ଅମ୍ବାନୀଙ୍କ ବିବାହ ଉତ୍ସବରେ ଖାଦ୍ୟ ପରଷୁଛନ୍ତି ଅମୀର-ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାରରେ ଏବେ ଗହଳି ଚହଳି ଲାଗି ରହିଛି। ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ମାର୍ଚ୍ଚ ୧ ରୁ ୩ ଯାଏଁ ବିବାହର ପ୍ରି-ୱେଡିଂ କରାଯାଉଛି । ପ୍ରି-ଓ୍ବେଡିଂର ପ୍ରଥମ ଦିନ ଖୁବ୍‌ ଜୋରଦାର ରହିଥିଲା । ବର୍ତ୍ତମାନ ଦ୍ୱିତୀୟ ଦିନ ପାଇଁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟରେ ବଲିଉଡ ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନିକଟରେ ଏପରି ଏକ […] The post ଅମ୍ବାନୀଙ୍କ ବିବାହ ଉତ୍ସବରେ ଖାଦ୍ୟ ପରଷୁଛନ୍ତି ଅମୀର-ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.

ଅମ୍ବାନୀଙ୍କ ବିବାହ ଉତ୍ସବରେ ଖାଦ୍ୟ ପରଷୁଛନ୍ତି ଅମୀର-ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାରରେ ଏବେ ଗହଳି ଚହଳି ଲାଗି ରହିଛି। ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ମାର୍ଚ୍ଚ ୧ ରୁ ୩ ଯାଏଁ ବିବାହର ପ୍ରି-ୱେଡିଂ କରାଯାଉଛି । ପ୍ରି-ଓ୍ବେଡିଂର ପ୍ରଥମ ଦିନ ଖୁବ୍‌ ଜୋରଦାର ରହିଥିଲା । ବର୍ତ୍ତମାନ ଦ୍ୱିତୀୟ ଦିନ ପାଇଁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟରେ ବଲିଉଡ ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ଅମ୍ବାନୀ ପରିବାର ବିବାହ ଉତ୍ସବରେ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ ଅତିଥିଙ୍କୁ ଖାଦ୍ୟ ପରଷୁଛନ୍ତି।

କହିରଖୁଛୁ କି, ଏସବୁ ଇଶା ଅମ୍ବାନୀଙ୍କ ବିବାହରେ ହୋଇଛି। କେବଳ ଅମିତାଭ ଓ ଅମୀର ନୁହଁନ୍ତି ବଲିଉଡର ଅନେକ ବଡ ତାରକା ଅତିଥିମାନଙ୍କୁ ସର୍ଭ କରୁଥିବାର ନଜର ଆସିଛନ୍ତି । ପାର୍ଟିରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ ଏବଂ ଅମୀର ଖାନଙ୍କ ଭଳି ତାରକାମାନେ ନିଜ ହାତରେ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଥିଲା । ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ପ୍ରତିକ୍ରିୟା ଦେଇଥିଲେ। ଏତେ ବଡ଼ ଷ୍ଟାର ହୋଇ କିପରି ଅତିଥିଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି ଏନେଇ ପ୍ରଶ୍ନ ଉଠିଥିଲା।

ତେବେ ଏହାକୁ ନେଇ ବିଗ୍‌ ବି ଙ୍କ ପୁଅ ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ କରିଥିଲେ। ସେ କହିଥିଲେ, ‘ଏହା ଏକ ପରମ୍ପରା ଯାହା ସଜନ ଘୋଟ ନାମରେ ଜଣାଶୁଣା । ଏହି ପରମ୍ପରାରେ କନ୍ୟାର ପରିବାର ଲୋକେ ବରର ପରିବାରକୁ ଖାଦ୍ୟ ପରଷନ୍ତି।

The post ଅମ୍ବାନୀଙ୍କ ବିବାହ ଉତ୍ସବରେ ଖାଦ୍ୟ ପରଷୁଛନ୍ତି ଅମୀର-ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.