ଅମିତ ଶାହାଙ୍କ ଗାଡ଼ିକୁ ପିଛା କଲେ କିଛି ଲୋକ, ଡିଏସ୍ପି କହିଲେ…
ନୂଆଦିଲ୍ଲୀ,୨୦ା୭: ଶନିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଜପା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ପହଞ୍ଚିଥିଲେ ଅମିତ ଶାହା। ତେବେ ସେ ଯିବା ସମୟରେ ତାଙ୍କ ଗାଡ଼ିକୁ କିଛି ଲୋକ ଗୋଡ଼ାଇଥିଲେ। ଏହି ମାମଲାରେ ପୋଲିସ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ, ଏହି ଲୋକମାନେ ମଦ୍ୟପାନ କରିଥିଲେ। ହାତିଆ ଡିଏସ୍ପି ପ୍ରମୋଦ କୁମାର ମିଶ୍ର କହିଛନ୍ତି, ଏହି ଲୋକମାନେ […] The post ଅମିତ ଶାହାଙ୍କ ଗାଡ଼ିକୁ ପିଛା କଲେ କିଛି ଲୋକ, ଡିଏସ୍ପି କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୭: ଶନିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଜପା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ପହଞ୍ଚିଥିଲେ ଅମିତ ଶାହା। ତେବେ ସେ ଯିବା ସମୟରେ ତାଙ୍କ ଗାଡ଼ିକୁ କିଛି ଲୋକ ଗୋଡ଼ାଇଥିଲେ। ଏହି ମାମଲାରେ ପୋଲିସ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ, ଏହି ଲୋକମାନେ ମଦ୍ୟପାନ କରିଥିଲେ।
ହାତିଆ ଡିଏସ୍ପି ପ୍ରମୋଦ କୁମାର ମିଶ୍ର କହିଛନ୍ତି, ଏହି ଲୋକମାନେ କାର୍ଯ୍ୟକ୍ରମରେ ପ୍ରବେଶ କରିପାରିନାହାନ୍ତି। ସେ କହିଛନ୍ତି ଯେ, ଏହି ଲୋକମାନେ ବାଇକ୍ ଚଳାଇ ଶାହାଙ୍କ ଗାଡ଼ିକୁ ଗୋଡ଼ାଉଥିଲେ।
ଶାହା ଶନିବାର ରାଞ୍ଚିରେ ପହଞ୍ଚି ଭାଜପାର କାର୍ଯ୍ୟକାରିତା କମିଟି ବୈଠକରେ ଭାଗ ନେଇଛନ୍ତି। ଯେତେବେଳେ ତାଙ୍କ ଗାଡ଼ି ବିର୍ସା ମୁଣ୍ଡା ବିମାନବନ୍ଦରରୁ ଭେନ୍ୟୁ ଅଭିମୁଖେ ଯାତ୍ରା କଲା, ବାଇକ୍ ଚଳାଉଥିବା ଦୁଇଜଣ ଯୁବକ ଏହି ଗାଡ଼ିର ପିଛା କରିଥିଲେ।
ତେବେ ଉଭୟ ଯୁବକଙ୍କୁ ପୋଲିସ ସାଙ୍ଗେ ସାଙ୍ଗେ ଗିରଫ କରିଛି। ପଚରାଉଚରା କରିବାରୁ ଉଭୟ ଯୁବକ ମଦ୍ୟପାନ କରିଥିବା ସ୍ବୀକାର କରିଥିଲେ। ଡିଏସ୍ପି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସୁରକ୍ଷା ଅଭାବର କୌଣସି ମାମଲା ଦେଖିବାକୁ ମିଳିନାହିଁ।
ଏହି ଦୁଇ ଅଭିଯୁକ୍ତଙ୍କ ନାମ ଅଙ୍କିତ ଏବଂ ମୋହିତ। ଶାହାଙ୍କ ସୁରକ୍ଷାକୁ ଖଣ୍ଡନ କରି ସେ କହିଛନ୍ତି, ଆମେ ଜାଣି ନ ଥିଲୁ କାହା ଗାଡ଼ି ଯାଉଥିଲା। ତେଣୁ ଆମେ ଦୋଷୀ ନୁହଁ ବୋଲି ଉଭୟେ କହିଛନ୍ତି।
The post ଅମିତ ଶାହାଙ୍କ ଗାଡ଼ିକୁ ପିଛା କଲେ କିଛି ଲୋକ, ଡିଏସ୍ପି କହିଲେ… appeared first on Dharitri Odia News.