ଅମରପାଲି ଝିଅ ଇପ୍ସିତା ମାଟ୍ରିକ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଇଂଜିନିୟରିଂ ପଢିବାକୁ ଆଗ୍ରହୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମ ର ଶିକ୍ଷକ ପ୍ରାଣବନ୍ଧୁ ସାହୁଙ୍କ ଝିଅ ଇପ୍ସିତା ଅନନ୍ୟା ସାହୁ ମାଟ୍ରିକ ବୋର୍ଡ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଏ-1 ଗ୍ରେଡ ରେ ଉତ୍ତିର୍ଣ୍ଣ ହୋଇଛନ୍ତି I ସେ ସୋନପୁର ସ୍ଥିତ ସାହାରା ଟ୍ରଷ୍ଟ ହାଇସ୍କୁଲ ରେ ଅଧ୍ୟୟନ କରୁଥିଲେ I ତାଙ୍କ ମା ପ୍ରଭାସିନୀ ସାହୁ ଜଣେ ଉତ୍ତମ ଗୃହିଣୀ ହିସାବରେ ଝିଅ ଅନନ୍ୟା କୁ ସମସ୍ତ ଘର […] The post ଅମରପାଲି ଝିଅ ଇପ୍ସିତା ମାଟ୍ରିକ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଇଂଜିନିୟରିଂ ପଢିବାକୁ ଆଗ୍ରହୀ appeared first on Odisha.News.

ଅମରପାଲି ଝିଅ ଇପ୍ସିତା ମାଟ୍ରିକ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଇଂଜିନିୟରିଂ ପଢିବାକୁ ଆଗ୍ରହୀ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମ ର ଶିକ୍ଷକ ପ୍ରାଣବନ୍ଧୁ ସାହୁଙ୍କ ଝିଅ ଇପ୍ସିତା ଅନନ୍ୟା ସାହୁ ମାଟ୍ରିକ ବୋର୍ଡ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଏ-1 ଗ୍ରେଡ ରେ ଉତ୍ତିର୍ଣ୍ଣ ହୋଇଛନ୍ତି I ସେ ସୋନପୁର ସ୍ଥିତ ସାହାରା ଟ୍ରଷ୍ଟ ହାଇସ୍କୁଲ ରେ ଅଧ୍ୟୟନ କରୁଥିଲେ I ତାଙ୍କ ମା ପ୍ରଭାସିନୀ ସାହୁ ଜଣେ ଉତ୍ତମ ଗୃହିଣୀ ହିସାବରେ ଝିଅ ଅନନ୍ୟା କୁ ସମସ୍ତ ଘର କରଣl, ସିଲେଇ ଆଦି କାମ ଶିଖାଇବା ସହ ସମ୍ପୂର୍ଣ୍ଣ ସଂସ୍କାରିତ ଭାବେ ଗଢି ତୋଳି ରଖିଛନ୍ତି I ଛୋଟ ଅବସ୍ଥାରୁ ଭଲ ପାଠ ପଢି ମେଧାବୀ ଥିଲେ I ସେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରି ପ୍ରଶଂସିତ ହୋଇଛନ୍ତି I ସଫଳତାର ଶ୍ରେୟ ବାପା , ମା , ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ଦେଇଥିବାବେଳେ ସେ ଜଣେ ଭଲ ଇଂଜିନିୟର ହେବା ଲକ୍ଷ୍ୟ ରଖିଛନ୍ତି I

The post ଅମରପାଲି ଝିଅ ଇପ୍ସିତା ମାଟ୍ରିକ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଇଂଜିନିୟରିଂ ପଢିବାକୁ ଆଗ୍ରହୀ appeared first on Odisha.News.