ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ବ୍ୟକ୍ତି, ଆଉ ତା’ ପରେ…

ଭୋପାଳ,୫ା୯: ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍‌କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶ ନିମଚ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। नीमच में जनसुनवाई में रेंगते हुए पहुंचने वाला ये शख्स अपने साथ शिकायतों और सुबूतों के कागजों के ढेर को […] The post ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ବ୍ୟକ୍ତି, ଆଉ ତା’ ପରେ… appeared first on Dharitri Odia News.

ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ବ୍ୟକ୍ତି, ଆଉ ତା’ ପରେ…

ଭୋପାଳ,୫ା୯: ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍‌କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶ ନିମଚ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।

ମଙ୍ଗଳବାର ନେମୁଚ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଚାଲିଥିବା ବେଳେ ମୁକେଶ ପ୍ରଜାପତି ନାମକ ଜଣେ ବ୍ୟକ୍ତି ବେକରେ ଅଭିଯୋଗର ମାଳ ପିନ୍ଧି ଗଡ଼ିଗଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ସେ ଦେହସାରା ଦସ୍ତାବିଜ୍‌ ଗୁଡ଼େଇ ହୋଇଥିଲେ। ତାଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ସେ ତାଙ୍କ ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଉପରେ ଅଭିଯୋଗ କରିଆସୁଛନ୍ତି ଏବଂ ୬ରୁ ୭ ବର୍ଷ ଧରି ନିୟମିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିବା ସେ କହିଛନ୍ତି। ତେବେ ଦୁର୍ନୀତିଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ସେ ଏହାର ପ୍ରତିବାଦରେ ଏପରି ଅଭିନବ ଅଭିଯୋଗ ଜଣାଇବାର ପନ୍ଥା ଆପଣାଇଛନ୍ତି।

ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ମମତା ଖେଡେ କହିଛନ୍ତି,  ପ୍ରଜାପତି ଜଣେ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଏବଂ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିସାରିଛନ୍ତି।

ଜିଲାପାଳ ହିମାଂଶୁ ଚନ୍ଦ୍ର କହିଛନ୍ତି, ସେ ଅଭିଯୋଗର ନୂତନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତିନି ଦିନ ମଧ୍ୟରେ ରିପୋର୍ଟ ମାଗିଛନ୍ତି।

ଶ୍ରୀ ଚନ୍ଦ୍ର କହିଛନ୍ତି, “ଏକ ଟିମ୍ ଗାଁକୁ ଯାଇ ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିର ଅଭିଯୋଗଗୁଡିକୁ ଦେଖିବା ପାଇଁ କୁହାଯାଇଛି। ମୁଁ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛି ଏବଂ ଏହାକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

The post ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ବ୍ୟକ୍ତି, ଆଉ ତା’ ପରେ… appeared first on Dharitri Odia News.