ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି କରନ୍ତୁ ଫେସ୍‌ ପ୍ୟାକ୍‌, କିଛି ଦିନରେ ଦୂର ସ୍କିନ୍‌ର ଅନେକ ସମସ୍ୟା

ଅମୃତଭଣ୍ଡା ହେଉଛି ଏକ ଏପରି ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏପରି ଗୁଣ ଅମୃତଭଣ୍ଡାରେ ମିଳିଥାଏ ଯାହା କେବଳ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି କରେ ନାହିଁ ବରଂ ସ୍କିନ୍‌ ପାଇଁ ମଧ୍ୟ ବହୁତ ଲାଭଦାୟକ । ମୁହଁରେ ଅମୃତଭଣ୍ଡାରେ ତିଆରି ଫେସ୍ ପ୍ୟାକ୍ ଲଗାଇ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଏହା ସହିତ ଦାଗ ଏବଂ ବ୍ରଣ ଭଳି ସମସ୍ୟା ଦୂର ହୋଇପାରିବ । ଯଦି ଅମୃତଭଣ୍ଡା ଏବଂ କ୍ଷୀରକୁ […] The post ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି କରନ୍ତୁ ଫେସ୍‌ ପ୍ୟାକ୍‌, କିଛି ଦିନରେ ଦୂର ସ୍କିନ୍‌ର ଅନେକ ସମସ୍ୟା appeared first on KNews Odisha.

ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି କରନ୍ତୁ ଫେସ୍‌ ପ୍ୟାକ୍‌, କିଛି ଦିନରେ ଦୂର ସ୍କିନ୍‌ର ଅନେକ ସମସ୍ୟା
Papaya Milk

ଅମୃତଭଣ୍ଡା ହେଉଛି ଏକ ଏପରି ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏପରି ଗୁଣ ଅମୃତଭଣ୍ଡାରେ ମିଳିଥାଏ ଯାହା କେବଳ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି କରେ ନାହିଁ ବରଂ ସ୍କିନ୍‌ ପାଇଁ ମଧ୍ୟ ବହୁତ ଲାଭଦାୟକ । ମୁହଁରେ ଅମୃତଭଣ୍ଡାରେ ତିଆରି ଫେସ୍ ପ୍ୟାକ୍ ଲଗାଇ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଏହା ସହିତ ଦାଗ ଏବଂ ବ୍ରଣ ଭଳି ସମସ୍ୟା ଦୂର ହୋଇପାରିବ । ଯଦି ଅମୃତଭଣ୍ଡା ଏବଂ କ୍ଷୀରକୁ ମିଶ୍ରିତ କରି ଫେସ୍ ପ୍ୟାକ୍ ପ୍ରୟୋଗ କରିପାରିବେ । ଯାହା ଫଳରେ ଏହାର ଲାଭ ଦ୍ୱିଗୁଣିତ ହୋଇଯିବ । ତେବେ ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ C ଏବଂ ଅନେକ ଖଣିଜ ପଦାର୍ଥ ଥାଏ । ସେହିପରି କ୍ଷୀରରେ ମିଳୁଥିବା ଗୁଣ ସ୍କିନ୍‌କୁ ଚମକାଇଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ବୟସ କମ୍‌ ଦେଖା ଯିବା ସହ ଦାଗ ଦୂର କରିବାରେ ସାହାଯ୍ୟ କରେ । ତାହେଲେ ଆସନ୍ତୁ ଜାଣିବା ଏହି ପ୍ୟାକ୍‌କୁ କିପରି ତିଆରି କରିବା ।

ଅମୃତଭଣ୍ଡା ଏବଂ କ୍ଷୀରର ଫେସ୍ ପ୍ୟାକ୍ :
ଦାଗ ଦୂର ହେବ : କ୍ଷୀରକୁ ଅମୃତଭଣ୍ଡା ସହିତ ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ଫେସ୍ ପ୍ୟାକ୍ ପ୍ରୟୋଗ କରିବା ଦ୍ୱାରା ସ୍କିନ୍‌ରୁ ଦାଗ ଏବଂ ବ୍ରଣ ଦୂର ହୋଇଥାଏ । ଅମୃତଭଣ୍ଡରେ ଭିଟାମିନ୍ C ଭରପୂର ରହିଥାଏ, ଯାହା ସ୍କିନ୍‌ରେ ମେଲାନିନ ଉତ୍ପାଦନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡା ଏବଂ କ୍ଷୀରର ମିଶାଇ ପ୍ରୟୋଗ କଲେ ଦାଗ ଏବଂ ବ୍ରଣ ଦୂର ହୁଏ ।

