ଅଯୋଧ୍ୟା ଭଳି ଗୁଜୁରାଟରେ ମଧ୍ୟ ବିଜେପିକୁ ହରାଇବୁ : ରାହୁଲ

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବା ପରେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।... The post ଅଯୋଧ୍ୟା ଭଳି ଗୁଜୁରାଟରେ ମଧ୍ୟ ବିଜେପିକୁ ହରାଇବୁ : ରାହୁଲ appeared first on .

ଅଯୋଧ୍ୟା ଭଳି ଗୁଜୁରାଟରେ ମଧ୍ୟ ବିଜେପିକୁ ହରାଇବୁ : ରାହୁଲ

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବା ପରେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେ ସଂସଦ ହେଉ ବା ସାଧାରଣ ସଭା । ସବୁଠି ବିଜେପିକୁ ସମାଲୋଚନା କରୁଛନ୍ତି । ତେବେ ଅଯୋଧ୍ୟାରେ ବିଜେପିକୁ ହରାଇଥିବା ଇଣ୍ଡିଆ ମେଣ୍ଟ ଏଥର ଗୁଜୁରାଟ ଉପରେ ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ ଇଣ୍ଡିଆ ମେଣ୍ଟ ନିଶ୍ଚିତ ବିଜୟ ହାସଲ କରିବ ବୋଲି ରାହୁଲ ଗାନ୍ଧି ଅହମ୍ମଦାବାଦରେ ନିଜର ଅଭିଭାଷଣରେ ରଖିଛନ୍ତି । ଗୁଜରାଟରେ ବିଜେପିକୁ ପରାସ୍ତ କରିବାକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବଜ୍ର ଆହ୍ବାନ। ଅଯୋଧ୍ଯା ଅନ୍ତର୍ଗତ ଥିବା ଫୈଜାବାଦ ଆସନରେ ଯେପରି ବିଜେପିର ପରାଜୟ ହେଲା ଠିକ୍ ସେପରି ଗୁଜରାଟରେ ବି ବିଜେପିର ପରାଜୟ ହେବ ବୋଲି କହିଛନ୍ତି ରାହୁଲ। ରାଜ୍ଯରେ ଚାଲିଥିବା ବିଜେପିର ଗୁଣ୍ଡାଗର୍ଦ୍ଦି ଓ କଂଗ୍ରେସ ଅଫିସ ଉପରେ ହୋଇଥିବା ଆକ୍ରମଣକୁ ସେ ତୀବ୍ର ନିନ୍ଦା କରିଛନ୍ତି। ଗୁଜରାଟ ଗସ୍ତରେ ଯିବା ଅବସରରେ ଅହମ୍ମଦାବାଦରେ ଶହ ଶହ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାହୁଲ କହିଛନ୍ତି ଅଯୋଧ୍ଯାରେ ବିମାନ ବନ୍ଦର ନିର୍ମାଣ ସକାଶେ କୃଷକମାନେ ସେମାନଙ୍କ ଜମି ହରାଇଲେ। ଅଯୋଧ୍ଯାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ସହରବାସୀଙ୍କୁ ଆମନ୍ତ୍ରଣ କରାଯାଇନଥିଲା। ଲାଲକୃଷ୍ଣ ଆଡଭାନୀ ଅଯୋଧ୍ଯା ଲାଗି ଅଭିଯାନ କରିଥିଲେ ହେଲେ ସେଠାରେ ଇଣ୍ଡିଆ ମେଣ୍ଟର ବିଜୟ ହୋଇଥିଲା। ଅଯୋଧ୍ଯାରେ ଅନେକ କୃଷକ ସେମାନଙ୍କ ଜମି ବାବଦରେ ପ୍ରାପ୍ଯ ବର୍ତ୍ତମାନ ସୁଦ୍ଧା ପାଇନାହାନ୍ତି। ୨୦୧୭ରେ କଂଗ୍ରେସ ଗୁଜରାଟରେ ଭଲ ପ୍ରଦର୍ଶନ କରିଥିଲା। ଆସନ୍ତା ଦିନରେ ଗୁଜରାଟରେ କଂଗ୍ରେସ ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ରାହୁଲ।

The post ଅଯୋଧ୍ୟା ଭଳି ଗୁଜୁରାଟରେ ମଧ୍ୟ ବିଜେପିକୁ ହରାଇବୁ : ରାହୁଲ appeared first on .