ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ
ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ପ୍ରସ୍ତାବିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା। ସୋସିଆଲ ମିଡିଆରେ ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ସହିତ ନଜର ଆସିଛନ୍ତି। ସୂଚନାଯୋଗ୍ୟ,୨୨ ଜାନୁଆରୀରେ ଅଯୋଧ୍ୟାରେ […] The post ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ପ୍ରସ୍ତାବିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା। ସୋସିଆଲ ମିଡିଆରେ ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ସହିତ ନଜର ଆସିଛନ୍ତି। ସୂଚନାଯୋଗ୍ୟ,୨୨ ଜାନୁଆରୀରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ।
The post ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ appeared first on Dharitri Odia News.