ଅମରଙ୍କ ବଡ଼ ବୟାନ; କହିଲେ, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା MP
୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନର ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି ।
ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି। ୨ ଜଣଙ୍କ ପରେ ଆଉ କିଛି ଏମପି ଛାଡ଼ିପାରନ୍ତି। ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ। ସେ କହିବା ଆରମ୍ଭ କରିବାରୁ ଅନେକ ମୁହଁ ଖୋଲୁଛନ୍ତି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ।
ଅଧିକ ପଢ଼ନ୍ତୁ: ‘ପାଣ୍ଡିଆନ କେବେ ବି ଆମ ନେତା ନଥିଲେ’
୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନର ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି। ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି ବୋଲି ଅମର ଶତପଥୀ କହିଛନ୍ତି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି
ପ୍ରତିକ୍ରିୟା ମିଳିପାରିନାହିଁ ।
#ବିଜେଡି_ଛାଡ଼ିବେ_ଆଉ_କିଛି_ଏମ୍ପି ?
ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମ୍ପି । ବଡ଼ ବୟାନ ଦେଲେ ବରିଷ୍ଠ ନେତା ଅମର ଶତପଥୀ ।
୨ ଜଣଙ୍କ ପରେ ଆଉ କିଛି ଏମ୍ପି ଛାଡ଼ିପାରନ୍ତି କହିଲେ ଅମର ।#AmarPrasadSatpathy #BJD #OTV pic.twitter.com/hFnQ5DCyuN — ଓଟିଭି (@otvkhabar) October 17, 2024