ଅମୀର ଖାନ୍-କ୍ୟାଟ୍ରିନା କୈଫ୍ଙ୍କ ଠାରୁ ଅଧିକ ଟ୍ୟାକ୍ସ ଦେଉଛନ୍ତି କପିଲ ଶର୍ମା
ମୁମ୍ଵାଇ ୦୬।୦୯: ୨୦୨୪ ପାଇଁ ଶୀର୍ଷ ସେଲିବ୍ରିଟି ଟିକସଦାତାଙ୍କ ତାଲିକା ସାମ୍ନାକୁ ଆସିଛି । ଏଥର ଏହି ତାଲିକାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇଛନ୍ତି। ଏହା ବ୍ୟତୀତ ହାସ୍ୟ ଅଭିନେତା କପିଲ ଶର୍ମା ଟିଭି ଇଣ୍ଡଷ୍ଟ୍ରିର ସର୍ବାଧିକ ଟିକସଦାତା ହୋଇପାରିଛନ୍ତି। କପିଲ ଶର୍ମା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅର୍ଥାତ୍ ଅମୀର ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ପଛରେ ପକାଇ ଦେଇଛନ୍ତି।ରିପୋର୍ଟ ଅନୁଯାୟୀ କପିଲ ଶର୍ମା ୨୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ୯୨ କୋଟି ଟଙ୍କାର ଟ୍ୟାକ୍ସ ଦେଇ ଶାହାରୁଖ ଖାନ ଏହି ତାଲିକାରେ ଶୀର୍ଷରେ ଅଛନ୍ତି 'GOAT' ତାରକା ଥଲାପତି ବିଜୟ ୮୦ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ଏହା ପରେ ସଲମାନ ଖାନ ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ୭୧ କୋଟି ଟଙ୍କା ଟିକସ ଦେଇ ଚତୁର୍ଥ ସ୍ଥାନରେ ଅଛନ୍ତି।View this post on InstagramA post shared by Kapil Sharma (@kapilsharma)ବିରାଟ କୋହଲି(୬୬କୋଟି), ଅଜୟ ଦେବଗନ(୪୨କୋଟି), ଏମଏସ ଧୋନି(୩୮କୋଟି) , ରଣବୀର କପୁର(୩୬କୋଟି), ସଚିନ ତେନ୍ଦୁଲକର ଏବଂ ହ୍ରିତିକ ରୋଶନ(୨୮କୋଟି), ସୌରଭ ଗାଙ୍ଗୁଲି- ୨୩କୋଟି, କରୀନା କପୁର - ୨୦କୋଟି, ଶାହିଦ କପୁର, ମୋହନଲାଲ ଏବଂ ଅଲୁ ଅର୍ଜୁନ- ୧୪କୋଟି, ହାର୍ଦ୍ଦିକ ପାଣ୍ଡ୍ୟା- ୧୩ କୋଟି, କିଆରା ଆଡଭ
ମୁମ୍ଵାଇ ୦୬।୦୯: ୨୦୨୪ ପାଇଁ ଶୀର୍ଷ ସେଲିବ୍ରିଟି ଟିକସଦାତାଙ୍କ ତାଲିକା ସାମ୍ନାକୁ ଆସିଛି । ଏଥର ଏହି ତାଲିକାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇଛନ୍ତି। ଏହା ବ୍ୟତୀତ ହାସ୍ୟ ଅଭିନେତା କପିଲ ଶର୍ମା ଟିଭି ଇଣ୍ଡଷ୍ଟ୍ରିର ସର୍ବାଧିକ ଟିକସଦାତା ହୋଇପାରିଛନ୍ତି। କପିଲ ଶର୍ମା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅର୍ଥାତ୍ ଅମୀର ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ପଛରେ ପକାଇ ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ କପିଲ ଶର୍ମା ୨୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ୯୨ କୋଟି ଟଙ୍କାର ଟ୍ୟାକ୍ସ ଦେଇ ଶାହାରୁଖ ଖାନ ଏହି ତାଲିକାରେ ଶୀର୍ଷରେ ଅଛନ୍ତି 'GOAT' ତାରକା ଥଲାପତି ବିଜୟ ୮୦ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ଏହା ପରେ ସଲମାନ ଖାନ ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ୭୧ କୋଟି ଟଙ୍କା ଟିକସ ଦେଇ ଚତୁର୍ଥ ସ୍ଥାନରେ ଅଛନ୍ତି।
