‘ଆମ ଓଡିଶା, ଆମ ଗାଁ ବିକାଶ’ ଉପରେ ଗୁରୁତ୍ୱ: ବିଭାଗୀୟ କର୍ମଚାରୀଙ୍କୁ ତାଗିଦ
ଥୁଆମୂଳ ରାମପୁର,୨୬।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହ ଠାରେ ଦ୍ବିମାସିକ ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍ପି ବ୍ଳକ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ନଳିନୀ ଠାକୁର, ଜୋନ ନଂ ୧ ଜିଲ୍ଲା ପରିଷଦ ସଦସ୍ୟ […] The post ‘ଆମ ଓଡିଶା, ଆମ ଗାଁ ବିକାଶ’ ଉପରେ ଗୁରୁତ୍ୱ: ବିଭାଗୀୟ କର୍ମଚାରୀଙ୍କୁ ତାଗିଦ appeared first on Dharitri Odia News.
ଥୁଆମୂଳ ରାମପୁର,୨୬।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହ ଠାରେ ଦ୍ବିମାସିକ ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍ପି ବ୍ଳକ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ନଳିନୀ ଠାକୁର, ଜୋନ ନଂ ୧ ଜିଲ୍ଲା ପରିଷଦ ସଦସ୍ୟ ଟୁନି ଖୋସଲା, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ଜଳ ଓ ପରିମଳ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁ, କନିଷ୍ଠ ଯନ୍ତ୍ରୀ ସାଗରିକା ଗୌଡ଼, ଯନ୍ତ୍ରୀ ମଳୟ ଶତପଥୀ, ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ଯନ୍ତ୍ରୀ ପ୍ରତାପ ସାହୁ, ଯନ୍ତ୍ରୀ ସେମ୍ଭୁ ପ୍ରସାଦ କେଙ୍ଗୁଆ,ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଅମିତ୍ ନାୟକ, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅଳ୍ପ କିଛି ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟାସଭ୍ୟ ଓ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଜେଇ, ସମେତ ରୋଜଗାର ସେବକ, ଏଡିଓ ଉପସ୍ଥିତ ରହିଥିଲେ।
ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ଆମ ଓଡିଶା ଆମ ଗାଁ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ତେବେ ଏଥିରେ ବ୍ଳକର ଜଙ୍ଗଲ ବିଭାଗ ଓ ଓ୍ବାଟରସେଟ ବିଭାଗରେ ଅଧିକ ଅନିୟମିତ ହେଉଥିବା ଘଟଣାକୁ ନେଇ ବିଭାଗୀୟ କର୍ମଚାରୀମାନଙ୍କୁ ଏମ୍ପିଙ୍କ ପ୍ରତିନିଧି ତାଗିତ୍ କରିଥିଲେ। ଓଡିଶା ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଯାହାକି ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ସଫଳତା ଶୀର୍ଷରେ ପହଞ୍ଚିବା ପାଇଁ ହେଲେ ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ନିଜ କର୍ତ୍ତବ୍ୟକୁ ଉଚିତ୍ ଭାବରେ ସମ୍ପାଦନ କରିବାକୁ ପଡିବ। ଲୋକଙ୍କ ପାଖକୁ ସରକାରଙ୍କ ବିଭାଗ ଯୋଜନା ଠିକ ସମୟରେ ପହଞ୍ଚିବାର ଆବଶ୍ୟକତା ରହିଛି। ଯେମିତି କି ସରାକାରୀ ଯୋଜନା ଲୋକଙ୍କ ପାଖକୁ ଠିକ ଭାବରେ ପହଞ୍ଚିଲେ ସେମାନେ ଉପକୃତ ହେଲେ ହିଁ ସରକାରଙ୍କ ଏହି ଉଦ୍ଦେଶ୍ୟ ନିଶ୍ଚୟ ପୂରଣ ହେବ। କର୍ଲାପାଟ ସରପଞ୍ଚ ବିଶ୍ବନାଥ ମାଝୀ ବ୍ଳକରେ ଥିବା କିଛି ବିଭାଗରେ କର୍ମଚାରୀମାନଙ୍କ ମନମୁତାବକ କାର୍ଯ୍ୟ କରୁଛନ୍ତି, ଏହାଛଡା ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଖାତିର କରୁ ନ ଥିବା ଘଟଣା ବୈଠକରେ ଶ୍ରୀ ମାଝୀ ପ୍ରକାଶ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ବିଭାଗର କର୍ମଚାରୀମାନେ ସମିତି ବୈଠକ ଭଳି ଦିନରେ ଅନୁପସ୍ଥିତ ରହିବା ଏହା ଏକ ସମ୍ବେଦନଶୀଳ ବିଷୟ ପାଲଟିଛି। ଏଥିରୁ ସହଜରେ ଅନୁମାନ କରାଯାଇପାରେ ଯେ, ବ୍ଳକର ହିତାଧିକାରୀଙ୍କୁ କେଉଁଭଳି ଭାବରେ କର୍ମଚାରୀମାନେ ସେବା ଯୋଗାଇବାରେ ସହାୟକ ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୈଠକକୁ ଅତିରିକ୍ତ ଜିପିଓ ତ୍ରିଲୋଚନ ନାୟକ ପରିଚାଳନା କରିଥିବା ବେଳେ ବ୍ଳକର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
The post ‘ଆମ ଓଡିଶା, ଆମ ଗାଁ ବିକାଶ’ ଉପରେ ଗୁରୁତ୍ୱ: ବିଭାଗୀୟ କର୍ମଚାରୀଙ୍କୁ ତାଗିଦ appeared first on Dharitri Odia News.