ଅମୃତିଆ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ, କୁନି ପିଲାଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହିଲା ‌

ଯାଜପୁର : ଯାଜପୁର ଜିଲ୍ଲାରେ ଥିବା ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ଖୁବ୍ ଧୁମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରିଛନ୍ତି । ସବୁଥର ପରି ଏଥର ମଧ୍ୟ ବହୁ ଆଡମ୍ବରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ନିକଟସ୍ତ ବନ୍ଦାଳୋ ପଞ୍ଚାୟତରେ ଥିବା ପ୍ରସିଦ୍ଧ ଶନିମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସବୁ ପିଲା, ଗୁରୁଜୀ-ଗୁରୁମା, ପ୍ରଧାନ ଆଚାର୍ଯ୍ୟା ପ୍ରମୁଖ ମନ୍ଦିର […] The post ଅମୃତିଆ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ, କୁନି ପିଲାଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହିଲା ‌ appeared first on KNews Odisha.

ଅମୃତିଆ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ, କୁନି ପିଲାଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହିଲା ‌
sisu mandir

ଯାଜପୁର : ଯାଜପୁର ଜିଲ୍ଲାରେ ଥିବା ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ଖୁବ୍ ଧୁମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରିଛନ୍ତି । ସବୁଥର ପରି ଏଥର ମଧ୍ୟ ବହୁ ଆଡମ୍ବରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ନିକଟସ୍ତ ବନ୍ଦାଳୋ ପଞ୍ଚାୟତରେ ଥିବା ପ୍ରସିଦ୍ଧ ଶନିମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସବୁ ପିଲା, ଗୁରୁଜୀ-ଗୁରୁମା, ପ୍ରଧାନ ଆଚାର୍ଯ୍ୟା ପ୍ରମୁଖ ମନ୍ଦିର ପ୍ରାଙ୍ଗଣରେ ଏକାଠି ହେବା ପରେ ସଭିଙ୍କୁ ସ୍ଵାଗତ କରାଯାଇଥିଲା । ଏହା ପରେ ପ୍ରାଙ୍ଗଣରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ପୂଜାପାଠ କରାଯାଇଥିଲା । ପୂଜାର୍ଚ୍ଚନା ପରେ କୃଷ୍ଣଙ୍କ ଭଜନରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁ ବୁଲିଥିଲେ କୁନି କୁନି ରାଧାକୃଷ୍ଣ ‌।

କିଏ କୃଷ୍ଣ ବେଶ ତ କିଏ ରାଧା ବେଶ ତ ପୁଣି ଆଉ କିଏ କଂସ । ଏପରି ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇଥିବା କୁନି କୁନି ପିଲା ଯେବେ ଗାଁ ଦାଣ୍ଡରେ ଚାଲୁଥିଲେ , ଗାଁ ଲୋକେ ଘଡ଼ିଏ ଚାହିଁ ରହୁଥିଲେ । ରାଧାକୃଷ୍ଣଙ୍କ ପରି ଠାଣି, ଚାହାଣୀ ମନ ହରି ନେଉଥାଏ ସଭିଙ୍କର । ଗାଁ ରାସ୍ତାରେ କୁନି କୁନି ପିଲା ଓ ଗୁରୁମାଙ୍କ ଭଜନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥାଏ ।

ଗାଁ ଦାଣ୍ଡରେ ରାଧାକୃଷ୍ଣଙ୍କୁ ଦେଖି ବିଭିନ୍ନ ସ୍ଥାନରେ ମାଆ ମାଉସୀମାନେ ବନ୍ଦାପନା ଓ ପୂଜାର୍ଚ୍ଚନା କରିଥିଲେ ‌। ଆଉ ସବୁଠାରୁ ଆକର୍ଷଣୀୟ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପିଲାଙ୍କ ନୃତ୍ୟ ସହ କୁନି ପିଲାମାନଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହିଥିଲା ‌। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟା, ଗୁରୁଜୀ ଗୁରୁମା, କୋଷାଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟ,ମାତୃ ଭାରତୀ ସଦସ୍ୟା, ବହୁ ଅଭିଭାବକ , ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସ୍ବେଛାସେବୀ ସଂଗଠନ ଜୟ ମହାକାଳ ଫାଉଣ୍ଡେସନର ବହୁ ସଦସ୍ୟ ସଦସ୍ୟା ଓ ସ୍ଥାନୀୟ ବାସିନ୍ଦା ଆଦି ଉପସ୍ଥିତ ଥିଲେ ।

The post ଅମୃତିଆ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ, କୁନି ପିଲାଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହିଲା ‌ appeared first on KNews Odisha.