ଅମର ପାଲି କ୍ରିକେଟ କପ ଉଦଯାପିତ ; ଡାହାଣୀ ପାଲି କୁ ହରାଇ ବହଲପଦର ଦଳ ଚମ୍ପିଆନ୍ ଘୋଷିତ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଓ ଜେମସ ଷ୍ଟାର କ୍ଲବ ର ମିଳିତ ଆନୁକୁଲ୍ୟରେ ହେଉଥିବା ୩୧ତମ ଅମରପାଲି କ୍ରିକେଟ କପ୍ ର ଆଜି ଫାଇନାଲ ଖେଳରେ ଡାହାଣିପାଲି କୁ ହରାଇ ବହଳପଦର ଚାମ୍ପିଅନ ହୋଇଛି । ପ୍ରଥମ ସେମି ଫାଇନାଲ ଟି ଗରଗଡବାହାଲ ଓ ଡାହୁଣିପାଲି ମଧ୍ୟରେ ହୋଇଥିଲା । ଏଥିରେ ଡାହାଣିପାଲି ପ୍ରଥମେ ବ୍ୟାଟିଂ କରି […] The post ଅମର ପାଲି କ୍ରିକେଟ କପ ଉଦଯାପିତ ; ଡାହାଣୀ ପାଲି କୁ ହରାଇ ବହଲପଦର ଦଳ ଚମ୍ପିଆନ୍ ଘୋଷିତ appeared first on Odisha.News.

ଅମର ପାଲି କ୍ରିକେଟ କପ ଉଦଯାପିତ  ; ଡାହାଣୀ ପାଲି କୁ ହରାଇ ବହଲପଦର ଦଳ ଚମ୍ପିଆନ୍ ଘୋଷିତ

ବିରମହlରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଓ ଜେମସ ଷ୍ଟାର କ୍ଲବ ର ମିଳିତ ଆନୁକୁଲ୍ୟରେ ହେଉଥିବା ୩୧ତମ ଅମରପାଲି କ୍ରିକେଟ କପ୍ ର ଆଜି ଫାଇନାଲ ଖେଳରେ ଡାହାଣିପାଲି କୁ ହରାଇ ବହଳପଦର ଚାମ୍ପିଅନ ହୋଇଛି । ପ୍ରଥମ ସେମି ଫାଇନାଲ ଟି ଗରଗଡବାହାଲ ଓ ଡାହୁଣିପାଲି ମଧ୍ୟରେ ହୋଇଥିଲା । ଏଥିରେ ଡାହାଣିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭର ରେ ୫ ଉଇକେଟ ହରାଇ ୧୦୧ ରନ କରିଥିଲା । ଜବାବରେ ଗରଗଡବାହାଲ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୭୪ରନ କରି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା । ଦ୍ଵିତୀୟ ସେମି ଫାଇନାଲ ଟି ବହଳପଦର ଓ ଉଲୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଉଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୯୯ ରନ କରିଥିଲା। ଜବାବରେ ବହଳପଦର ଦଳ ୯.୨ ଓଭର ରେ ୪ ଉଇକେଟ ହରାଇ ୧୦୦ ରନ କରି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ୍ ଟି ବହଳପଦର ଓ ଡ଼ାହାଣିପାଲି ମଧ୍ୟରେ ହୋଇଥିଲା। ଏଥିରେ ଡ଼ାହାଣିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୯.୫ ଓଭର ରେ ସମସ୍ତ ଉଇକେଟ ହରାଇ ୭୪ ରନ କରିଥିଲା। ଜବାବରେ ବହଳପଦର ଦଳ ଆବଶ୍ୟକୀୟ ୭୫ରନ କୁ ୮ ଓଭର ରେ ୫ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସହୁ , ସ୍ଥାନୀୟ ସରପଞ୍ଚ ନିରୂପମା ସେଠୀ , ସମିତି ସଭ୍ୟ ସୁଗନ୍ଧା ଘିବିଲା , ଟୁର୍ନାମେଣ୍ଟ ପରିଚାଳନା ସଭାପତି ବିମ୍ବାଧର ସାହୁ, ସମ୍ପାଦକ କହ୍ନେଇ ଚରଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବହଳପଦର ର ଅନୀଲ ଭୁକ୍ତା ଙ୍କୁ ଶ୍ରେଷ୍ଠ ବୋଲର ,ଉଲୁଣ୍ଡା ର ଚନ୍ଦନ ମେହେର ଙ୍କୁ ଶ୍ରେଷ୍ଠ ବ୍ୟାଟସ୍ ମ୍ୟାନ , ବହଳପଦର ର ଅମନ ଭୋଇ ଙ୍କୁ ମ୍ୟାନ ଅଫ ଦି ଫାଇନାଲ , ଡାହାଣିପାଲି ର ଅନିଲ ପଧାନ ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରିବା ସହିତ ଚମ୍ପିୟାନ ବହଳପଦର ଦଳଙ୍କୁ ନଗଦ ୧୮ ହଜାର ଟଙ୍କା ସହିତ କବିନ ସ୍ମାରକୀ ଟ୍ରଫି ଏବଂ ରନର୍ସ ଅଫ ଡାହାଣିପାଲି ଦଳ କୁ ନଗଦ ୧୨ ହଜାର ଟଙ୍କା ସହିତ ତ୍ରିଲୋଚନ ସ୍ମାରକୀ ଟ୍ରଫି ପୁରସ୍କୃତ କରିଥିଲେ । ମ୍ୟାଚ୍ ଗୁଡ଼ିକ ରେ ସୁରେଶ ବିଶି, ଶ୍ରୀବନ୍ତ ନାଏକ ଓ ରଘୁବିର ମିଶ୍ର ଅମ୍ପାୟାର , ଗୋପବନ୍ଧୁ ଧଳ, ମାଧବ ନାଏକ ସ୍କୋରର , ଶୁଭେନ୍ଦୁ ଶେଖର ସାହୁ, ଅଂଶୁମାନ ପ୍ରଧାନ ଅନ ଲାଇନ୍ ସ୍କୋରର ଏବଂ ମାନସ ନନ୍ଦ, ପ୍ରଦୀପ ଜଗଦଲା , ସୁଶିଲ ପ୍ରଧାନ ଓ ଆଶିଷ ଦେଓ ଧାରାବିବରଣି ପ୍ରଦାନ କରିଥିଲେ।

The post ଅମର ପାଲି କ୍ରିକେଟ କପ ଉଦଯାପିତ ; ଡାହାଣୀ ପାଲି କୁ ହରାଇ ବହଲପଦର ଦଳ ଚମ୍ପିଆନ୍ ଘୋଷିତ appeared first on Odisha.News.