ଅମରନାଥ ଯାତ୍ରାରେ ସାମିଲ ୪ ବସ୍ ମଧ୍ୟରେ ଧକ୍କା, ୩୬ ଯାତ୍ରୀ ଆହତ

ରାମବନ ୫।୭: ଅମରନାଥ ଯାତ୍ରା ରାସ୍ତାରେ ଶନିବାର ରାମବନ ନିକଟରେ ଦୁର୍ଘଟଣା ଘଟିଛି। ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ୪ଟି ବସ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରାମବନ ଡେପୁଟି କମିଶନର ଏ ନେଇ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ପହଲଗାମ ବାହନ ଧାଡିରେ ଥିବା ଶେଷ ବାହନ ନିୟନ୍ତ୍ରଣ ହରାଇ ଚନ୍ଦ୍ରକୋଟ ଲଙ୍ଗର ସ୍ଥଳରେ ଅଟକି ଥିବା ବାହନଙ୍କୁ ଧକ୍କା ଦେଇଥିଲା। ଏଥିରେ ୪ଟି ବାହନ କ୍ଷତିଗ୍ରସ୍ତ ହୋଇଛି। #WATCH | The last vehicle of the Pahalgam convoy lost control and hit stranded vehicles at the Chanderkot Langer site, damaging 4 vehicles and causing minor injuries to 36 Yatris. The injured have been immediately shifted to DH Ramban: Deputy Commissioner (DEO), Ramban(Visuals… pic.twitter.com/dZtrcFS6Bd— ANI (@ANI) July 5, 2025ଘଟଣାସ୍ଥଳରେ ପୂର୍ବରୁ ମହଜୂଦ ଜିଲ୍ଲା ପ୍ରଶାସନ ଆହତଙ୍କୁ ତୁରନ୍ତ ଡିଏଚ୍ ରାମବନ ପହଞ୍ଚାଇଥିଲା। ପରେ ଯାତ୍ରୀଙ୍କୁ ଅନ୍ୟ ବାହନରେ ପରବର୍ତ୍ତି ଯାତ୍ରା ନିମନ୍ତେ ଯିବାକୁ ଦିଆଯାଇଛି। ଜମ୍ମୁ-କାଶ୍ମୀର ରାମବନସ୍ଥିତ ଜିଲ୍ଲା ହସ୍ପିଟାଲର ପ୍ରଭାରୀ ଚିକିତ୍ସା ଅଧିକ୍ଷକ ଡା.ମହମ୍ମଦ ରଫି କହିଛନ୍ତି ଯେ ଅମରନାଥ ଯାତ୍ରାରେ ଯାଉଥିବା ତୀର୍ଥ ଯାତ୍ରୀଙ୍କ ଏକ ବସ୍

ଅମରନାଥ ଯାତ୍ରାରେ ସାମିଲ ୪ ବସ୍ ମଧ୍ୟରେ ଧକ୍କା, ୩୬ ଯାତ୍ରୀ ଆହତ

ରାମବନ ୫।୭: ଅମରନାଥ ଯାତ୍ରା ରାସ୍ତାରେ ଶନିବାର ରାମବନ ନିକଟରେ ଦୁର୍ଘଟଣା ଘଟିଛି। ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ୪ଟି ବସ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରାମବନ ଡେପୁଟି କମିଶନର ଏ ନେଇ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ପହଲଗାମ ବାହନ ଧାଡିରେ ଥିବା ଶେଷ ବାହନ ନିୟନ୍ତ୍ରଣ ହରାଇ ଚନ୍ଦ୍ରକୋଟ ଲଙ୍ଗର ସ୍ଥଳରେ ଅଟକି ଥିବା ବାହନଙ୍କୁ ଧକ୍କା ଦେଇଥିଲା। ଏଥିରେ ୪ଟି ବାହନ କ୍ଷତିଗ୍ରସ୍ତ ହୋଇଛି। 


ଘଟଣାସ୍ଥଳରେ ପୂର୍ବରୁ ମହଜୂଦ ଜିଲ୍ଲା ପ୍ରଶାସନ ଆହତଙ୍କୁ ତୁରନ୍ତ ଡିଏଚ୍ ରାମବନ ପହଞ୍ଚାଇଥିଲା। ପରେ ଯାତ୍ରୀଙ୍କୁ ଅନ୍ୟ ବାହନରେ ପରବର୍ତ୍ତି ଯାତ୍ରା ନିମନ୍ତେ ଯିବାକୁ ଦିଆଯାଇଛି। ଜମ୍ମୁ-କାଶ୍ମୀର ରାମବନସ୍ଥିତ ଜିଲ୍ଲା ହସ୍ପିଟାଲର ପ୍ରଭାରୀ ଚିକିତ୍ସା ଅଧିକ୍ଷକ ଡା.ମହମ୍ମଦ ରଫି କହିଛନ୍ତି ଯେ ଅମରନାଥ ଯାତ୍ରାରେ ଯାଉଥିବା ତୀର୍ଥ ଯାତ୍ରୀଙ୍କ ଏକ ବସ୍ ଅନ୍ୟ ବସ୍ କୁ ଧକ୍କା ଦେଇଥିଲା। ଆମ ପାଖକୁ ମୋଟ ୩୬ ଜଣ ଆହତ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି। 



ଏହି ଦୁର୍ଘଟଣା ଏତେ ଜଟିଳ ନଥିଲା। ଏଣୁ ଆହତ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚିକିତ୍ସା ପରେ ତୁରନ୍ତ ଛାଡି ଦିଆଯାଇଥିବା ବେଳେ ବାକି ୨୬ ଜଣ ଯାତ୍ରୀଙ୍କୁ ପ୍ରାୟ ଘଣ୍ଟାକ ପରେ ହସ୍ପିଟାଲରୁ ଯିବାକୁ ଦିଆଯାଇଛି। ଏହି ଦୁର୍ଘଟଣାରେ ଆହତ କୌଣସି ତୀର୍ଥ ଯାତ୍ରୀ ଗୁରୁତର ନଥିଲେ। ଏଣୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ପରବର୍ତ୍ତି ହସ୍ପିଟାଲକୁ ରେଫର କରାଯାଇ ନାହିଁ ବୋଲି ଜିଲ୍ଲା ଚିକିତ୍ସା ଅଧିକ୍ଷକ କହିଛନ୍ତି।