଇ ଏଭଳି ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କୁହାଯାଇଛି।