ଅମିତ ଶାହାଙ୍କ ଇସ୍ତଫା ଦାବି କଲା ଆମ୍ ଆଦ୍ମୀ ପାର୍ଟି
ଛତ୍ରପୁର,୧୯ା୧୨(ସନ୍ତୋଷ ପାଢ଼ୀ): ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତି ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦ୍ମୀ ପାର୍ଟି ଗଞ୍ଜାମ ଜିଲା ସଙ୍ଗଠନ ତରଫରୁ ତାଙ୍କର ଇସ୍ତଫା ଦାବି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ସଂସଦର ପବିତ୍ର ମନ୍ଦିର ପରିସରରେ ଭାରତବର୍ଷର ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଅମିତ ଶାହାଙ୍କର ଅଶାଳୀନ ଓ ଅପମାନଜନକ ଟିପ୍ପଣୀ କୋଟି କୋଟି ଭାରତୀୟଙ୍କ […] The post ଅମିତ ଶାହାଙ୍କ ଇସ୍ତଫା ଦାବି କଲା ଆମ୍ ଆଦ୍ମୀ ପାର୍ଟି appeared first on Dharitri Odia News.
ଛତ୍ରପୁର,୧୯ା୧୨(ସନ୍ତୋଷ ପାଢ଼ୀ): ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତି ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦ୍ମୀ ପାର୍ଟି ଗଞ୍ଜାମ ଜିଲା ସଙ୍ଗଠନ ତରଫରୁ ତାଙ୍କର ଇସ୍ତଫା ଦାବି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଅଭିଯୋଗପତ୍ର
ପ୍ରଦାନ କରାଯାଇଛି। ସଂସଦର ପବିତ୍ର ମନ୍ଦିର ପରିସରରେ ଭାରତବର୍ଷର ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଅମିତ ଶାହାଙ୍କର ଅଶାଳୀନ ଓ ଅପମାନଜନକ ଟିପ୍ପଣୀ କୋଟି କୋଟି ଭାରତୀୟଙ୍କ ଭାବାବେଗକୁ କୁଠାରାଘାତ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ସଂସଦୀୟ ମର୍ଯ୍ୟାଦା ଓ ଶୃଙ୍ଖଳା ଆବଦ୍ଧରେ ରହି ବିରୋଧୀ ଦଳର ଅନେକ ସାଂସଦ ଜେନ୍ଦ୍ରସରକାରଙ୍କର ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପର ଦୃଢ଼ ପ୍ରତିବାଦ କରିବା ଅବସରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମ ବାରମ୍ବାର ଉଚ୍ଚାରଣ କରିବାର ଦେଖାଯାଇଥିଲା। ଆମ୍ ଆଦ୍ମୀ ପାର୍ଟି ଶାହାଙ୍କୁ ଦେଶବାସୀଙ୍କ ସମ୍ମାନରେ ମଥାନତ ହୋଇ କ୍ଷମା ପ୍ରାର୍ଥନା କରିବା ସହ ଅବିଳମ୍ବେ ଇସ୍ତଫା ପ୍ରଦାନ କରିବାକୁ ଦାଦି ହୋଇଛ। ଯଦି ଶାହା ତୁରନ୍ତ ନିଜ କୁକର୍ମର ପ୍ରାୟଶ୍ଚିତ ନ କରନ୍ତି ତେବେ ଆଗାମୀ ଦିନରେ ବାବା ସାହେବଙ୍କ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଆମ ଆଦ୍ମୀ ପାର୍ଟି ତରଫରୁ ଧାରଣା ପ୍ରଦର୍ଶନ କରାଯିବା ସହ ଆନ୍ଦୋଳନର ଚେତାବନୀ ଦିଆଯାଇଛି।
The post ଅମିତ ଶାହାଙ୍କ ଇସ୍ତଫା ଦାବି କଲା ଆମ୍ ଆଦ୍ମୀ ପାର୍ଟି appeared first on Dharitri Odia News.