ଏଥର ପୁରୀରେ ବାଜି ମାରିପାରନ୍ତି ସମ୍ବିତ ପାତ୍ର: ଆକ୍ସିସ୍ ମାଇଁ ଇଣ୍ଡିଆ

ନୂଆଦିଲ୍ଲୀ: ଏଥର ପୁରୀ ଲୋକସଭା ନିର୍ବାଚନରେ ବାଜି ମାରିପାରନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ଏଠି ବିଜେଡିର ୧୫ ବର୍ଷର ମଜଭୁତ ଗଡ଼ ଭେଦ କରି ବିଜେପି ପଦ୍ମ ଫୁଟାଇବ ବୋଲି ଇଣ୍ଡିଆ ଟୁଡେର ଆକ୍ସିସ୍‌ ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କହିଛି।  ପୁରୀରେ ବିଜେଡିର ଅରୁପ ପଟ୍ଟନାୟକ, କଂଗ୍ରେସର ଜୟ ନାରାୟଣ ପଟ୍ଟନାୟ ଓ ବିଜେପିର ସମ୍ବିତ ପାତ୍ରଙ୍କ ମଧ୍ୟରେ ଫାଇଟ୍ ହୋଇଛି। ତେବେ ଏଥର ସମ୍ବିତ ସମସ୍ତଙ୍କୁ ହରାଇ ବାଜି ମାରିପାରନ୍ତି।ନିର୍ବାଚନ ଜିତିବା ପାଇଁ ସମ୍ବିତ ପାତ୍ର ପୁରୀର ଘରେ ଘରେ ପହଞ୍ଚି ପ୍ରଚାର କରିଥିଲେ। ଲୋକଙ୍କ ସହ ମିଶିବା ସହ ଭୋଟ ଭିକ୍ଷା କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ ମିଡିଆକୁ ବାଇଟ୍ ଦେବା ବେଳେ ଶ୍ରୀ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି ସମ୍ବିତଙ୍କ ପାଟିରୁ ଖସି ଯାଇଥିଲା। ଯାହାକୁ ନେଇ ଅନେକ ବିବାଦ ହୋଇଥିଲା। ଏହାପରେ ସମ୍ବିତ କ୍ଷମା ବି ମାଗିଥିଲେ। ଏହାସତ୍ତ୍ୱେ ବି ପୁରୀରେ ସମ୍ବିତଙ୍କର ପଲ୍ଲା ଭାରି ରହିଛି ବୋଲି ଏକଜିଟ୍ ପୋଲ କହିଛି।   ୨୦୧୯ ନିର୍ବାଚନରେ ମଧ୍ୟ ସମ୍ବିତ ପାତ୍ର ପୁରୀ ଲୋକସଭା ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ମାତ୍ର ୧୧,୭୧୪ ଖଣ୍ଡ ଭୋଟ୍‌ରେ ହାରିଯାଇଥିଲେ। ହେଲେ ଏଥର ସମ୍ବିତଙ୍କ ଫାଇଟ ବିଜେଡିର ଅରୁପ ପଟ୍ଟନାୟକଙ୍କ ସହ ହୋଇଛି। ଯେହେତୁ ଗତଥର ସମ୍ବିତ ଅଳ୍ପ ବ୍ୟବଧାନରେ ନିର୍ବାଚନ ହାରିଥିଲେ, ତେଣୁ ଏଥର ସେ ଜି

ଏଥର ପୁରୀରେ ବାଜି ମାରିପାରନ୍ତି ସମ୍ବିତ ପାତ୍ର: ଆକ୍ସିସ୍ ମାଇଁ ଇଣ୍ଡିଆ

ନୂଆଦିଲ୍ଲୀ: ଏଥର ପୁରୀ ଲୋକସଭା ନିର୍ବାଚନରେ ବାଜି ମାରିପାରନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ଏଠି ବିଜେଡିର ୧୫ ବର୍ଷର ମଜଭୁତ ଗଡ଼ ଭେଦ କରି ବିଜେପି ପଦ୍ମ ଫୁଟାଇବ ବୋଲି ଇଣ୍ଡିଆ ଟୁଡେର ଆକ୍ସିସ୍‌ ମାଇଁ ଇଣ୍ଡିଆ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କହିଛି।  

ପୁରୀରେ ବିଜେଡିର ଅରୁପ ପଟ୍ଟନାୟକ, କଂଗ୍ରେସର ଜୟ ନାରାୟଣ ପଟ୍ଟନାୟ ଓ ବିଜେପିର ସମ୍ବିତ ପାତ୍ରଙ୍କ ମଧ୍ୟରେ ଫାଇଟ୍ ହୋଇଛି। ତେବେ ଏଥର ସମ୍ବିତ ସମସ୍ତଙ୍କୁ ହରାଇ ବାଜି ମାରିପାରନ୍ତି।

ନିର୍ବାଚନ ଜିତିବା ପାଇଁ ସମ୍ବିତ ପାତ୍ର ପୁରୀର ଘରେ ଘରେ ପହଞ୍ଚି ପ୍ରଚାର କରିଥିଲେ। ଲୋକଙ୍କ ସହ ମିଶିବା ସହ ଭୋଟ ଭିକ୍ଷା କରିଥିଲେ। 

ତେବେ ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ ମିଡିଆକୁ ବାଇଟ୍ ଦେବା ବେଳେ ଶ୍ରୀ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି ସମ୍ବିତଙ୍କ ପାଟିରୁ ଖସି ଯାଇଥିଲା। ଯାହାକୁ ନେଇ ଅନେକ ବିବାଦ ହୋଇଥିଲା। ଏହାପରେ ସମ୍ବିତ କ୍ଷମା ବି ମାଗିଥିଲେ। ଏହାସତ୍ତ୍ୱେ ବି ପୁରୀରେ ସମ୍ବିତଙ୍କର ପଲ୍ଲା ଭାରି ରହିଛି ବୋଲି ଏକଜିଟ୍ ପୋଲ କହିଛି।   

୨୦୧୯ ନିର୍ବାଚନରେ ମଧ୍ୟ ସମ୍ବିତ ପାତ୍ର ପୁରୀ ଲୋକସଭା ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ମାତ୍ର ୧୧,୭୧୪ ଖଣ୍ଡ ଭୋଟ୍‌ରେ ହାରିଯାଇଥିଲେ। ହେଲେ ଏଥର ସମ୍ବିତଙ୍କ ଫାଇଟ ବିଜେଡିର ଅରୁପ ପଟ୍ଟନାୟକଙ୍କ ସହ ହୋଇଛି। ଯେହେତୁ ଗତଥର ସମ୍ବିତ ଅଳ୍ପ ବ୍ୟବଧାନରେ ନିର୍ବାଚନ ହାରିଥିଲେ, ତେଣୁ ଏଥର ସେ ଜିତିପାରନ୍ତି ବୋଲି ଇଣ୍ଡିଆ ଟୁଡେ ଏକ୍‌ଜିଟ୍ ପୋଲ୍ କହିଛି।