ଅମିତ ଶାହଙ୍କ ପ୍ରତିକ୍ରିୟା ପରେ ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ ନେଇ ଚର୍ଚ୍ଚା

ଓଡ଼ିଶା ଡଟ୍ ନ୍ୟୁଜ୍: ଅପରେସନ ସିନ୍ଦୂର ଥିଲା ଏକ ଟ୍ରେଲର । ଫିକ୍ଚର ଏବେ ବାକି ଅଛି । ପହଲଗାମ ଆତାଙ୍କାବଦୀ ଆକ୍ରମଣର ପ୍ରତିଶୋଧ ଅପରେସନ ସିଦୂର ସହ ଶେଷ ହୋଇ ଯାଇଛି ବୋଲି ଯଦି ଭାବୁଛନ୍ତି ତେବେ ଶୁଣନ୍ତୁ । ଏହା ଟ୍ରେଲର ଥିଲା, ପିକ୍ଚର ଆଗକୁ ଆସୁଛି । କାରଣ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ ସମୂଳେ ବିନାଶ କରିବାକୁ ପଣ କରିଛି ଭାରତ । ଆଉ ଇଏ ନୂଆ ଭାରତର । ଯାହା […] The post ଅମିତ ଶାହଙ୍କ ପ୍ରତିକ୍ରିୟା ପରେ ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ ନେଇ ଚର୍ଚ୍ଚା appeared first on Odisha.News.

ଅମିତ ଶାହଙ୍କ ପ୍ରତିକ୍ରିୟା ପରେ ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ ନେଇ ଚର୍ଚ୍ଚା

ଓଡ଼ିଶା ଡଟ୍ ନ୍ୟୁଜ୍: ଅପରେସନ ସିନ୍ଦୂର ଥିଲା ଏକ ଟ୍ରେଲର । ଫିକ୍ଚର ଏବେ ବାକି ଅଛି । ପହଲଗାମ ଆତାଙ୍କାବଦୀ ଆକ୍ରମଣର ପ୍ରତିଶୋଧ ଅପରେସନ ସିଦୂର ସହ ଶେଷ ହୋଇ ଯାଇଛି ବୋଲି ଯଦି ଭାବୁଛନ୍ତି ତେବେ ଶୁଣନ୍ତୁ । ଏହା ଟ୍ରେଲର ଥିଲା, ପିକ୍ଚର ଆଗକୁ ଆସୁଛି । କାରଣ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ ସମୂଳେ ବିନାଶ କରିବାକୁ ପଣ କରିଛି ଭାରତ । ଆଉ ଇଏ ନୂଆ ଭାରତର । ଯାହା କହେ କରେ… ଯାହା ନକେହେ ତାହା ନିଶ୍ଚିତ କରେ… । ଏପରି କହିବାର କାରଣ ହେଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟାରୁ ଏମିତି ଲାଗୁଛି । ଶୀଘ୍ର ଅପରେସନ ଅଲ୍ ଆଉଟ୍ ଆରମ୍ଭ ହୋଇପାରେ ।

ଅପରେସନ୍ ସିନ୍ଦୂର ପରେ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହ । ପାକିସ୍ତାନ ଓ ନେପାଳ ସୀମାନ୍ତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଓ ଉପ-ରାଜ୍ୟପାଳଙ୍କ ସହ ବୈଠକ କରିଛନ୍ତି । ବୈଠକରେ ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଲଦାଖର ଉପ-ରାଜ୍ୟପାଳ ସାମିଲ ହୋଇଥିଲେ । ବୈଠକରେ ଏୟାରଷ୍ଟ୍ରାଇକ୍ ପରର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଶାହ । ଜରୁରୀ ସେବା ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଏସଡିଆରଏଫ୍, ସିଭିଲ ଡିଫେନ୍ସ, ହୋମଗାର୍ଡ ଓ ଏନସିସି କ୍ୟାଡରକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଷ୍ଟ୍ର ବିରୋଧୀ ପ୍ରଚାର ଉପରେ ନଜର ରଖିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଅପରେସନ ସିନ୍ଦୂର ପରେ ଭାରତ- ପାକିସ୍ତାନ ସୀମାରେ ଉତ୍ତେଜନା ବଢିଛି । ପାକିସ୍ତାନ ପାଲଟା ଜବାବ ଦେବା ଆଶଙ୍କା ରହିଛି । ଏ ପରିସ୍ଥିତିରେ ସୀମାନ୍ତ ରାଜ୍ୟ ଗୁଡିକ ଉପରେ ଅଧିକ ବିପଦ ରହିଛି । ତେଣୁ ସୀମାବର୍ତ୍ତୀ ରାଜ୍ୟଗୁଡିକୁ ସତର୍କ କରାଇଛନ୍ତି ଅମିତ ଶାହ ।

The post ଅମିତ ଶାହଙ୍କ ପ୍ରତିକ୍ରିୟା ପରେ ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ ନେଇ ଚର୍ଚ୍ଚା appeared first on Odisha.News.