ବିରାଟ କୋହଲି(୬୬କୋଟି), ଅଜୟ ଦେବଗନ(୪୨କୋଟି), ଏମଏସ ଧୋନି(୩୮କୋଟି) , ରଣବୀର କପୁର(୩୬କୋଟି), ସଚିନ ତେନ୍ଦୁଲକର ଏବଂ ହ୍ରିତିକ ରୋଶନ(୨୮କୋଟି), ସୌରଭ ଗାଙ୍ଗୁଲି- ୨୩କୋଟି, କରୀନା କପୁର - ୨୦କୋଟି, ଶାହିଦ କପୁର, ମୋହନଲାଲ ଏବଂ ଅଲୁ ଅର୍ଜୁନ- ୧୪କୋଟି, ହାର୍ଦ୍ଦିକ ପାଣ୍ଡ୍ୟା- ୧୩ କୋଟି, କିଆରା ଆଡଭାନି - ୧୨କୋଟି, କ୍ୟାଟ୍ରିନା କୈଫ ଏବଂ ପଙ୍କଜ ତ୍ରିପାଠୀ - ୧୧କୋଟି, ଆମୀର ଖାନ ଏବଂ ଋଷଭ ପନ୍ତ - ୧୦କୋଟି ଟିକସ ଦେଇଥିବା ଜଣାଯାଇଛି।
୨୦୧୩ରେ କପିଲ ତାଙ୍କର ଟିଭି ସୋ କମେଡି ନାଇଟ୍ ୱିଥ କପିଲ ହୋଷ୍ଟ କରିବା ଆରମ୍ଭ କରିଥିଲେ । ୨୦୧୬ରେ, ଶୋ ଟିଭି ଚ୍ୟାନେଲକୁ ଚାଲିଗଲା ଏବଂ ପରେ ଏହାର ନାମ ଦି କପିଲ ଶର୍ମା ସୋ ହେଲା । ଏହା ସହିତ ସେ ଟେଲିଭିଜନର ସବୁଠାରୁ ସଫଳ ଏବଂ ଧନୀ ତାରକାମାନଙ୍କ ମଧ୍ୟରୁ ଜଣେ ହେଲ। ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ତଥାପି ତାଙ୍କର କେବଳ ଗୋଟିଏ ଚଳଚ୍ଚିତ୍ର କିସ୍ କିସ୍ କୋ ପ୍ୟାର୍ କରୁ ବକ୍ସ ଅଫିସରେ ସଫଳ ହୋଇଥିଲା
କପିଲଙ୍କ ନିଟ୍ ମୂଲ୍ୟ ହେଉଛି ୩୦୦ କୋଟି ଟଙ୍କା
ଏହି ବର୍ଷ କପିଲ ଟେଲିଭିଜନ ଛାଡିଥିଲେ। ଏବଂ ତାଙ୍କର ସୋ ନେଟଫ୍ଲିକ୍ସକୁ ସ୍ଥାନାନ୍ତରିତ ହେଲା । ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ନେଟଫ୍ଲିକ୍ସରେ ୱିକଲି ଏପିସୋଡରେ ଷ୍ଟ୍ରିମ୍ ହୋଇଥିଲା । ଏହା ବିଶ୍ଵର ୧୯୨ ଟି ଦେଶରେ ପହଞ୍ଚିଲା । ସମ୍ପ୍ରତି ସୋ ପାଇଁ କପିଲ ପ୍ରତି ଏପିସୋଡରେ ୫ କୋଟି ଟଙ୍କା ଆଦାୟ କରିଥିବା ଜଣାଯାଇଛି। କପିଲ ଆଜି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଏବଂ ତାଙ୍କର ସମ୍ପତ୍ତି ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି ଜଣାଯାଇଛି।
କପିଲ ଶର୍ମା ମୁମ୍ବାଇରେ କୋଟି କୋଟି ମୂଲ୍ୟର ଘରେ ରୁହନ୍ତି।
କପିଲ ଶର୍ମା ମୁମ୍ବାଇର ଅନ୍ଧେରି ପଶ୍ଚିମ ଅଞ୍ଚଳରେ ରୁହନ୍ତି। ଆଲିଆ ଭଟ୍ଟ, ନୱାଜୁଦ୍ଦିନ ସିଦ୍ଦିକି, ମିକା ସିଂ ଏବଂ ସୋନୁ ସୁଦଙ୍କ ପରି ସେଲିବ୍ରିଟିଙ୍କ ମଧ୍ୟ ଏହି ପୋଶ ଅଞ୍ଚଳରେ ଘର ଅଛି। ମୁମ୍ବାଇରେ କପିଲଙ୍କ ବିଳାସପୂର୍ଣ୍ଣ ଘରର ଆନୁମାନିକ ମୂଲ୍ୟ ୧୫ କୋଟିରୁ ଅଧିକ ଅଟେ। ଏହା ବ୍ୟତୀତ ପଞ୍ଜାବରେ କପିଲଙ୍କର ଏକ ଫାର୍ମହାଉସ ମଧ୍ୟ ଅଛି। ଯାହାର ମୂଲ୍ୟ ୨୫ କୋଟିରୁ ଅଧିକ ହେବ ବୋଲି ଜଣାଯାଇଛି।
କପିଲ ଶର୍ମାଙ୍କର ଅନେକ ବିଳାସପୂର୍ଣ୍ଣ କାର ଅଛି
କପିଲ ଶର୍ମାଙ୍କର ଅନେକ ବିଳାସପୂର୍ଣ୍ଣ କାର ରହିଛି । ତାଙ୍କର ବହୁମୂଲ୍ୟ କାର ସଂଗ୍ରହରେ ମର୍ସିଡିଜ୍-ବେଞ୍ଜ୍ S 350, ରେଞ୍ଜ ରୋଭର ଇଭୋକ୍, ଭଲଭୋ XC90 ଏବଂ ଏକ ଭ୍ୟାନିଟି ଭ୍ୟାନ୍ ଅଛି ।