ସ୍କିନ୍‌ ଚମକିବ : କ୍ଷୀର ଏବଂ ଅମୃତଭଣ୍ଡା ସ୍କିନ୍‌ ଚମକିବାରେ ସାହାଯ୍ୟ କରେ । ଏହା ରିଙ୍କଲ୍ସ ସମସ୍ୟାକୁ କମ୍‌ କରିଥାଏ । ସ୍କିନ୍‌କୁ ସଫା କରିବା ପାଇଁ ଅମୃତଭଣ୍ଡାରେ ମିଳୁଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଏବଂ ବାୟୋଫ୍ଲାଭୋନାଏଡ କାମ କରିଥାଏ । ଏହା ଚେହେରାର ଚମକକୁ ବଢାଇଥାଏ । ସେହିପରି କ୍ଷୀର ସ୍କିନ୍‌ର ଆର୍ଦ୍ରତା ବଜାୟ ରଖେ ।

ପିମ୍ପଲ୍ ଦୂରରେ ରହିବ : ଅମୃତଭଣ୍ଡାରେ ଅନେକ ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଅଛି ଯାହା ସ୍କିନ୍‌ ଇନ୍‌ଫେକ୍ସନ୍‌କୁ ଦୂରେଇ କରେ । କ୍ଷୀର ଏବଂ ଅମୃତଭଣ୍ଡା ମିଶାଇ ପ୍ରୟୋଗ କଲେ ପିମ୍ପଲ୍ ମଧ୍ୟ କମିଯାଏ । ଏହା ସହିତ ସ୍କିନ୍‌ରେ ଇନ୍‌ଫେକ୍ସନ୍‌ ହେବାର ଆଶଙ୍କା କମିଯାଏ ।

ସ୍କିନ୍‌ ହାଇଡ୍ରେଟେଡ୍ ରହିବ : ସ୍କିନ୍‌କୁ ହାଇଡ୍ରେଟ୍ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଆପଣ ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି ଏହି ପ୍ୟାକ୍ ପ୍ରୟୋଗ କରିପାରିବେ । ଏହି ଦୁଇଟି ଜିନିଷ ବର୍ଷା ଏବଂ ଗ୍ରୀଷ୍ମ ସମୟରେ ଚେହେରାକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରେ । ଆପଣ ସପ୍ତାହରେ ୧ ରୁ ୨ ଥର ଅମୃତଭଣ୍ଡା ଏବଂ କ୍ଷୀରରେ ନିର୍ମିତ ଏହି ଫେସ୍ ପ୍ୟାକ୍ ପ୍ରୟୋଗ କରିବା ଜରୁରୀ ।

ଅମୃତଭଣ୍ଡା ଏବଂ କ୍ଷୀର ସହିତ ଫେସ୍ ପ୍ୟାକ୍ କିପରି ପ୍ରସ୍ତୁତ କରିବେ :
ଏହି ପ୍ୟାକ୍‌ ତିଆରି କରିବା ପାଇଁ ପାଚିଲା ନରମ ଅମୃତଭଣ୍ଡା ନେଇ ଭଲ ଭାବରେ ମେସ୍‌ କରନ୍ତୁ । ବର୍ତ୍ତମାନ ଏଥିରେ ୨ ଚାମଚ କଞ୍ଚା କ୍ଷୀର ମିଶାଇ ଉଭୟ ଜିନିଷକୁ ମିଶାଇ ଦିଅନ୍ତୁ । ଏହା ସହ ଆପଣ ଏଥିରେ ୧ ଚାମଚ ମହୁ ମଧ୍ୟ ମିଶାଇ ପାରିବେ । ଏହି ପ୍ୟାକ୍‌କୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବେ ମସାଜ୍ କରନ୍ତୁ ଏବଂ ତା’ପରେ ଏହାକୁ ଲଗାନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ । ତେବେ ପ୍ରାୟ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ସ୍କିନ୍‌ର ଅନେକ ସମସ୍ୟା ଦୂର ହେବ ।

The post ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି କରନ୍ତୁ ଫେସ୍‌ ପ୍ୟାକ୍‌, କିଛି ଦିନରେ ଦୂର ସ୍କିନ୍‌ର ଅନେକ ସମସ୍ୟା appeared first on KNews Odisha.