ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ନେଇ ଆସିଲା ଆମେରିକାର ବୟାନ, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୨୬।୩: ଦିଲ୍ଲୀ ଅବକାରୀ ନୀତିରେ କଥିତ ଅନିୟମିତତାର ମନିଲଣ୍ଡ୍ରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୧ ମାର୍ଚ୍ଚ ଗୁରୁବାର ଗିରଫ କରିଥିଲା। କେଜରିୱାଲ ଏବେ ୭ ଦିନ ଅର୍ଥାତ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ଅଛନ୍ତି। ଏହି ପୁରା ପ୍ରକରଣ ଉପରେ ଏବେ ଆମେରିକା ମଧ୍ୟ ନଜର ରଖି ରହିଛି। ଆମେରିକା ବୈଦେଶିକ ମନ୍ତ୍ରାଳୟ ‘ଆମେ ନିରପେକ୍ଷ, ସମୟବଦ୍ଧ ଓ ପାରଦର୍ଶୀ ଆଇନ ପ୍ରକ୍ରିୟା ନିମନ୍ତେ ଭାରତ ସରକାରଙ୍କୁ ପ୍ରୋତ୍ସାହିତ କରୁଥିବା’ କହିଛି। ଅରବିନ୍ଦ କେଜରିୱାଲଙ୍କ ମାମଲା ପୂର୍ବରୁ ଆମେରିକା ସିଏଏକୁ ନେଇ ବୟାନ ଦେଇଥିଲା। ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପ୍ରସଙ୍ଗରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଜବାବରେ ଆମେ ଘଟଣା ଉପରେ ନଜର ରଖିଛୁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେ କେଜରିୱାଲଙ୍କ ନିମନ୍ତେ ପାରଦର୍ଶୀ ଆଇନ ପ୍ରକ୍ରିୟାର ଆଶା କରୁଛୁ। ଏହା ପୂର୍ବରୁ ଜର୍ମାନ ସରକାର ମଧ୍ୟ କେଜରିୱାଲଙ୍କ ଗିରଫ ମାମଲାରେ ମନ୍ତବ୍ୟ ଦେଇଥିଲେ। ଜର୍ମାନୀ କେଜରିୱାଲଙ୍କ ନିମନ୍ତେ କହିଥିଲା ଯେ ସେ ଅଭିଯୋଗର ସାମ୍ନା କରୁଥିବା କୌଣସି ଭାରତୀୟ ନାଗରିକଙ୍କ ଭଳି ନିରପକ୍ଷ ଓ ପାରଦର୍ଶୀ ଶୁଣାଣିର ହକଦାର ଥିଲେ। ତେବେ ଏଥି ପାଇଁ ଭାରତ ଜର୍ମାନ ଦୂତାବାସଙ୍କ ଉପମୁଖ୍ୟଙ୍କୁ ତଲବ କରିଥିଲା ଓ କହିଥିଲା ଯେ କେଜରିୱାଲଙ୍କ ଗ

ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ନେଇ ଆସିଲା ଆମେରିକାର ବୟାନ, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୨୬।୩: ଦିଲ୍ଲୀ ଅବକାରୀ ନୀତିରେ କଥିତ ଅନିୟମିତତାର ମନିଲଣ୍ଡ୍ରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୧ ମାର୍ଚ୍ଚ ଗୁରୁବାର ଗିରଫ କରିଥିଲା। କେଜରିୱାଲ ଏବେ ୭ ଦିନ ଅର୍ଥାତ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ଅଛନ୍ତି। ଏହି ପୁରା ପ୍ରକରଣ ଉପରେ ଏବେ ଆମେରିକା ମଧ୍ୟ ନଜର ରଖି ରହିଛି। ଆମେରିକା ବୈଦେଶିକ ମନ୍ତ୍ରାଳୟ ‘ଆମେ ନିରପେକ୍ଷ, ସମୟବଦ୍ଧ ଓ ପାରଦର୍ଶୀ ଆଇନ ପ୍ରକ୍ରିୟା ନିମନ୍ତେ ଭାରତ ସରକାରଙ୍କୁ ପ୍ରୋତ୍ସାହିତ କରୁଥିବା’ କହିଛି। 

ଅରବିନ୍ଦ କେଜରିୱାଲଙ୍କ ମାମଲା ପୂର୍ବରୁ ଆମେରିକା ସିଏଏକୁ ନେଇ ବୟାନ ଦେଇଥିଲା। ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପ୍ରସଙ୍ଗରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଜବାବରେ ଆମେ ଘଟଣା ଉପରେ ନଜର ରଖିଛୁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେ କେଜରିୱାଲଙ୍କ ନିମନ୍ତେ ପାରଦର୍ଶୀ ଆଇନ ପ୍ରକ୍ରିୟାର ଆଶା କରୁଛୁ। ଏହା ପୂର୍ବରୁ ଜର୍ମାନ ସରକାର ମଧ୍ୟ କେଜରିୱାଲଙ୍କ ଗିରଫ ମାମଲାରେ ମନ୍ତବ୍ୟ ଦେଇଥିଲେ। 

ଜର୍ମାନୀ କେଜରିୱାଲଙ୍କ ନିମନ୍ତେ କହିଥିଲା ଯେ ସେ ଅଭିଯୋଗର ସାମ୍ନା କରୁଥିବା କୌଣସି ଭାରତୀୟ ନାଗରିକଙ୍କ ଭଳି ନିରପକ୍ଷ ଓ ପାରଦର୍ଶୀ ଶୁଣାଣିର ହକଦାର ଥିଲେ। ତେବେ ଏଥି ପାଇଁ ଭାରତ ଜର୍ମାନ ଦୂତାବାସଙ୍କ ଉପମୁଖ୍ୟଙ୍କୁ ତଲବ କରିଥିଲା ଓ କହିଥିଲା ଯେ କେଜରିୱାଲଙ୍କ ଗିରଫଦାରୀରେ ଜର୍ମାନ ବିଦେଶ ମନ୍ତ୍ରାଳୟଙ୍କ ମନ୍ତବ୍ୟ ଭାରତର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ। ଇଡି କେଜରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ଦିନ ଘରୁ ଗିରଫ କରିଥିଲା। ସେ କୋର୍ଟରେ ହାଜିର ବେଳେ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। 

ସେ କହିଥିଲେ ଯେ ଯଦି ଆବଶ୍ୟକତା ପଡେ ତେବେ ସେ ଜେଲରୁ ସରକାର ଚଳାଇବେ। ଏହା ପରଠାରୁ କେଜରିୱାଲ ଇଡି ରିମାଣ୍ଡରେ ଥାଇ ସରକାର ଚଳାଉଛନ୍ତି। ଏଥିରେ ସେ ମଙ୍ଗଳବାର ଦ୍ୱିତୀୟ ସରକାରୀ ଆଦେଶ ଜାରି କରିଛନ୍ତି। ସେ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କୁ ମୋହଲ୍ଲା କ୍ଲିନିକରେ ଗରିବଙ୍କ ଲାଗି ଔଷଧର ଯେପରି ଅଭାବ ନ ହୁଏ ସେ ନେଇ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ କେଜରିୱାଲ ମାର୍ଚ୍ଚ ୨୪ ତାରିଖ ଦିନ ଜଳ ମନ୍ତ୍ରାଳୟ ନାମରେ ପ୍ରଥମ ସରକାରୀ ଆଦେଶ ଜାରି କରିଥିଲେ। ଏଥିରେ ସେ ଜଳମନ୍ତ୍ରୀ ଅତିଶୀଙ୍କୁ ଦିଲ୍ଲୀରେ ଯେଉଁଠି ପାଣିର ଅଭାବ ରହିଛି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ କହିଥିଲେ। 

ତେବେ ଇଡି କଷ୍ଟଡିରେ ଥିବା ଅରବିନ୍ଦ କେଜରିୱାଲଙ୍କ ଆଦେଶ ଜାରି ଉପରେ ଇଡି ସଜ୍ଞାନ ନେଇଛି। କୋର୍ଟ ଆଦେଶ ଅନୁସାରେ କଷ୍ଟଡିରୁ ଆଦେଶ ଜାରି କରିବା ପାଇଁ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଅଧିକାର ଅଛିକି? ସେ ନେଇ ଇଡି ଯାଞ୍ଚ କରୁଛି।