ଅଯୋଗ୍ୟ ଦଳିତ ମନ୍ତ୍ରୀ’ ବୟାନ ନେଇ ଲୋକସଭାରେ ହୋହଲ୍ଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାଣ୍ଠି ଆବଣ୍ଟନରେ ତାମିଲନାଡ଼ୁ ପ୍ରତି ଭେଦଭାବ କରୁଥିବା ଅଭିଯୋଗ କରି ଡିଏମ୍କେ ସାଂସଦମାନେ ଆଜି ଲୋକସଭାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ଗୃହରେ ପ୍ରବଳ ହୋହଲ୍ଲା ହୋଇଛି। ଡିଏମକେ ସାଂସଦ ଟିଆର ବାଲୁ ତାମିଲନାଡ଼ୁକୁ କେନ୍ଦ୍ର ସରକାରଙ୍କ ପାଣ୍ଠି ବଣ୍ଟନରେ ଅନିୟମିତତା ନେଇ ଚିନ୍ତା ପ୍ରକଟ କରିବା ପରେ ଏହି ପ୍ରସଙ୍ଗ ଉଠିଥିଲା। ବାତ୍ୟା ସହାୟତା ନେଇ ସରକାର ପାତରଅନ୍ତର ନୀତି ଧରିଛନ୍ତି ବୋଲି ବାଲୁ କହିଥିବା ବେଳେ କେନ୍ଦ୍ର ଗୃହ […]

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାଣ୍ଠି ଆବଣ୍ଟନରେ ତାମିଲନାଡ଼ୁ ପ୍ରତି ଭେଦଭାବ କରୁଥିବା ଅଭିଯୋଗ କରି ଡିଏମ୍କେ ସାଂସଦମାନେ ଆଜି ଲୋକସଭାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ଗୃହରେ ପ୍ରବଳ ହୋହଲ୍ଲା ହୋଇଛି। ଡିଏମକେ ସାଂସଦ ଟିଆର ବାଲୁ ତାମିଲନାଡ଼ୁକୁ କେନ୍ଦ୍ର ସରକାରଙ୍କ ପାଣ୍ଠି ବଣ୍ଟନରେ ଅନିୟମିତତା ନେଇ ଚିନ୍ତା ପ୍ରକଟ କରିବା ପରେ ଏହି ପ୍ରସଙ୍ଗ ଉଠିଥିଲା। ବାତ୍ୟା ସହାୟତା ନେଇ ସରକାର ପାତରଅନ୍ତର ନୀତି ଧରିଛନ୍ତି ବୋଲି ବାଲୁ କହିଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ଖଣ୍ଡନ କରିଛନ୍ତି। ଡିଏମ୍କେ ବିଭାଜନକାରୀ ରାଜନୀତି କରୁଛି ବୋଲି ସେ କହିଛନ୍ତି। ବାତ୍ୟା ପୂର୍ବରୁ ସତର୍କ ସୂଚନା ପ୍ରଦାନ କରିବାରେ କେନ୍ଦ୍ର ବିଫଳ ହୋଇଥିବା କହି ବାଲୁ ସମାଲୋଚନା କରିବାରୁ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ତାଙ୍କୁ କଡ଼ା ବିରୋଧ କରିଥିଲେ। ଏହାର ଜବାବରେ ବାଲୁ ମୁରୁଗାନଙ୍କୁ ‘ଆପଣ ସାଂସଦ ହେବା ପାଇଁ ଅଯୋଗ୍ୟ… ଆପଣ ମନ୍ତ୍ରୀ ହେବା ପାଇଁ ଅଯୋଗ୍ୟ ବୋଲି କହିଥିଲେ। ଏଭଳି ବୟାନ ପରେ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଏଭଳି ମନ୍ତବ୍ୟକୁ ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ତୁରନ୍ତ ବିରୋଧ କରିବା ସହ ବାଲୁଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ।