କବିସୂର୍ଯ୍ୟ ବିଦ୍ୟାପୀଠରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟସ୍ମୃତି ପରିଷଦ ପକ୍ଷରୁ ବୁଧବାର ପଣ୍ଡିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ତିଥିରେ ତାଙ୍କ ତିରୋଧାନ ଘଟିଥିଲା। ଏହି ଯୋଗଜନ୍ମା ସାଧକଙ୍କ ପୁଣ୍ୟତିଥିରେ ସ୍ଥାନୀୟ କବିସୂର୍ଯ୍ୟ ବିଦ୍ୟାପୀଠଠାରେ ସାମାଜିକକର୍ମୀ ରଞ୍ଜନ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ବିଦ୍ୟାପୀଠ ପରିସରରେ ଆୟୋଜିତ ଆଲୋଚନା ଚକ୍ରରେ କବିସୂର୍ଯ୍ୟ ସ୍ମୃତି […] The post କବିସୂର୍ଯ୍ୟ ବିଦ୍ୟାପୀଠରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ appeared first on Dharitri Odia News.
ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟସ୍ମୃତି ପରିଷଦ ପକ୍ଷରୁ ବୁଧବାର ପଣ୍ଡିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ତିଥିରେ ତାଙ୍କ ତିରୋଧାନ ଘଟିଥିଲା। ଏହି ଯୋଗଜନ୍ମା ସାଧକଙ୍କ ପୁଣ୍ୟତିଥିରେ ସ୍ଥାନୀୟ କବିସୂର୍ଯ୍ୟ ବିଦ୍ୟାପୀଠଠାରେ ସାମାଜିକକର୍ମୀ ରଞ୍ଜନ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ବିଦ୍ୟାପୀଠ ପରିସରରେ ଆୟୋଜିତ ଆଲୋଚନା ଚକ୍ରରେ କବିସୂର୍ଯ୍ୟ ସ୍ମୃତି ପରିଷଦର ସମ୍ପାଦକ କୁରେଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସଭାପତି ଅଶେଷ ନାଥ ମିଶ୍ର, କୋଷାଧ୍ୟକ୍ଷ ତଥା ଶିକ୍ଷକ ସନ୍ତୋଷ କୁମାର ସେଠୀ, ଆଇନଜୀବି ହର ପ୍ରସାଦ ରଥ, ସିମାଞ୍ଚଳ ପ୍ରଧାନ, ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ଅବସରପ୍ରାପ୍ତ ସିଆରସିସିି ଭବାନୀ ପ୍ରସାଦ ପାଢ଼ୀ,ଶିକ୍ଷକ ଶିଶିର କୁମାର ପଣ୍ଡା, ଅପର୍ଣ୍ଣା ମହାରଣା, ମନିସ କୁମାର ପାତ୍ର,ପୂଜାରାଣୀ ଗୌଡ଼,ପୂଜା ପ୍ରଧାନଙ୍କ ସମେତ ବିଦ୍ୟାପୀଠର ସମସ୍ତ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଆଲୋଚନା ଚକ୍ରରେ କବିସୂର୍ଯ୍ୟଙ୍କ ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା।
The post କବିସୂର୍ଯ୍ୟ ବିଦ୍ୟାପୀଠରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ appeared first on Dharitri Odia News.